ମହାରାଷ୍ଟ୍ରରେ ବାଦଲଫଟା ବର୍ଷା; ଘରେ ପଶିଲା ବନ୍ୟାଜଳ, ବିପର୍ଯ୍ୟୟରେ ୪ ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଜଳ ତାଣ୍ଡବ । ଲଗାଣ ବର୍ଷାରେ ମାୟାନଗରୀ ମୁମ୍ବାଇ ସମେତ ଅଧିକାଂଶ ଅଞ୍ଚଳ ଭାସୁଛି । ରାସ୍ତାରେ ବନ୍ୟା ଜଳ ପ୍ରଭାହିତ ହେଉଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଅଧିକାଂଶ ଜିଲ୍ଲାରେ ବାଦଲ ଫଟା ବର୍ଷା ହେଉଛି ।  ବିଷେଶ କରି ଗଡ଼ଚିରୋଲି, ପୁନେ, ଥାନେ, ବିଡ୍ ଅଞ୍ଚଳରେ ମୁସଳଧାରାରେ ବର୍ଷା ଯୋଗୁ ଲୋକଙ୍କୁ ମୁସ୍କିଲ୍ ବଢ଼ିବାରେ ଲାଗିଛି । ଲୋନାବାଲା ଅଞ୍ଚଳରେ ରେକର୍ଡ ପରିମାଣରେ ବର୍ଷା ହୋଇଛି । ଫଳରେ ୩୦ ଅଧିକ ପର୍ଯ୍ୟଟକ ଫଶି ରହିଛନ୍ତି । ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି । ବନ୍ୟା ସ୍ଥିତି ପାଇଁ ପାଲଘର ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଛି । ବର୍ଷା ବିତ୍ପାତ ଅଘଟଣରେ ୪ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।   #WATCH | Pune, Maharashtra: Visuals of Bhide bridge as the Mula Mutha River flows above the danger level. pic.twitter.com/XledtWIBbr— ANI (@ANI) July 25, 2024ମୁମ୍ବାଇ ମହାନଗର ନିଗମ ଅନୁଯାୟୀ, ଆଜି ପାଇଁ ମହାରାଷ୍ଟ୍ରର ସମସ୍ତ ସହର ଏବଂ ଉପ-ନଗର ମାଧ୍ୟମରେ ବର୍ଷା ଆଲର୍ଟ ଜାରି କରାଯାଇଛି । ସହର ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ସହିତ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ବେଗରେ ପବନ ବହିବ । ଗୁରୁବାର ଦ୍ବିପ୍ରହର ୨.୫୧ ମିନିଟରେ ମୁ

ମହାରାଷ୍ଟ୍ରରେ ବାଦଲଫଟା ବର୍ଷା; ଘରେ ପଶିଲା ବନ୍ୟାଜଳ, ବିପର୍ଯ୍ୟୟରେ ୪ ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଜଳ ତାଣ୍ଡବ । ଲଗାଣ ବର୍ଷାରେ ମାୟାନଗରୀ ମୁମ୍ବାଇ ସମେତ ଅଧିକାଂଶ ଅଞ୍ଚଳ ଭାସୁଛି । ରାସ୍ତାରେ ବନ୍ୟା ଜଳ ପ୍ରଭାହିତ ହେଉଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଅଧିକାଂଶ ଜିଲ୍ଲାରେ ବାଦଲ ଫଟା ବର୍ଷା ହେଉଛି ।  ବିଷେଶ କରି ଗଡ଼ଚିରୋଲି, ପୁନେ, ଥାନେ, ବିଡ୍ ଅଞ୍ଚଳରେ ମୁସଳଧାରାରେ ବର୍ଷା ଯୋଗୁ ଲୋକଙ୍କୁ ମୁସ୍କିଲ୍ ବଢ଼ିବାରେ ଲାଗିଛି । ଲୋନାବାଲା ଅଞ୍ଚଳରେ ରେକର୍ଡ ପରିମାଣରେ ବର୍ଷା ହୋଇଛି । ଫଳରେ ୩୦ ଅଧିକ ପର୍ଯ୍ୟଟକ ଫଶି ରହିଛନ୍ତି । ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି । ବନ୍ୟା ସ୍ଥିତି ପାଇଁ ପାଲଘର ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଛି । ବର୍ଷା ବିତ୍ପାତ ଅଘଟଣରେ ୪ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।   



ମୁମ୍ବାଇ ମହାନଗର ନିଗମ ଅନୁଯାୟୀ, ଆଜି ପାଇଁ ମହାରାଷ୍ଟ୍ରର ସମସ୍ତ ସହର ଏବଂ ଉପ-ନଗର ମାଧ୍ୟମରେ ବର୍ଷା ଆଲର୍ଟ ଜାରି କରାଯାଇଛି । ସହର ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ସହିତ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ବେଗରେ ପବନ ବହିବ । ଗୁରୁବାର ଦ୍ବିପ୍ରହର ୨.୫୧ ମିନିଟରେ ମୁମ୍ବାଇକୁ ଉଚ୍ଚ ଜୁଆର ଆସିବାର ଆଶଙ୍କା ରହିଛି । 


ଲଗାଣ ବର୍ଷା ଯୋଗୁ ପୁନେର ମୁଥା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ମୁଥା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଣାପଡ଼ିଛି । ମୁମ୍ବାଇରେ ମୁସଳଧାରାରେ ବର୍ଷା ଯୋଗୁ ଅନ୍ଧେରୀ ଅଞ୍ଚଳ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତାରେ ପ୍ରଖର ସ୍ରୋତ ଚାଲୁଥିବା ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପୁନେର ଅଧିକାଂଶ ଅଞ୍ଚଳରେ ବନ୍ୟାଜଳ ଘର ଭିତରେ ପ୍ରବେଶ କରିଛି । ଏକତା ନଗର ଏବଂ ବିଟ୍ଟଲ ନଗରରେ ଭୟଙ୍କର ପରିସ୍ଥିତି ଦେଖା ଦେଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଏବଂ ଏସଡିଆରଏଫ ଏବଂ ଏନଡିଆରଏଫ ରେସକ୍ୟୁ ଅପରେସନ ଚଳାଇଛି ।