ମହିଳା ଏସିଆ କପ୍ ୨୦୨୪: ଇତିହାସ ରଚିଲେ ରିଚା: ୟୁଏଇକୁ ୭୮ ରନ୍ରେ ହରାଇଲା ଭାରତ
ନୂଆଦିଲ୍ଲୀ: ଟି-୨୦ ମହିଳା ଏସିଆ କପ୍ରେ ୟୁଏଇକୁ ୭୮ ରନ୍ରେ ହରାଇଲା ଭାରତ। ଏଥିସହିତ ମହିଳା ଦଳ ପ୍ରଥମ ଥର ପାଇଁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ୨୦୦ ରନ୍ ଅତିକ୍ରମ କରିଛି। ସବୁଠାରୁ ରୋଚକ କଥା ହେଲା ରିଚା ଘୋଷ ପ୍ରଥମ ଭାରତୀୟ ମହିଳା ୱିକେଟ୍ କିପରି ଭାବେ ଏସିଆ କପ୍ରେ ଅର୍ଦ୍ଧଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଆଜିର ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦୧ ରନ୍ କରିଥିଲା। କ୍ୟାପ୍ଟେନ୍ ହରମନପ୍ରୀତ କୌର ସର୍ବାଧିକ ୬୬ ରନ୍ କରିଥିବା ବେଳ ରିଚା ଘୋଷ ୬୪ ରନ୍ କରିଥିଲେ। ସେଫାଳୀ ବର୍ମା ୩୭ ରନ୍ କରିଥିଲେ। ଜବାବର ୟୁଏଇ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ମାତ୍ର ୧୩୭ ରନ ହିଁ କରିପାରିଥିଲା। ଜୁଲାଇ ୨୧ ରବିବାର ଶ୍ରୀଲଙ୍କା ଡାମ୍ବୁଲାରେ ଭାରତ ୟୁଏଇ ବିରୋଧରେ ଭଲ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମ ଥର ପାଇଁ ମହିଳା ଦଳ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ୨୦୦ ରନ ପାର୍ କରିଛି।ଆଜିର ମ୍ୟାଚ୍ରେ ରିଚା ଘୋଷଙ୍କ ନାଁ ଚର୍ଚ୍ଚାରେ ରହିଛି। କାରଣ ସେ ପ୍ରଥମ ଭାରତୀୟ ୱିକେଟ କିପର ମହିଳା କ୍ରିକେଟର ଭାବେ ମହିଳା ଏସିଆ କପ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ରିଚାଙ୍କ ବ୍ୟତୀତ କ୍ୟାପ୍ଟେନ୍ ହରମନପ୍ରୀତ କୌର ସର୍ବାଧିକ ୬୬ ରନ୍ କରିଥିଲେ। ଆଜିର ମ୍ୟାଚ୍ରେ ୟୁଏଇ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତକୁ ଭଲ ଆରମ୍ଭ ଦେଇଥିଲେ ଶେଫାଳୀ ବର୍ମା ଓ ସ୍ମୃତି ମା
ନୂଆଦିଲ୍ଲୀ: ଟି-୨୦ ମହିଳା ଏସିଆ କପ୍ରେ ୟୁଏଇକୁ ୭୮ ରନ୍ରେ ହରାଇଲା ଭାରତ। ଏଥିସହିତ ମହିଳା ଦଳ ପ୍ରଥମ ଥର ପାଇଁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ୨୦୦ ରନ୍ ଅତିକ୍ରମ କରିଛି। ସବୁଠାରୁ ରୋଚକ କଥା ହେଲା ରିଚା ଘୋଷ ପ୍ରଥମ ଭାରତୀୟ ମହିଳା ୱିକେଟ୍ କିପରି ଭାବେ ଏସିଆ କପ୍ରେ ଅର୍ଦ୍ଧଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି।
ଆଜିର ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦୧ ରନ୍ କରିଥିଲା। କ୍ୟାପ୍ଟେନ୍ ହରମନପ୍ରୀତ କୌର ସର୍ବାଧିକ ୬୬ ରନ୍ କରିଥିବା ବେଳ ରିଚା ଘୋଷ ୬୪ ରନ୍ କରିଥିଲେ। ସେଫାଳୀ ବର୍ମା ୩୭ ରନ୍ କରିଥିଲେ। ଜବାବର ୟୁଏଇ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ମାତ୍ର ୧୩୭ ରନ ହିଁ କରିପାରିଥିଲା।
ଜୁଲାଇ ୨୧ ରବିବାର ଶ୍ରୀଲଙ୍କା ଡାମ୍ବୁଲାରେ ଭାରତ ୟୁଏଇ ବିରୋଧରେ ଭଲ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମ ଥର ପାଇଁ ମହିଳା ଦଳ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ୨୦୦ ରନ ପାର୍ କରିଛି।
ଆଜିର ମ୍ୟାଚ୍ରେ ରିଚା ଘୋଷଙ୍କ ନାଁ ଚର୍ଚ୍ଚାରେ ରହିଛି। କାରଣ ସେ ପ୍ରଥମ ଭାରତୀୟ ୱିକେଟ କିପର ମହିଳା କ୍ରିକେଟର ଭାବେ ମହିଳା ଏସିଆ କପ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ରିଚାଙ୍କ ବ୍ୟତୀତ କ୍ୟାପ୍ଟେନ୍ ହରମନପ୍ରୀତ କୌର ସର୍ବାଧିକ ୬୬ ରନ୍ କରିଥିଲେ।
ଆଜିର ମ୍ୟାଚ୍ରେ ୟୁଏଇ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତକୁ ଭଲ ଆରମ୍ଭ ଦେଇଥିଲେ ଶେଫାଳୀ ବର୍ମା ଓ ସ୍ମୃତି ମାନ୍ଧାନାଙ୍କ ଯୋଡ଼ି। ହେଲେ ଷ୍ଟାର୍ ବ୍ୟାଟର ସ୍ମୃତି ମାନ୍ଧାନା ମାତ୍ର ୧୩ ରନ୍ କରି ଆଉଟ ହେବା ପରେ ଶେଫାଳୀ ବର୍ମା ସ୍ଥିତି ସମ୍ଭାଳିଥିଲେ। ସେ ୧୮ ବଲ୍ରେ ୩୮ ରନ୍ କରିଥିଲେ।
ତେବେ କ୍ୟାପ୍ଟେନ୍ ହରମପ୍ରୀତ କୌରଙ୍କ ସର୍ବାଧିକ ୬୬ ରନ୍ ଓ ରିଚା ଘୋଷଙ୍କର ୬୪ ରନ୍ ବଳରେ ଭାରତ ୟୁଏଇକୁ ୨୦୧ ରନ୍ର ଟାର୍ଗେଟ୍ ଦେଇଥିଲା। ଜବାବରେ ୟୁଏଇ ମାତ୍ର ୧୩୭ ରନ୍ ହିଁ କରିପାରି ଥିଲା। ଭାରତ ପକ୍ଷରୁ ଦୀପ୍ତୀ ଶର୍ମା ସର୍ବାଧିକ ୨ ୱିକେଟ୍ ନେଇଥିବା ବେଳେ ଅନ୍ୟ ସମସ୍ତେ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।