Paris Olympic 2024: ବିଜୟ ସହିତ ଅଭିଯାନ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ,୨୭।୭: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ଭାରତ ଶନିବାର ଅନୁଷ୍ଠିତ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି। ମ୍ୟାଚ ୨-୨ରେ ଡ୍ର’ ଆଡ଼କୁ ଯାଉଥିବାବେଳେ ୫୯ତମ ମିନିଟରେ ଅଧିନାୟକ ହରମନପ୍ରୀତ ସିଂଙ୍କ ଗୋଲ ଭାରତକୁ ବିଜୟ ସ୍ବାଦ ଚଖାଇଥିଲା। ନ୍ୟୁଜିଲାଣ୍ଡର ଲେନ ସାମ୍‌ ପେନାଲ୍ଟି କର୍ନରରୁ ଏକ ଗୋଲ ଦେଇ ପ୍ରଥମ କ୍ୱାର୍ଟରରେ ଦଳକୁ ଅଗ୍ରଣୀ କରିଥିଲେ। […] The post Paris Olympic 2024: ବିଜୟ ସହିତ ଅଭିଯାନ ଆରମ୍ଭ କଲା ଭାରତ appeared first on Dharitri Odia News.

Paris Olympic 2024: ବିଜୟ ସହିତ ଅଭିଯାନ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ,୨୭।୭: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ଭାରତ ଶନିବାର ଅନୁଷ୍ଠିତ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି।

ମ୍ୟାଚ ୨-୨ରେ ଡ୍ର’ ଆଡ଼କୁ ଯାଉଥିବାବେଳେ ୫୯ତମ ମିନିଟରେ ଅଧିନାୟକ ହରମନପ୍ରୀତ ସିଂଙ୍କ ଗୋଲ ଭାରତକୁ ବିଜୟ ସ୍ବାଦ ଚଖାଇଥିଲା। ନ୍ୟୁଜିଲାଣ୍ଡର ଲେନ ସାମ୍‌ ପେନାଲ୍ଟି କର୍ନରରୁ ଏକ ଗୋଲ ଦେଇ ପ୍ରଥମ କ୍ୱାର୍ଟରରେ ଦଳକୁ ଅଗ୍ରଣୀ କରିଥିଲେ। ୨୪ତମ ମିନିଟରେ ଭାରତର ମନଦୀପ ସିଂ ଗୋଲଟି ପରିଶୋଧ କରିବାରୁ ପ୍ରଥମାର୍ଦ୍ଧ ବେଳକୁ ମ୍ୟାଚ ୧-୧ ହୋଇ ଯାଇଥିଲା।

ପରେ ୩୪ତମ ମିନିଟରେ ଭାରତର ବିବେକ ସାଗର ପ୍ରସାଦ ଓ ୫୩ତମ ମିନିଟରେ ନ୍ୟୁଜିଲାଣ୍ଡର ସିମନ ଚିଲ୍ଡ ଗୋଟିଏ ଲେଖାଏ ଗୋଲ ଦେବାରୁ ମ୍ୟାଚ ୨-୨ରେ ପହଞ୍ଚତ୍ଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ହରମନପ୍ରୀତଙ୍କ ଗୋଲ ଭାରତୀୟ ଶିବିରକୁ ଉଲ୍ଲସିତ କରିଥିଲା। ଗ୍ରୁପ୍‌ ‘ବି’ର ଅନ୍ୟ ୨ଟି ମ୍ୟାଚରେ ବେଲଜିୟମ ୨-୦ରେ ଆୟର୍ଲାଣ୍ଡ ଓ ଅଷ୍ଟ୍ରେଲିଆ ୧-୦ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି।

The post Paris Olympic 2024: ବିଜୟ ସହିତ ଅଭିଯାନ ଆରମ୍ଭ କଲା ଭାରତ appeared first on Dharitri Odia News.