ମହାରାଷ୍ଟ୍ରରେ ବିରଳ ଘଟଣା, ଛଅ ଦଶକ ମଧ୍ୟରେ ପ୍ରଥମ ଥର ହେଲା ଏମିତି…

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରର ୧୫ତମ ବିଧାନସଭାରେ ଗୋଟିଏ ବିରଳ ଘଟଣା ଘଟିବାକୁ ଯାଉଛି। କାରଣ ପ୍ରଥମଥର ପାଇଁ ମହାରାଷ୍ଟ୍ର ବିଧାନସଭା ବିନା ବିରୋଧୀ ଦଳ ନେତାରେ କାର୍ଯ୍ୟ କରିବ। କାରଣ କୌଣସି ରାଜନୀତିକ ଦଳ ବିରୋଧୀ ଦଳର ନେତା ମାନ୍ୟତା ପାଇବାକୁ ନିର୍ବାଚନରେ ଆବଶ୍ୟକ ସଂଖ୍ୟା ହାସଲ କରିପାରି ନାହାନ୍ତି। ବିଧାନସଭାର ନିୟମ ଅନୁଯାୟୀ, ରାଜ୍ୟର ୨୮୮ଟି ବିଧାନସଭା ଆସନରୁ ଯେଉଁ ଦଳ ପାଖରେ ୧୦% ଅର୍ଥାତ ୨୯ଟି ଆସନ ଥିବ, ସେହି ଦଳ ବିରୋଧୀ ଦଳ ନେତା […] The post ମହାରାଷ୍ଟ୍ରରେ ବିରଳ ଘଟଣା, ଛଅ ଦଶକ ମଧ୍ୟରେ ପ୍ରଥମ ଥର ହେଲା ଏମିତି… appeared first on Dharitri Odia News.

ମହାରାଷ୍ଟ୍ରରେ ବିରଳ ଘଟଣା, ଛଅ ଦଶକ ମଧ୍ୟରେ ପ୍ରଥମ ଥର ହେଲା ଏମିତି…

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରର ୧୫ତମ ବିଧାନସଭାରେ ଗୋଟିଏ ବିରଳ ଘଟଣା ଘଟିବାକୁ ଯାଉଛି। କାରଣ ପ୍ରଥମଥର ପାଇଁ ମହାରାଷ୍ଟ୍ର ବିଧାନସଭା ବିନା ବିରୋଧୀ ଦଳ ନେତାରେ କାର୍ଯ୍ୟ କରିବ। କାରଣ କୌଣସି ରାଜନୀତିକ ଦଳ ବିରୋଧୀ ଦଳର ନେତା ମାନ୍ୟତା ପାଇବାକୁ ନିର୍ବାଚନରେ ଆବଶ୍ୟକ ସଂଖ୍ୟା ହାସଲ କରିପାରି ନାହାନ୍ତି।

ବିଧାନସଭାର ନିୟମ ଅନୁଯାୟୀ, ରାଜ୍ୟର ୨୮୮ଟି ବିଧାନସଭା ଆସନରୁ ଯେଉଁ ଦଳ ପାଖରେ ୧୦% ଅର୍ଥାତ ୨୯ଟି ଆସନ ଥିବ, ସେହି ଦଳ ବିରୋଧୀ ଦଳ ନେତା ପଦ ପାଇଁ ଦାବି ଜଣାଇ ପାରିବ। ସେହି ଅନୁସାରେ, ଶିବସେନା(ୟୁବିଟି), ଏନସିପି ଓ କଂଗ୍ରେସ ମଧ୍ୟରୁ ଯଦି କେହି ବି ଏକାକୀ ୨୯ଟି ଆସନ ଜିତିବାକୁ ସକ୍ଷମ ନ ହେବେ, ତା’ହେଲେ ବିରୋଧୀ ଦଳ ନେତା ପଦ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।

ବିରୋଧୀ ଏମଭିଏରେ ଥିବା ଦଳଗୁଡିକ ୨୯ଟି ଜିତିବାକୁ ସକ୍ଷମ ହୋଇ ନାହାନ୍ତି। ଫଳାଫ, ଅନୁସାରେ ଶିବସେନା(ୟୁବିଟି) ୨୦ଟି, କଂଗ୍ରେସ ୧୬ଟି ଓ ଏନସିପି(ଶରଦ ପାୱାର) ୧୦ଟି ଆସନ ଜିତିଛନ୍ତିି। ମେଣ୍ଟରେ ଥିବା ଦଳଗୁଡିକ ମିଳିତ ଭାବେ ନିଜ ଶକ୍ତି ପ୍ରଦର୍ଶନ କରି ବିରୋଧୀ ଦଳ ନେତାର ମାନ୍ୟତା ହାସଲ କରିପାରି ନାହାନ୍ତି। ୧୯୬୦ରେ ମହାରାଷ୍ଟ୍ର ବିଧାନସଭା ଗଠନ ହୋଇଥିବା ବେଳେ ସମ୍ଭବତଃ ଗୃହ ପ୍ରଥମଥର ପାଇଁ ବିନା ବିରୋଧୀ ଦଳ ନେତାରେ କାର୍ଯ୍ୟ କରିବ।

The post ମହାରାଷ୍ଟ୍ରରେ ବିରଳ ଘଟଣା, ଛଅ ଦଶକ ମଧ୍ୟରେ ପ୍ରଥମ ଥର ହେଲା ଏମିତି… appeared first on Dharitri Odia News.