ମହାରାଷ୍ଟ୍ରରୁ ମୟୂରଭଞ୍ଜ ଆସିଲା ବାଘୁଣୀ: ଯମୁନା ଗଲା ଜଙ୍ଗଲ

କନକ ବ୍ୟୁରୋ: ବଦଳିଲା ବାଘୁଣୀର ଠିକଣା। ରାଜ୍ୟ ପରେ ରାଜ୍ୟ ଡେଇଁ ମୟୂରଭଞ୍ଜରେ ପହଂଚିଛି ମହାରାଷ୍ଟ୍ରର ବାଘୁଣୀ ଯମୁନା। ମହାବଳ ବଂଶବୃଦ୍ଧି ପାଇଁ ଶିମିଳିପାଳ ଜଙ୍ଗଲ ଭିତରକୁ ଯାଇଛି ବାଘୁଣୀ। ବନ୍ୟପ୍ରାଣୀ ବିଭାଗ ଆଶା ରଖିଛି, ଓଡ଼ିଶା ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇପାରେ ଯମୁନା।    ଯନ୍ତା ଖୋଲିଲା । ବାଘୁଣୀ ମୁହଁ କାଢି ଚାରିଆଡେ ଜଙ୍ଗଲକୁ ଦେଖିଲା । ଗର୍ଜନ କଲା । ଆଉ ଡିଆଁମାରି ଶିମିଳିପାଳର କୋର ଏରିଆକୁ ଚାଲିଗଲା । ମହାରାଷ୍ଟ୍ରରୁ  ୯୦୦ କିଲୋମିଟର ଦୂରତା ଅତିକ୍ରମ କରି ବାଘୁଣୀକୁ ଶିମିଳିପାଳ ଅଣାଯାଇଥିଲା ।  ଏକ ସ୍ୱତନ୍ତ୍ର ଏନକ୍ଲୋଜରରେ ବାଘୁଣୀକୁ ୨୪ ଘଂଟା ରଖାଯାଇଥିଲା । ଏତେ ଦୂରରୁ ଆସିଥିବାରୁ ସେ ଏନକ୍ଲୋଜରରେ ବିଶ୍ରାମ ନେଇଥିଲା । ଯମୁନାର ସ୍ୱାସ୍ଥ୍ୟ ଉପରେ ବନବିଭାଗ ନଜର ରଖିଥଲା ।  ୨୦୨୩ର ବାଘ ଗଣନା ଅନୁସାରେ ଶିମିଳିପାଳରେ ମୋଟ ୩୯ ମହାବଳ ବାଘ ଅଛନ୍ତିଏଥିମଧ୍ୟରୁ ୫୦ ପ୍ରତିଶତ କେବଳ କଳାବାଘଏହି ପ୍ରଜାତିର ମହାବଳଙ୍କ ରୋଗ ପ୍ରତିଷେଧକ ଶକ୍ତି କମ୍ଏମାନେ ବେଶୀବର୍ଷ ବଂଚିବା ସମ୍ଭାବନା କମ୍  ଭବିଷ୍ୟତରେ ଶିମିଳିପାଳରେ କଳାବାଘର ପ୍ରଜାତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦୁଇଟି ବାଘୁଣୀ ଆଣିବାକୁ ସ୍ଥିର ହୋଇଛି । ତେଣୁ ବାଘ ସଂଖ୍ୟା ବୃଦ୍ଧି ସହିତ ବାଘର ପ୍ରଜାତିକୁ  ନିୟନ୍ତ୍ରଣକୁ ଆଣିବା ପାଇଁ  ଇଛା ପ୍ରକାଶ କରିଥିଲା ବନବିଭାଗ।  ଏନଟିସିଏର ଅନୁମତି ଓ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ପରେ ଏକ ସ୍ବତନ୍ତ

ମହାରାଷ୍ଟ୍ରରୁ ମୟୂରଭଞ୍ଜ ଆସିଲା ବାଘୁଣୀ: ଯମୁନା ଗଲା ଜଙ୍ଗଲ

କନକ ବ୍ୟୁରୋ: ବଦଳିଲା ବାଘୁଣୀର ଠିକଣା। ରାଜ୍ୟ ପରେ ରାଜ୍ୟ ଡେଇଁ ମୟୂରଭଞ୍ଜରେ ପହଂଚିଛି ମହାରାଷ୍ଟ୍ରର ବାଘୁଣୀ ଯମୁନା। ମହାବଳ ବଂଶବୃଦ୍ଧି ପାଇଁ ଶିମିଳିପାଳ ଜଙ୍ଗଲ ଭିତରକୁ ଯାଇଛି ବାଘୁଣୀ। ବନ୍ୟପ୍ରାଣୀ ବିଭାଗ ଆଶା ରଖିଛି, ଓଡ଼ିଶା ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇପାରେ ଯମୁନା।   

ଯନ୍ତା ଖୋଲିଲା । ବାଘୁଣୀ ମୁହଁ କାଢି ଚାରିଆଡେ ଜଙ୍ଗଲକୁ ଦେଖିଲା । ଗର୍ଜନ କଲା । ଆଉ ଡିଆଁମାରି ଶିମିଳିପାଳର କୋର ଏରିଆକୁ ଚାଲିଗଲା । ମହାରାଷ୍ଟ୍ରରୁ  ୯୦୦ କିଲୋମିଟର ଦୂରତା ଅତିକ୍ରମ କରି ବାଘୁଣୀକୁ ଶିମିଳିପାଳ ଅଣାଯାଇଥିଲା ।  ଏକ ସ୍ୱତନ୍ତ୍ର ଏନକ୍ଲୋଜରରେ ବାଘୁଣୀକୁ ୨୪ ଘଂଟା ରଖାଯାଇଥିଲା । ଏତେ ଦୂରରୁ ଆସିଥିବାରୁ ସେ ଏନକ୍ଲୋଜରରେ ବିଶ୍ରାମ ନେଇଥିଲା । ଯମୁନାର ସ୍ୱାସ୍ଥ୍ୟ ଉପରେ ବନବିଭାଗ ନଜର ରଖିଥଲା । 

୨୦୨୩ର ବାଘ ଗଣନା ଅନୁସାରେ
 ଶିମିଳିପାଳରେ ମୋଟ ୩୯ ମହାବଳ ବାଘ ଅଛନ୍ତି
ଏଥିମଧ୍ୟରୁ ୫୦ ପ୍ରତିଶତ କେବଳ କଳାବାଘ
ଏହି ପ୍ରଜାତିର ମହାବଳଙ୍କ ରୋଗ ପ୍ରତିଷେଧକ ଶକ୍ତି କମ୍
ଏମାନେ ବେଶୀବର୍ଷ ବଂଚିବା ସମ୍ଭାବନା କମ୍ 

ଭବିଷ୍ୟତରେ ଶିମିଳିପାଳରେ କଳାବାଘର ପ୍ରଜାତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦୁଇଟି ବାଘୁଣୀ ଆଣିବାକୁ ସ୍ଥିର ହୋଇଛି । ତେଣୁ ବାଘ ସଂଖ୍ୟା ବୃଦ୍ଧି ସହିତ ବାଘର ପ୍ରଜାତିକୁ  ନିୟନ୍ତ୍ରଣକୁ ଆଣିବା ପାଇଁ  ଇଛା ପ୍ରକାଶ କରିଥିଲା ବନବିଭାଗ।  ଏନଟିସିଏର ଅନୁମତି ଓ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ପରେ ଏକ ସ୍ବତନ୍ତ୍ର ଟିମ ମହାରାଷ୍ଟ୍ର ଯାଇଥିଲା । ଆଉ ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରର ତଡୋବା ଅଭୟାରଣ୍ୟରୁ  ଏକ ମାଈ ମହାବଳ ବାଘ ଯମୁନା ଶିମିଳିପାଳ ଆସିଛି। ଯମୁନାକୁ ନେଇ ବେଶ ଆଶାବାଦୀ ଅଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ଶିମିଳିପାଳରେ ବାଘବଂଶ ବୃଦ୍ଧି ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି ।  ଏବେ ଆଉ ଏକ ଟିମ ମହାରାଷ୍ଟ୍ରରେ ଅଛି । ଆଉ ଏକ ମାଈ ମହାବଳକୁ ଧରି ଟିମ୍ ଖୁବଶୀଘ୍ର ଓଡିଶା  ଆସିବେ ବୋଲି ଜଣାପଡିଛି ।