ହ୍ରଦରେ ଡଙ୍ଗା ଓଲଟି ୧୫ ମୃତ ! ୧୩ ଶିଶୁ, ୨ ଶିକ୍ଷକଙ୍କ ଜୀବନ ଗଲା

ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ହ୍ରଦରେ ଡଙ୍ଗା ଓଲଟି ୧୫ ମୃତ ! ୧୩ ଶିଶୁ, ୨ ଶିକ୍ଷକଙ୍କ ଜୀବନ ଗଲା

ହ୍ରଦରେ ଡଙ୍ଗା ଓଲଟି ୧୫ ମୃତ। ମୃତକଙ୍କ ମଧ୍ୟରେ ୧୩ ଜଣ ଶିଶୁ ଏବଂ ୨ ଜଣ ଶିକ୍ଷକ ଅଛନ୍ତି। ଆହୁରି କିଛି ଜଣ ନିଖୋଜ ଥିବା ସୂଚନା ମିଳିଛି। ଗୁଜରାଟ ଭଦୋଦରାର ହରନି ହ୍ରଦରେ ଡଙ୍ଗା ଓଲଟିଛି। ଛାତ୍ରଛାତ୍ରୀମାନେ ପିକ୍ ନିକ୍ ଯାଇଥିବା ବେଳେ ଡଙ୍ଗା ଓଲଟି ଥିଲା। ବର୍ତ୍ତମାନ ଘଟଣାସ୍ଥଳରେ ଏନଡିଆରଏଫ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଦୁର୍ଘଟଣା ସମୟରେ ଡଙ୍ଗାରେ ୩୪ ଜଣ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।