ମହାୟୁତିରେ ଫାଟ! ଦିଲ୍ଲୀରେ ଏକା ଲଢ଼ିବ ଏନ୍‌ସିପି

ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।

ମହାୟୁତିରେ ଫାଟ! ଦିଲ୍ଲୀରେ ଏକା ଲଢ଼ିବ ଏନ୍‌ସିପି

ମହାବିକାଶ ଅଘାଡି ପରେ ଏବେ ମହାୟୁତିରେ ପାଠ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା। ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏବେ ମେଣ୍ଟ କରି ଲଢ଼ିବନି ଅଜିତ ପାଓ୍ୱାରଙ୍କ ଏନ୍‌ସିପି। ତାଙ୍କ ଦଳ ଏକା ଲଢ଼ିବା।

ମିଳିଥିବା ସୂତ୍ରରୁ ସୂଚନା ମୁତାବକ, ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅଜିତ ପାଓ୍ୱାରଙ୍କ ନେତୃତ୍ୱରେ ଏକାକି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏନ୍‌ସିପି ଯୋଜନା କରୁଛି। ଏଥିପାଇଁ ବିଭିନ୍ନ ଭୋଟର ଆଧାର ଥିବା ଅଞ୍ଚଳ ଉପରେ ଧ୍ୟାନ ଦେଇ ୨୫ରୁ ୩୦ ନିର୍ବାଚନ ମଣ୍ଡଳି ପାଇଁ ଏନ୍‌ସିପି ପ୍ରାର୍ଥୀ ମଧ୍ୟ ଚୂଡ଼ାନ୍ତ କରିସାରିଥିବା କୁହାଯାଇଛି।

ଦିଲ୍ଲୀରେ ଦୀର୍ଘ ୧୦ ବର୍ଷ ଧରି ଆମ୍‌ ଆଦମୀ ପାର୍ଟିର ଦବ୍‌ଦବା ଜାରି ରହିଛି। ଏଥର ମଧ୍ୟ ହ୍ୟାଟ୍ରିକ୍‌ କରିବା ଲକ୍ଷ୍ୟରେ ରହିଛି ଆପ୍‌। ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ଦିଲ୍ଲୀ ଦଖଲ କରିବାକୁ ଅଣ୍ଟା ଭିଡିଛନ୍ତି। ଏହାରି ଭିତରେ ଏନ୍‌ସିପିର ଏକାକୀ ନିର୍ବାଚନ ଲଢ଼ିବା ପାଇଁ ଏହି ନିଷ୍ପତ୍ତି ଦିଲ୍ଲୀରେ ଏକ ସ୍ଥାନ ପ୍ରତିଷ୍ଠା କରିବାର ପ୍ରୟାସ ବୋଲି କୁହାଯାଉଛି।

ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଫେବ୍ରୁଆରୀ ୮ ତାରିଖରେ ରେଜଲ୍ଟ ବହାରିବ।