ମହାଷ୍ଟମୀରେ ଦୁଆରସନିଙ୍କ ଛତର ଯାତ୍ରା: ପରମ୍ପରା ନାଁରେ ପଡିଲା ବଳି

କନକ ବ୍ୟୁରୋ: ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ଥିବା କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛିଲିପା ଗ୍ରାମରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଆ ଦୁଆରସନିଙ୍କ ଛତର ଯାତ୍ରା ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଶେଷ ହୋଇ ଯାଇଛି।  ଦୀର୍ଘ ୯ ଦିନ ଧରି ହେଉ ଥିବା ମାଆଙ୍କ ଯାତ୍ରାର ଆଜି ଅନ୍ତିମ ଦିବସ ମାଆଙ୍କ ଆଶିଷ ଲାଭ ପାଇଁ ଓଡ଼ିଶା ଓ ଛତିଶଗଡ଼ରୁ ଛୁଟି ଆସି ଥିଲେ ବହୁ ଶ୍ରଦ୍ଧାଳୁ। ବର୍ଷ ତମାମ ମାଆ ଦୁଆରସନି ନିଜ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଆଉ ଆଶ୍ୱିନ ମାସ ଅଷ୍ଟମୀ ତିଥିରେ ମାଆଙ୍କ ଛତର ରୂପ ଦେଖିବାକୁ ଭିଡ ପରିଲକ୍ଷିତ ହୋଇଛି । ପରମ୍ପରା ନାଁରେ ପଡିଛି ପଶୁବଳି । ରକ୍ତରଂଜିତ ହୋଇଛି ରାଜରାସ୍ତା । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମଧାମରେ ପରମ୍ପରା ଅନୁଯାୟୀ ଦୀର୍ଘ ୯ ଦିନ ଧରି  ମନ୍ଦିରରେ ପୂଜା କରାଯାଇଛି । ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମାଆଙ୍କ ଛତର ଜେନା ଖାଲରୁ ବାହାରି ମନ୍ଦିରକୁ ଆସିଥିଲା।  ମାଆଙ୍କ ଦର୍ଶନ ଲାଗି ଛତିଶଗଡ଼ ରାଜ୍ୟ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ଛତର ଯାତ୍ରାରେ ସାମିଲ ହୋଇଥିଲେ। ମହାଳୟାଠାରୁ ଆରମ୍ଭ ହୋଇ ଥିବା ମାଁ ଦୁଆରସନିଙ୍କ ଦଶହରା ଯାତ୍ରାର ବିଭିନ୍ନ ଦିନରେ ବିଭିନ୍ନ ଉତ୍ସବ ହୋଇଥିଲା । ମହାଷ୍ଟମୀ ଦିନ ମା’ଙ୍କ ସନ୍ଧି ପୂଜା ସହ ଗାଁ ନିକଟସ୍ଥ ଜେନାବଳି ପାହାଡ ରେ ଡଙ୍ଗର ଚଘା ଉତ୍ସବ ହୋଇ ଥିଲା । ମଧ୍ୟ ରାତ୍ର

ମହାଷ୍ଟମୀରେ ଦୁଆରସନିଙ୍କ ଛତର ଯାତ୍ରା: ପରମ୍ପରା ନାଁରେ ପଡିଲା ବଳି

କନକ ବ୍ୟୁରୋ: ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ଥିବା କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛିଲିପା ଗ୍ରାମରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଆ ଦୁଆରସନିଙ୍କ ଛତର ଯାତ୍ରା ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଶେଷ ହୋଇ ଯାଇଛି।  ଦୀର୍ଘ ୯ ଦିନ ଧରି ହେଉ ଥିବା ମାଆଙ୍କ ଯାତ୍ରାର ଆଜି ଅନ୍ତିମ ଦିବସ ମାଆଙ୍କ ଆଶିଷ ଲାଭ ପାଇଁ ଓଡ଼ିଶା ଓ ଛତିଶଗଡ଼ରୁ ଛୁଟି ଆସି ଥିଲେ ବହୁ ଶ୍ରଦ୍ଧାଳୁ।

ବର୍ଷ ତମାମ ମାଆ ଦୁଆରସନି ନିଜ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଆଉ ଆଶ୍ୱିନ ମାସ ଅଷ୍ଟମୀ ତିଥିରେ ମାଆଙ୍କ ଛତର ରୂପ ଦେଖିବାକୁ ଭିଡ ପରିଲକ୍ଷିତ ହୋଇଛି । ପରମ୍ପରା ନାଁରେ ପଡିଛି ପଶୁବଳି । ରକ୍ତରଂଜିତ ହୋଇଛି ରାଜରାସ୍ତା । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମଧାମରେ ପରମ୍ପରା ଅନୁଯାୟୀ ଦୀର୍ଘ ୯ ଦିନ ଧରି  ମନ୍ଦିରରେ ପୂଜା କରାଯାଇଛି । ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମାଆଙ୍କ ଛତର ଜେନା ଖାଲରୁ ବାହାରି ମନ୍ଦିରକୁ ଆସିଥିଲା।  ମାଆଙ୍କ ଦର୍ଶନ ଲାଗି ଛତିଶଗଡ଼ ରାଜ୍ୟ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ଛତର ଯାତ୍ରାରେ ସାମିଲ ହୋଇଥିଲେ।

ମହାଳୟାଠାରୁ ଆରମ୍ଭ ହୋଇ ଥିବା ମାଁ ଦୁଆରସନିଙ୍କ ଦଶହରା ଯାତ୍ରାର ବିଭିନ୍ନ ଦିନରେ ବିଭିନ୍ନ ଉତ୍ସବ ହୋଇଥିଲା । ମହାଷ୍ଟମୀ ଦିନ ମା’ଙ୍କ ସନ୍ଧି ପୂଜା ସହ ଗାଁ ନିକଟସ୍ଥ ଜେନାବଳି ପାହାଡ ରେ ଡଙ୍ଗର ଚଘା ଉତ୍ସବ ହୋଇ ଥିଲା । ମଧ୍ୟ ରାତ୍ରରେ ଜେନା ଖା ଠାରେ ବଳି ଦିଆଯାଇ ନବମୀ ଦିନ ଜେନା ଖାଲ ନିକଟରୁ ମାଙ୍କ ମନ୍ଦିରକୁ ଛତର ଯାତ୍ରା ପହଞ୍ଚି ଥିଲା ।