ମହାରାଷ୍ଟ୍ର ରାଜନୀତିରେ ହୋଇପାରେ ବଡ଼ ଅଦଳବଦଳ:ଅଜିତ ପାଓ୍ବାରଙ୍କୁ ଭେଟିଲେ ୨ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ,୨୦।୮: କଂଗ୍ରେସର ୨ ବିଧାୟକ ଜିଶାନ ସିଦ୍ଦିକି ଓ ହିରାମନ ଖୋସକର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ଭେଟିଛନ୍ତି। ବାନ୍ଦ୍ରା ବିଧାୟକ ଜିଶାନ ନିକଟରେ ଏନସିପି ମଞ୍ଚରେ ନଜର ଆସିଥିଲେ। ଏହାଛଡା ଇଗତପୁରୀ ବିଧାୟକ ହିରାମନ ଖୋସକର ମଧ୍ୟ ଏନସିପି ନିକଟତର ହୋଇଛନ୍ତି। ଯଦି କଂଗ୍ରେସର ୨ ବିଧାୟକ ଏନ୍‌ସିପିରେ ସାମିଲ ହୁଅନ୍ତି ତେବେ କଂଗ୍ରେସକୁ ବାନ୍ଦ୍ରା ଏବଂ ଇଗତପୁରୀରେ କ୍ଷତି ହୋଇପାରେ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଭେଟିବା ପରେ କଂଗ୍ରେସ ବିଧାୟକ ଜିଶାନ ସିଦ୍ଦିକି କହିଛନ୍ତି, […] The post ମହାରାଷ୍ଟ୍ର ରାଜନୀତିରେ ହୋଇପାରେ ବଡ଼ ଅଦଳବଦଳ:ଅଜିତ ପାଓ୍ବାରଙ୍କୁ ଭେଟିଲେ ୨ କଂଗ୍ରେସ ବିଧାୟକ appeared first on Dharitri Odia News.

ମହାରାଷ୍ଟ୍ର ରାଜନୀତିରେ ହୋଇପାରେ ବଡ଼ ଅଦଳବଦଳ:ଅଜିତ ପାଓ୍ବାରଙ୍କୁ ଭେଟିଲେ ୨ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ,୨୦।୮: କଂଗ୍ରେସର ୨ ବିଧାୟକ ଜିଶାନ ସିଦ୍ଦିକି ଓ ହିରାମନ ଖୋସକର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ଭେଟିଛନ୍ତି। ବାନ୍ଦ୍ରା ବିଧାୟକ ଜିଶାନ ନିକଟରେ ଏନସିପି ମଞ୍ଚରେ ନଜର ଆସିଥିଲେ। ଏହାଛଡା ଇଗତପୁରୀ ବିଧାୟକ ହିରାମନ ଖୋସକର ମଧ୍ୟ ଏନସିପି ନିକଟତର ହୋଇଛନ୍ତି। ଯଦି କଂଗ୍ରେସର ୨ ବିଧାୟକ ଏନ୍‌ସିପିରେ ସାମିଲ ହୁଅନ୍ତି ତେବେ କଂଗ୍ରେସକୁ ବାନ୍ଦ୍ରା ଏବଂ ଇଗତପୁରୀରେ କ୍ଷତି ହୋଇପାରେ।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଭେଟିବା ପରେ କଂଗ୍ରେସ ବିଧାୟକ ଜିଶାନ ସିଦ୍ଦିକି କହିଛନ୍ତି, ମୁଁ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ନିର୍ବାଚନମଣ୍ଡଳୀ ସମ୍ବନ୍ଧୀୟ ଆଲୋଚନା କରିବାକୁ ଯାଇଥିଲି। ବିଧାନସଭା ନିର୍ବାଚନରେ ତାଙ୍କର ଭବିଷ୍ୟତର କାର୍ଯ୍ୟକଳାପ ବିଷୟରେ ପଚରାଯିବାରୁ ସେ କହିଛନ୍ତି, କଂଗ୍ରେସ ମୋତେ ପୃଥକ କରୁଛି ଏବଂ ଅସ୍ପଷ୍ଟ ବାର୍ତ୍ତା ଦେଉଛି। ଯେତେବେଳେ ମୁଁ ମହା ବିକାଶ ଅଗାଡିରେ ଥିଲି, ମୋତେ ସବୁବେଳେ କାମ କରିବାକୁ ରୋକା ଯାଉଥିଲା। ସେମାନେ ଯାହା କୁହନ୍ତି, ମୁଁ ମଧ୍ୟ ତାହା କରିବି।
ଜିଶାନ ସିଦ୍ଦିକି ସୋମବାର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ର ଜନ ସମ୍ମାନ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି।
ସିଦ୍ଦିକିଙ୍କ ପିତା ତଥା ପୂର୍ବତନ ବିଧାୟକ ବାବା ସିଦ୍ଦିକି କଂଗ୍ରେସ ଛାଡି ଅଜିତ ପାୱାର ନେତୃତ୍ୱାଧୀନ ଦଳରେ ଯୋଗ ଦେଇଥିଲେ। ଗତ ମାସରେ, ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ ସମୟରେ ୬ ଜଣ କଂଗ୍ରେସ ବିଧାୟକ ‘କ୍ରସ ଭୋଟିଂ’ କରିଥିଲେ। ସେଠାରେ ୬ ଜଣ ବିଧାୟକଙ୍କ ମଧ୍ୟରେ ଜିଶାନ ସିଦ୍ଦିକି ଥିଲେ ବୋଲି ଆଲୋଚନା ହୋଇଥିଲା।

The post ମହାରାଷ୍ଟ୍ର ରାଜନୀତିରେ ହୋଇପାରେ ବଡ଼ ଅଦଳବଦଳ:ଅଜିତ ପାଓ୍ବାରଙ୍କୁ ଭେଟିଲେ ୨ କଂଗ୍ରେସ ବିଧାୟକ appeared first on Dharitri Odia News.