ମହାରାଷ୍ଟ୍ରରେ କାହିଁକି କମିଲା ବିଜେପିର ସାଂସଦ ସଂଖ୍ୟା । ଅର୍ଗାନାଇଜରର ରିପୋର୍ଟକୁ ନେଇ ତେଜିଲା ବୟାନବାଜି
କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖପାତ୍ର ସାପ୍ତାହିକ ‘ଅର୍ଗାନାଇଜର’ରେ ପ୍ରକାଶିତ ଏକ ଲେଖାକୁ ନେଇ ତେଜିଛି ବିବାଦ । ମହାରାଷ୍ଟ୍ରରେ ଏନଡିଏ ସହଯୋଗୀ ବିଜେପି ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ମଧ୍ୟରେ ଏହାକୁ ନେଇ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି । ଅର୍ଗାଇନଜର ପତ୍ରିକାରେ ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ସହ ମେଂଟ ହୋଇଥିବାରୁ ବିଜେପି ଚଳିତ ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ବୋଲି କୁହାଯାଇଛି । ବିଜେପି ଅଜିତ […] The post ମହାରାଷ୍ଟ୍ରରେ କାହିଁକି କମିଲା ବିଜେପିର ସାଂସଦ ସଂଖ୍ୟା । ଅର୍ଗାନାଇଜରର ରିପୋର୍ଟକୁ ନେଇ ତେଜିଲା ବୟାନବାଜି first appeared on Kanak News.

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖପାତ୍ର ସାପ୍ତାହିକ ‘ଅର୍ଗାନାଇଜର’ରେ ପ୍ରକାଶିତ ଏକ ଲେଖାକୁ ନେଇ ତେଜିଛି ବିବାଦ । ମହାରାଷ୍ଟ୍ରରେ ଏନଡିଏ ସହଯୋଗୀ ବିଜେପି ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ମଧ୍ୟରେ ଏହାକୁ ନେଇ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି । ଅର୍ଗାଇନଜର ପତ୍ରିକାରେ ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ସହ ମେଂଟ ହୋଇଥିବାରୁ ବିଜେପି ଚଳିତ ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ବୋଲି କୁହାଯାଇଛି । ବିଜେପି ଅଜିତ ପାୱାରଙ୍କ ଏନସିପି ସହ ମେଂଟ କରିବା ‘ଅନାବଶ୍ୟକ ରାଜନୀତି’ ବୋଲି ‘ଅର୍ଗାନାଇଜର’ ରିପୋର୍ଟରେ କୁହାଯାଇଛି । ଏଥିରେ କୁହାଯାଇଛି ଯେ ଅଜିତ ପାୱାରଙ୍କ ଏନସିପି ଏନଡିଏରେ ସାମିଲ ହେବା ପରେ ବିଜେପିର ବ୍ରାଣ୍ଡ ଭେଲ୍ୟୁ କମିଛି । ଏହି ଲେଖା ଉପରେ ପ୍ରତିକ୍ରିୟା ରଖି ଏନସିପି ନେତା ତଥା ରାଜ୍ୟ ସରକାରର ମନ୍ତ୍ରୀ ଛଗନ ଭୁଜବଳ କହିଛନ୍ତି, କିଛି ମାତ୍ରାରେ ଏହି ଲେଖା ସତ ହୋଇପାରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନଙ୍କ ଭଳି କଂଗ୍ରେସର ନେତାଙ୍କୁ ସାମିଲ କରିଥିବାରୁ କିଛି ଲୋକ ବିଜେପିକୁ ସମାଲୋଚନା କରିଛନ୍ତି । ଏପରିକି ପୂର୍ବତନ କଂଗ୍ରେସ ନେତା ମିଲିନ୍ଦ ଦେଓରାଙ୍କୁ ଏକନାଥ ସିନ୍ଦେଙ୍କ ଶିବସେନା ସାମିଲ କରି ରାଜ୍ୟସଭା ସାଂସଦ କରିଛି । ଅନ୍ୟାନ୍ୟ ଅଂଚଳରେ ବିଜେପିର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇ ଛଗନ ଭୁଜବଳ ପ୍ରଶ୍ନ କରିଛନ୍ତି ଯେ ଉତ୍ତରପ୍ରଦେଶର ଫଳାଫଳ ବିଷୟରେ କିଏ କହିବ, ଯେଉଁଠାରେ ବିଜେପିର ଆସନ ସଂଖ୍ୟା କମିଛି? ଅନ୍ୟପକ୍ଷରେ ଏନସିପି ନେତା ତଥା ରାଜ୍ୟସଭା ସାଂସଦ ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ଗୋଟିଏ ଲେଖା ବିଜେପିର ଆଭିମୁଖ୍ୟକୁ ପ୍ରତିଫଳିତ କରୁନାହିଁ । ଏନସିପି ଯୁବ ଶାଖା ନେତା ସୂରଜ ଚୌହାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଯେତେବେଳେ ବିଜେପି ଭଲ ପ୍ରଦର୍ଶନ କରେ ସେତେବେଳେ ଆରଏସଏସର କଠିନ ପରିଶ୍ରମକୁ ଶ୍ରେୟ ଦିଆଯାଏ କିନ୍ତୁ ପରାଜୟର ଶ୍ରେୟ ଅଜିତ ପାୱାରଙ୍କୁ ଦିଆଯାଏ ।
The post ମହାରାଷ୍ଟ୍ରରେ କାହିଁକି କମିଲା ବିଜେପିର ସାଂସଦ ସଂଖ୍ୟା । ଅର୍ଗାନାଇଜରର ରିପୋର୍ଟକୁ ନେଇ ତେଜିଲା ବୟାନବାଜି first appeared on Kanak News.