ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ମିଳିଲା ୮୦ କୋଟିର ରୁପା, ତାଟକା ହେଲେ ଅଫିସର
ମୁମ୍ୱାଇ ୧୬/୧୧: ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ । ୨୦ ନଭେମ୍ବରରେ ସେଠାରେ ପଡିବ ଭୋଟ । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ସମସ୍ତ ଅନୁସନ୍ଧାନକାରୀ ସଂସ୍ଥା ଏବଂ ପୋଲିସ ଚାରିଆଡେ ତୀକ୍ଷ୍ଣ ନଜର ରଖିଛନ୍ତି । ଏହାରି ଭିତରେ ମୁମ୍ବାଇ ପୋଲିସକୁ ମିଳିଛି ବଡ ସଫଳତା । ଟ୍ରକରୁ ୮,୪୭୬ କିଲୋଗ୍ରାମ ରୂପା ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ହେବ ପ୍ରାୟ ୮୦ କୋଟି ଟଙ୍କା । ସେପଟେ ଏତେ ପରିମାଣର ରୁପା ଦେଖି ପୋଲିସ ଏବଂ ଯାଞ୍ଚ କରିବାକୁ ଆସିଥିବା ଅଫିସର ବି ତାଟକା ହୋଇଯାଇଛନ୍ତି । ସୂଚନାଥାଉକି, ମାନଖୁର୍ଦ ପୋଲିସ ବାସି ଚେକ୍ ପୋଷ୍ଟ ନାକାବନ୍ଦୀ ଲଗାଇ ଯାଞ୍ଚ କରୁଥିଲା । ଏହି ସମୟ ମଧ୍ୟରେ ପୋଲିସ ଟିମ୍ ଆସୁଥିବା ଏବଂ ଯାଉଥିବା ଯାନଗୁଡ଼ିକୁ ଯାଞ୍ଚ କରୁଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ବାସି ଚେକ୍ ପୋଷ୍ଟ ନିକଟରେ ଏକ ସନ୍ଦୀଗ୍ଧ ଗାଡି ଯାଉଥିଲା। ସନ୍ଦେହ ହେବାରୁ ପୋଲିସ ଗାଡିଟିକୁ ଅଟକାଇ ଯାଞ୍ଚ କରିଥିଲା । ଖୋଜାଖୋଜି ସମୟରେ ଏହି ଟ୍ରକରେ ବହୁ ପରିମାଣର ରୁପା ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଅଧିକାରୀମାନେ ଟେରା ହୋଇଯାଇଥିଲେ। ଯେତେବେଳେ ଏହି ରୁପା ଓଜନ କରାଯାଇଥିଲା, ଦେଖାଗଲା ଯେ ମୋଟ ଓଜନ ୮,୪୭୬ କିଲୋଗ୍ରାମ । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୮୦ କୋଟି ଟଙ୍କା । ଏହି ଘଟଣା ପରେ ଅଧିକାରୀମାନେ ଡ୍ରାଇଭରଙ୍କୁ ପଚରାଉଚରା କର
ମୁମ୍ୱାଇ ୧୬/୧୧: ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ । ୨୦ ନଭେମ୍ବରରେ ସେଠାରେ ପଡିବ ଭୋଟ । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ସମସ୍ତ ଅନୁସନ୍ଧାନକାରୀ ସଂସ୍ଥା ଏବଂ ପୋଲିସ ଚାରିଆଡେ ତୀକ୍ଷ୍ଣ ନଜର ରଖିଛନ୍ତି ।
ଏହାରି ଭିତରେ ମୁମ୍ବାଇ ପୋଲିସକୁ ମିଳିଛି ବଡ ସଫଳତା । ଟ୍ରକରୁ ୮,୪୭୬ କିଲୋଗ୍ରାମ ରୂପା ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ହେବ ପ୍ରାୟ ୮୦ କୋଟି ଟଙ୍କା । ସେପଟେ ଏତେ ପରିମାଣର ରୁପା ଦେଖି ପୋଲିସ ଏବଂ ଯାଞ୍ଚ କରିବାକୁ ଆସିଥିବା ଅଫିସର ବି ତାଟକା ହୋଇଯାଇଛନ୍ତି ।
ସୂଚନାଥାଉକି, ମାନଖୁର୍ଦ ପୋଲିସ ବାସି ଚେକ୍ ପୋଷ୍ଟ ନାକାବନ୍ଦୀ ଲଗାଇ ଯାଞ୍ଚ କରୁଥିଲା । ଏହି ସମୟ ମଧ୍ୟରେ ପୋଲିସ ଟିମ୍ ଆସୁଥିବା ଏବଂ ଯାଉଥିବା ଯାନଗୁଡ଼ିକୁ ଯାଞ୍ଚ କରୁଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ବାସି ଚେକ୍ ପୋଷ୍ଟ ନିକଟରେ ଏକ ସନ୍ଦୀଗ୍ଧ ଗାଡି ଯାଉଥିଲା। ସନ୍ଦେହ ହେବାରୁ ପୋଲିସ ଗାଡିଟିକୁ ଅଟକାଇ ଯାଞ୍ଚ କରିଥିଲା । ଖୋଜାଖୋଜି ସମୟରେ ଏହି ଟ୍ରକରେ ବହୁ ପରିମାଣର ରୁପା ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଅଧିକାରୀମାନେ ଟେରା ହୋଇଯାଇଥିଲେ।
ଯେତେବେଳେ ଏହି ରୁପା ଓଜନ କରାଯାଇଥିଲା, ଦେଖାଗଲା ଯେ ମୋଟ ଓଜନ ୮,୪୭୬ କିଲୋଗ୍ରାମ । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୮୦ କୋଟି ଟଙ୍କା । ଏହି ଘଟଣା ପରେ ଅଧିକାରୀମାନେ ଡ୍ରାଇଭରଙ୍କୁ ପଚରାଉଚରା କରି ତାଙ୍କୁ ଗିରଫ କରିଥିଲେ। ପୋଲିସ ତୁରନ୍ତ ଆୟକର ବିଭାଗ ଏବଂ ନିର୍ବାଚନ ଆୟୋଗକୁ ଏ ସମ୍ପର୍କରେ ସୂଚନା ଦେଇଛି। ଆୟକର ବିଭାଗର ଅଧିକାରୀମାନେ ବର୍ତ୍ତମାନ ଏହି ରୁପାର ପ୍ରକୃତ ମାଲିକ କିଏ ତାକୁ ଖୋଜିବାରେ ଲାଗିଛି ।
ପ୍ରାରମ୍ଭିକ ଅନୁସନ୍ଧାନ ପରେ ଏହି ରୂପାକୁ ବେଆଇନ ଭାବେ ପରିବହନ କରାଯାଇ ନିର୍ବାଚନ ପରିବେଶରେ ବ୍ୟବହାର କରାଯାଉଥିବା ସନ୍ଦେହ କରାଯାଉଛି । ଆୟକର ବିଭାଗ ଏବଂ ନିର୍ବାଚନ ଆୟୋଗର ଟିମ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ରୁପା ର କୌଣସି ବୈଧ ଦଲିଲ ଅଛି କି ନାହିଁ ତାହା ଅନୁସନ୍ଧାନ କରାଯାଉଛି।