ସ୍ତ୍ରୀ କାଟିଦେଲେ ସ୍ବାମୀଙ୍କ ବେକ

ଧରାକୋଟ,୧୮।୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସ୍ତ୍ରୀ କାଟିଦେଲେ ସ୍ବାମୀର ବେକ। ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ବରିଗୁଡା ଗ୍ରାମରେ। ଆହତ ସ୍ବାମୀ ହେଲେ ରୋହିତ ପାତ୍ର(୪୫)। ତାଙ୍କୁ ଗୁରୁତର ଅବସ୍ଥାରେ ଆସିକା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସୂଚନାନୁଯାୟୀ, ବରିଗୁଡା ଗ୍ରାମର ମଦନ ପାତ୍ରଙ୍କ ବଡ଼ ପୁଅ ରୋହିତ ପାତ୍ର ମଦ୍ୟ ପାନ କରି ନିଜ ସ୍ତ୍ରୀ କସ୍ତୁରୀ ପାତ୍ରକୁ ମାରପିଟ କରନ୍ତି। ରବିବାର ସକାଳ ୮.୩୦ରେ କୌଣସି କାରଣରୁ ସ୍ବାମୀସ୍ତ୍ରୀଙ୍କ […] The post ସ୍ତ୍ରୀ କାଟିଦେଲେ ସ୍ବାମୀଙ୍କ ବେକ appeared first on Dharitri Odia News.

ସ୍ତ୍ରୀ କାଟିଦେଲେ ସ୍ବାମୀଙ୍କ ବେକ

ଧରାକୋଟ,୧୮।୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସ୍ତ୍ରୀ କାଟିଦେଲେ ସ୍ବାମୀର ବେକ। ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ବରିଗୁଡା ଗ୍ରାମରେ। ଆହତ ସ୍ବାମୀ ହେଲେ ରୋହିତ ପାତ୍ର(୪୫)। ତାଙ୍କୁ ଗୁରୁତର ଅବସ୍ଥାରେ ଆସିକା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ବରିଗୁଡା ଗ୍ରାମର ମଦନ ପାତ୍ରଙ୍କ ବଡ଼ ପୁଅ ରୋହିତ ପାତ୍ର ମଦ୍ୟ ପାନ କରି ନିଜ ସ୍ତ୍ରୀ କସ୍ତୁରୀ ପାତ୍ରକୁ ମାରପିଟ କରନ୍ତି। ରବିବାର ସକାଳ ୮.୩୦ରେ କୌଣସି କାରଣରୁ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କଥା କଥା କଟାକଟି ହୋଇଥିଲା । ସେଥିରେ ଅତିଷ୍ଠ ହୋଇ ସ୍ତ୍ରୀ କସ୍ତୁରୀ ଏକ ଧାରୁଆ ଛୁରୀରେ ସ୍ବାମୀଙ୍କ ବେକ ଓ ପିଠିକୁ କାଟି ଦେଇଥିଲେ। ଏଥିରେ ସେ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ବେଳେ ତାଙ୍କୁ ଗାଁ ଲୋକେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠାଯାଇଛି। ଅନ୍ୟପକ୍ଷରେ ଖବରପାଇ ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

The post ସ୍ତ୍ରୀ କାଟିଦେଲେ ସ୍ବାମୀଙ୍କ ବେକ appeared first on Dharitri Odia News.