ମହାରାଷ୍ଟ୍ରରୁ ଦିଲ୍ଲୀ ଲାଗିଛି ମୁଖ୍ୟମନ୍ତ୍ରୀ ଦ୍ବନ୍ଦ୍ବ; ୩ ଘଣ୍ଟାର ଆଲୋଚନା ପରେ ବି ତୁଟିଲାନି ଅଡ଼ୁଆ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାୟୁତିର ବିପୁଳ ବିଜୟ ସତ୍ତ୍ବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍ପେନ୍ସ ଜାରି ରହିଛି । ଏହି ପ୍ରସଂଗରେ ରାଜନୀତି ସରଗରମ ହୋଇଥିବା ବେଳେ ଗୁରୁବାର ରାତିରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହିତ ମହାୟୁତି ନେତାଙ୍କ ବୈଠକ ହୋଇଛି । ଏହି ମିଟିଂରେ ବିଜେପି ନେତା ଦେବେନ୍ଦ୍ର ଫଡନବିସ୍, ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନସିପି ନେତା ଅଜିତ୍ ପାଓ୍ବାର ସାମିଲ୍ ହୋଇଥିଲେ । ମହାରାଷ୍ଟ୍ରରେ ସରକାର ଗଠନ ଏବଂ ମଖ୍ୟମନ୍ତ୍ରୀ ଚୟନ ନେଇ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହି ବୈଠକରେ ବିଜେପି ଅଧ୍ୟକ୍ଷ ଜେ.ପି ନାଡ୍ଡା ଏବଂ ଏନସିପି ସାଂସଦ ସୁନିଲ୍ ତଟକର ଏବଂ ପ୍ରଫୁଲ୍ଲ ପଟେଲ୍ ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ୍ ଶାହ, ମହାରାଷ୍ଟ୍ରରେ ସରକାର ଗଠନ ନେଇ ଦେବେନ୍ଦ୍ର ଫଡନବିସ୍, ଏକନାଥ ସିନ୍ଦେ ଏବଂ ଅଜିତ୍ ପାଓ୍ବାରଙ୍କ ସହିତ ଭିନ୍ନ ଭିନ୍ନ ପ୍ରସଂଗରେ ଆଲୋଚନା କରିଥିଲେ । ମହାୟୁତିର ତିନି ପ୍ରମୁଖ ନେତା କ୍ୟାବିନେଟ୍ ଭାଗବଣ୍ଟା ନେଇ ମନ୍ଥନ କରିଥିଲେ । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜେପି ନିକଟରେ ୧୩୨ ବିଧାୟକ ରହିଥିବାରୁ ଦଳ ନିଜ ପାଖରେ ୨୦ ମନ୍ତ୍ରାଳୟ ରଖିବାକୁ ଚାହୁଁଛି । ସେପଟେ ଶିବସେନା ଏବଂ ଏନସିପି ମଧ୍ୟ ଅଧିକରୁ ଅଧିକ ମନ୍ତ୍ରାଳୟ ମିଳିବା ନେଇ ଆଶା ରଖିଛନ୍ତି । ଦିଲ୍ଲୀରେ ବସିଥିବା ମହାୟୁତି ବୈଠକରେ କାହା ପାଖରେ କେଉଁ ବିଭାଗ ରହିବ ଏହା ଉପରେ କୌଣସି ପ୍ରକ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାୟୁତିର ବିପୁଳ ବିଜୟ ସତ୍ତ୍ବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍ପେନ୍ସ ଜାରି ରହିଛି । ଏହି ପ୍ରସଂଗରେ ରାଜନୀତି ସରଗରମ ହୋଇଥିବା ବେଳେ ଗୁରୁବାର ରାତିରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହିତ ମହାୟୁତି ନେତାଙ୍କ ବୈଠକ ହୋଇଛି । ଏହି ମିଟିଂରେ ବିଜେପି ନେତା ଦେବେନ୍ଦ୍ର ଫଡନବିସ୍, ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନସିପି ନେତା ଅଜିତ୍ ପାଓ୍ବାର ସାମିଲ୍ ହୋଇଥିଲେ । ମହାରାଷ୍ଟ୍ରରେ ସରକାର ଗଠନ ଏବଂ ମଖ୍ୟମନ୍ତ୍ରୀ ଚୟନ ନେଇ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହି ବୈଠକରେ ବିଜେପି ଅଧ୍ୟକ୍ଷ ଜେ.ପି ନାଡ୍ଡା ଏବଂ ଏନସିପି ସାଂସଦ ସୁନିଲ୍ ତଟକର ଏବଂ ପ୍ରଫୁଲ୍ଲ ପଟେଲ୍ ମଧ୍ୟ ଉପସ୍ଥିତ ଥିଲେ ।
ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ୍ ଶାହ, ମହାରାଷ୍ଟ୍ରରେ ସରକାର ଗଠନ ନେଇ ଦେବେନ୍ଦ୍ର ଫଡନବିସ୍, ଏକନାଥ ସିନ୍ଦେ ଏବଂ ଅଜିତ୍ ପାଓ୍ବାରଙ୍କ ସହିତ ଭିନ୍ନ ଭିନ୍ନ ପ୍ରସଂଗରେ ଆଲୋଚନା କରିଥିଲେ । ମହାୟୁତିର ତିନି ପ୍ରମୁଖ ନେତା କ୍ୟାବିନେଟ୍ ଭାଗବଣ୍ଟା ନେଇ ମନ୍ଥନ କରିଥିଲେ । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜେପି ନିକଟରେ ୧୩୨ ବିଧାୟକ ରହିଥିବାରୁ ଦଳ ନିଜ ପାଖରେ ୨୦ ମନ୍ତ୍ରାଳୟ ରଖିବାକୁ ଚାହୁଁଛି । ସେପଟେ ଶିବସେନା ଏବଂ ଏନସିପି ମଧ୍ୟ ଅଧିକରୁ ଅଧିକ ମନ୍ତ୍ରାଳୟ ମିଳିବା ନେଇ ଆଶା ରଖିଛନ୍ତି ।
ଦିଲ୍ଲୀରେ ବସିଥିବା ମହାୟୁତି ବୈଠକରେ କାହା ପାଖରେ କେଉଁ ବିଭାଗ ରହିବ ଏହା ଉପରେ କୌଣସି ପ୍ରକାର ଆଲୋଚନା ହୋଇନାହିଁ । ସବୁଠାରୁ ବଡ଼ କଥା ହେଲା ଏହି ମିଟିଂରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀକୁ ସସ୍ପେନ୍ସ ଶେଷ ହୋଇନାହିଁ । ପ୍ରାୟ ୩ ଘଣ୍ଟାର ମିଟିଂ ପରେ ମହାୟୁତିର ପ୍ରମୁଖ ନେତା ତଥା ଦେବେନ୍ଦ୍ର ଫଡନବିସ୍, ଏକନାଥ ସିନ୍ଦେ ଏବଂ ଅଜିତ୍ ପାଓ୍ବାର ମୁମ୍ବାଇ ଫେରିଆସିଛନ୍ତି । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଦ୍ବିତୀୟ ବୈଠକ ପାଇଁ ଆଜି ଫୋନରେ ଆଲୋଚନା ହେବ । ଡିସେମ୍ବର ୨ କିମ୍ବା ୫ ତାରିଖରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯିବ ।