ମହାରାଷ୍ଟ୍ରରୁ ଧରାପଡ଼ିଲା ସୁଭଦ୍ରା ହତ୍ୟାକାଣ୍ଡର ଅଭିଯୁକ୍ତ

ଅନୁଗୋଳ(ସହର): ତାଳଚେର ରେଳଷ୍ଟେସନରୁ ନିଖୋଜ ଯୁବତୀ ସୁଭଦ୍ରା ପଦଲୀ ହତ୍ୟା ଓ ବଳାତ୍କାର ଘଟଣାର ଅଭିଯୁକ୍ତ ବିଶୁ ଗୋଛାୟତକୁ ଶୁକ୍ରବାର ମହାରାଷ୍ଟ୍ରର ରାୟଗଡ଼ ଜିଲାରୁ ଏକ କାରଖାନାରେ ଶ୍ରମିକଭାବେ କାମ କରୁଥିବା ଅବସ୍ଥାରେ ପୁଲିସ ଗିରଫ କରିବା ପରେ ଶନିବାର ଅନୁଗୋଳକୁ ଅଣାଯାଇ ବଅଁରପାଳ ଥାନାପକ୍ଷରୁ ଅଦାଲତ ଚାଲାଣ କରାଯାଇଛି। ଅନୁଗୋଳ ଜିଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ମୁତାବକ ଏପ୍ରିଲ ୨୬ ତାରିଖ ଅପରାହ୍ନ […]

ମହାରାଷ୍ଟ୍ରରୁ ଧରାପଡ଼ିଲା ସୁଭଦ୍ରା ହତ୍ୟାକାଣ୍ଡର ଅଭିଯୁକ୍ତ

ଅନୁଗୋଳ(ସହର): ତାଳଚେର ରେଳଷ୍ଟେସନରୁ ନିଖୋଜ ଯୁବତୀ ସୁଭଦ୍ରା ପଦଲୀ ହତ୍ୟା ଓ ବଳାତ୍କାର ଘଟଣାର ଅଭିଯୁକ୍ତ ବିଶୁ ଗୋଛାୟତକୁ ଶୁକ୍ରବାର ମହାରାଷ୍ଟ୍ରର ରାୟଗଡ଼ ଜିଲାରୁ ଏକ କାରଖାନାରେ ଶ୍ରମିକଭାବେ କାମ କରୁଥିବା ଅବସ୍ଥାରେ ପୁଲିସ ଗିରଫ କରିବା ପରେ ଶନିବାର ଅନୁଗୋଳକୁ ଅଣାଯାଇ ବଅଁରପାଳ ଥାନାପକ୍ଷରୁ ଅଦାଲତ ଚାଲାଣ କରାଯାଇଛି। ଅନୁଗୋଳ ଜିଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ମୁତାବକ ଏପ୍ରିଲ ୨୬ ତାରିଖ ଅପରାହ୍ନ ୩ଟା ୧୦ ମିନିଟରେ ଅଭିଯୁକ୍ତ ଅଟୋଚାଳକ ବିଶୁ ଗୋଛାୟତ ତାଳଚେର ରେଳଷ୍ଟେସନରୁ ସୁଭଦ୍ରାକୁ ଅଟୋରିକ୍ସାରେ ଭଡ଼ାରେ ତାଳଚେରରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଆଣିବା ରାସ୍ତାରେ ବଅଁରପାଳ ଥାନା କେନ୍ଦୁପାଲି ଗ୍ରାମ କେନାଲରୋଡ଼ର ଏକ ଧାନବିଲରେ ବଳାତ୍କାର କରିଥିଲା। ବଳାତ୍କାର ପରେ ସୁଭଦ୍ରାଙ୍କ ପିନ୍ଧା ଓଢ଼ଣୀରେ ତଣ୍ଟିଚିପି ହତ୍ୟାକରି ପୁଣି ତାଳଚେର ଷ୍ଟେସନକୁ ପଳାଇଯାଇଥିଲା। ସୁଭଦ୍ରା ନିଖୋଜ ନେଇ ତାଳଚେର ଷ୍ଟେସନ ଜିଆରପିରେ ଅଭିଯୋଗ ପରେ ସିସିଟିଭି ଫୁଟେଜ ଯାଞ୍ଚ ପରେ ସୁଭଦ୍ରା ଯାଇଥିବା ଅଟୋରିକ୍ସାକୁ ଡାକି ଜିଆରପିପକ୍ଷରୁ ଯାଞ୍ଚ କରାଯାଇଥିଲା। ପଚାରଉଚୁରା ପରେ ଅଟୋ ଚାଳକ ବିଶୁ ଗୋଛାୟତକୁ ଜିଆରପି ପୁଲିସ ଛାଡ଼ି ଦେଇଥିଲା। ଗତ ୪ ତାରିଖରେ ସୁଭଦ୍ରାର ଶବ ମିଳିବା ପରେ ତାଙ୍କ ଭାଇ ପ୍ରଶାନ୍ତ ପଦଲି ବଅଁରପାଳ ଥାନାରେ ଅଭିଯୋଗ କରିବା ପରେ ଏକ ହତ୍ୟା ଓ ବଳାତ୍କାର ମାମଲା ରଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା।
ତଦନ୍ତ ସମୟରେ ଅଟୋଚାଳକ ବିଶୁ ଗୋଛାୟତ ଏହି ଘଟଣାରେ ସମ୍ପୃକ୍ତ ଜାଣି ପୁଲିସ ଖୋଜିଥିଲା। ତାଳଚେର ଜିଆରପି ପାଖରୁ ବିଶୁ ଆସିବା ପରେ ଫେରାର ହୋଇ ଯାଇଥିଲା। ବିଶୁକୁ ଖୋଜିବା ପାଇଁ ପ୍ରଥମେ ରାଜ୍ୟଭିତରେ ପୁଲିସ ବିଭିନ୍ନ ଅଞ୍ଚଳ ତଲାସୀ ଆରମ୍ଭ କରିଥିଲା। ବିଶୁର ପୁରୁଣା ଅପରାଧିକ ରେକର୍ଡ ଯାଞ୍ଚ ସମୟରେ ୩ଟି ମାମଲାରେ ଅଭିଯୁକ୍ତଥିବା ଜଣାପଡ଼ିଥିଲା। ପୂର୍ବରୁ ପୁଲିସ ଗିରଫ କରିଥିବାରୁ ମୋବାଇଲ ବ୍ୟବହାର କଲେ କାଳେ ଧରାପଡ଼ିଯିବ ସେଥିପାଇଁ ସେ ମୋବାଇଲ ବ୍ୟବହାର କରୁ ନଥିଲା। ଏଭଳିସ୍ଥଳେ ବିଶୁକୁ ଧରିବା ପାଇଁ ଅନୁଗୋଳ ଜିଲା ପୁଲିସ ଅପରେସନ ‘କୋକୋନ’ ନାମରେ ଟିମ ଗଠନ କରି ୧୨ ଦିନ ପରିଶ୍ରମ କରି ୩ ରାଜ୍ୟ ତଲାସୀ ଜାରି ରଖିଥିଲା। ଶେଷରେ ମହାରାଷ୍ଟ୍ରର ରାୟଗଡ଼ ଜିଲାରୁ ତାକୁ ଧରିବାରେ ସଫଳ ହୋଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜୈନ ପ୍ରକାଶ କରିଛନ୍ତି। ବିଶୁ ପୂର୍ବରୁ ଏକ ବଳାତ୍କାର ଓ ମହିଳାଙ୍କୁ ଅସଦାଚରଣ ଭଳି ସଙ୍ଗୀନ ଅଭିଯୋଗରେ ଗିରଫ ହୋଇଥିବାରୁ ସେ ହିଁ ଏହି ଘଟଣା ଘଟାଇଛି ବୋଲି ଏକପ୍ରକାର ସ୍ଥିର ହୋଇଥିଲା। ଅଭିଯୁକ୍ତ ବିଶୁ ଘଟଣା ଘଟାଇ ଫେରାର ହେବାକୁ ସହଯୋଗ ଅଭିଯୋଗରେ ତାର ମାମୁଁ ବିପିନ ଗୋଛାୟତ, ବାପା ତ୍ରିପୁର ଗୋଛାୟତ ଓ ଅଜା ଜୀବନ ଗୋଛାୟତକୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ବିଭିନ୍ନ ସାମଗ୍ରୀ ପୁଲିସ ଜବତ କରିଛି। ନିଶାଗ୍ରସ୍ତ ଅବସ୍ଥାରେ ଏଭଳି ଘଟଣା ଘଟାଇଥିବା ଅଭିଯୁକ୍ତ ବିଶୁ ପୁଲିସ ଆଗରେ ସ୍ୱୀକାର କରିଛି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜୀବଲୋଚନ ପଣ୍ଡା, ଅନୁଗୋଳ ଏସଡିପିଓ ରମାକାନ୍ତ ମହାଳିକ, ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତକୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।