ମହାରାଷ୍ଟ୍ର ବିଧାନସଭାରେ ବିଧାୟକଙ୍କ ଶପଥପାଠକୁ ନେଇ ରାଜନୀତି, ଶିବସେନା ଉଦ୍ଧବର କକ୍ଷତ୍ୟାଗ

ମୁମ୍ବାଇ ୭।୧୨:  ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଶେଷ ହୋଇ ଫଳାଫଳ ବି ଆସିଲା। ଏବେ ସରକାର ଗଢାଯାଇ ସାରିଲାଣି, ହେଲେ ଥଣ୍ଡା ପଡିନି ରାଜ୍ୟ ରାଜନୀତି। ରାଜ୍ୟ ବିଧାନସଭାରେ ବିଧାୟକଙ୍କ ଶପଥପାଠକୁ ନେଇ ଶନିବାର ରାଜନୀତି ହୋଇଛି। ଏଥିରେ ଶିବସେନା ଉଦ୍ଧବ ବିଧାୟକମାନେ କକ୍ଷତ୍ୟାଗ କରି ରାଜନୈତିକ ଉଷ୍ମତାକୁ ଆଞ୍ଚ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶନିବାର ମହାରାଷ୍ଟ୍ର ବିଧାନସଭାର ୩ ଦିବସୀୟ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନରେ ନବ ନିର୍ବାଚିତ ବିଧାୟକମାନେ ଶପଥଗ୍ରହଣ କରିବେ। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ବିଧାନସଭା ସଦସ୍ୟ ଭାବେ ଶପଥଗ୍ରହଣ କରିଛନ୍ତି। ଏଥିପାଇଁ ଶନିବାର ପୂର୍ବାହ୍ନ ୧୧ଟା ବେଳେ ବିଧାନସଭାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଧାନସଭା ଆରମ୍ଭରେ ପ୍ରୋଟେମ ସ୍ପିକର କାଲିଦାସ କୋଲମ୍ବକର ମହାଯୁତୀର ୩ ନେତାଙ୍କୁ ବିଧାୟକ ରୂପେ ଶପଥପାଠ କରାଇଥିଲେ। ଏହି ସ୍ୱତନ୍ତ୍ର ଅଧିବେଶନରେ ପ୍ରୋଟେମ ସ୍ପିକର ବାକି ୨୮୭ ନବ ନିର୍ବାଚିତ ବିଧାୟକଙ୍କୁ ଶପଥପାଠ କରାଇବାର କଥା। ହେଲେ ବିରୋଧୀ ଦଳ ବିଧାୟକମାନେ ଶପଥପାଠ କରିବାକୁ ମନା କରିଦେଇଛନ୍ତି।  ବିଧାନସଭାରେ ଶିବସେନା ଉଦ୍ଧବ ଗୋଷ୍ଠୀର ବିଧାୟକମାନେ ଶପଥପାଠ କରିବାକୁ ମନା କରିଥିଲେ। ଏହା ସହ ଏମଭିଏର ଅନ୍ୟ ବିଧାୟକମାନେ ମଧ୍ୟ ଶପଥପାଠ କରିନଥିଲେ। କାରଣ ସେମାନଙ୍କର ଇଭିଏମ ଉପରେ ସନ୍ଦ

ମହାରାଷ୍ଟ୍ର ବିଧାନସଭାରେ ବିଧାୟକଙ୍କ ଶପଥପାଠକୁ ନେଇ ରାଜନୀତି, ଶିବସେନା ଉଦ୍ଧବର କକ୍ଷତ୍ୟାଗ

ମୁମ୍ବାଇ ୭।୧୨:  ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଶେଷ ହୋଇ ଫଳାଫଳ ବି ଆସିଲା। ଏବେ ସରକାର ଗଢାଯାଇ ସାରିଲାଣି, ହେଲେ ଥଣ୍ଡା ପଡିନି ରାଜ୍ୟ ରାଜନୀତି। ରାଜ୍ୟ ବିଧାନସଭାରେ ବିଧାୟକଙ୍କ ଶପଥପାଠକୁ ନେଇ ଶନିବାର ରାଜନୀତି ହୋଇଛି। ଏଥିରେ ଶିବସେନା ଉଦ୍ଧବ ବିଧାୟକମାନେ କକ୍ଷତ୍ୟାଗ କରି ରାଜନୈତିକ ଉଷ୍ମତାକୁ ଆଞ୍ଚ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶନିବାର ମହାରାଷ୍ଟ୍ର ବିଧାନସଭାର ୩ ଦିବସୀୟ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। 

ଏହି ଅଧିବେଶନରେ ନବ ନିର୍ବାଚିତ ବିଧାୟକମାନେ ଶପଥଗ୍ରହଣ କରିବେ। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ବିଧାନସଭା ସଦସ୍ୟ ଭାବେ ଶପଥଗ୍ରହଣ କରିଛନ୍ତି। ଏଥିପାଇଁ ଶନିବାର ପୂର୍ବାହ୍ନ ୧୧ଟା ବେଳେ ବିଧାନସଭାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଧାନସଭା ଆରମ୍ଭରେ ପ୍ରୋଟେମ ସ୍ପିକର କାଲିଦାସ କୋଲମ୍ବକର ମହାଯୁତୀର ୩ ନେତାଙ୍କୁ ବିଧାୟକ ରୂପେ ଶପଥପାଠ କରାଇଥିଲେ। ଏହି ସ୍ୱତନ୍ତ୍ର ଅଧିବେଶନରେ ପ୍ରୋଟେମ ସ୍ପିକର ବାକି ୨୮୭ ନବ ନିର୍ବାଚିତ ବିଧାୟକଙ୍କୁ ଶପଥପାଠ କରାଇବାର କଥା। ହେଲେ ବିରୋଧୀ ଦଳ ବିଧାୟକମାନେ ଶପଥପାଠ କରିବାକୁ ମନା କରିଦେଇଛନ୍ତି।  

ବିଧାନସଭାରେ ଶିବସେନା ଉଦ୍ଧବ ଗୋଷ୍ଠୀର ବିଧାୟକମାନେ ଶପଥପାଠ କରିବାକୁ ମନା କରିଥିଲେ। ଏହା ସହ ଏମଭିଏର ଅନ୍ୟ ବିଧାୟକମାନେ ମଧ୍ୟ ଶପଥପାଠ କରିନଥିଲେ। କାରଣ ସେମାନଙ୍କର ଇଭିଏମ ଉପରେ ସନ୍ଦେହ ରହିଛି। ସେମାନେ ନିର୍ବାଚନ ଫଳାଫଳକୁ ଜନତାଙ୍କ ଜନାଦେଶ ବୋଲି ସ୍ୱୀକାର କରି ନାହାନ୍ତି। ଏହା ପରେ ଶିବସେନା ଉଦ୍ଧଗୋଷ୍ଠୀ ବିଧାୟକମାନେ ୱାକଆଉଟ୍ କରିଥିଲେ।  ଏ ସମ୍ପର୍କରେ ଆଦିତ୍ୟ ଠାକରେ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି।

ଆଦିତ୍ୟ କହିଛନ୍ତି ଯେ ଆଜି ଆମେ ନିଷ୍ପତ୍ତି ନେଇଛୁ ଆମର ବିଜୟୀ ବିଧାୟକମାନେ ଶପଥ ଗ୍ରହଣ କରିବେନି। ଯଦି ଏହା ଜନତାଙ୍କ ଜନାଦେଶ ହୋଇଥାନ୍ତା ସରକାରରେ ଲୋକେ ଖୁସି ହେଉଥାନ୍ତେ ଉତ୍ସବ ପାଳନ କରୁଥାନ୍ତେ। ହେଲେ ମହାଯୁତୀ ବିଜୟରେ ଲୋକେ କୌଣସିଠାରେ ମଧ୍ୟ ଖୁସି ନାହାନ୍ତି। ଆମର ଇଭିଏମ ଉପରେ ସନ୍ଦେହ ରହିଛି। ଏହା ଉପରେ ଅଜିତ ପାୱାର ପାଲଟା ଆକ୍ରମଣ କରିଛନ୍ତି। ଅଜିତ ପାୱାର ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ବିଧାନସଭାରେ ଏପରି ଘଟଣା ମୁଁ ପ୍ରଥମ ଥର ଦେଖୁଛି। ନିର୍ବାଚନ ହୋଇଛି, ଏଠାରେ ୱାକଆଉଟ କଲେ କିଛି ହେବ ନାହିଁ ବୋଲି କହିଛନ୍ତି। 

ଅଜିତ କହିଛନ୍ତି ଯେ ଯଦି ସେମାନଙ୍କର ଇଭିଏମ ଉପରେ ସନ୍ଦେହ ଅଛି ସେମାନେ ନିର୍ବାଚନ ଆୟୋଗକୁ ଯାଇ ପାରନ୍ତି। ଯଦି ସେଠାରେ ନ୍ୟାୟ ନ ମିଳେ ତେବେ ସେମାନେ କୋର୍ଟକୁ ବି ଯାଇ ପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୨୦ ତାରିଖରେ ଅନୁଷ୍ଠିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ୨୩ ତାରିଖରେ ଘୋଷଣା ହୋଇଥିଲା। ଏଥିରେ ମହାଯୁତୀ ମେଣ୍ଟକୁ ଐତିହାସିକ ଜନାଦେଶ ମିଳିଥିବା ବେଳେ ବିରୋଧୀ ଏମଭିଏ ମେଣ୍ଟ ବିଧାନସଭାରେ ବିରୋଧୀ ଦଳ ହେବାକୁ ବି ଯୋଗ୍ୟ ହୋଇ ନାହିଁ।