ନୂଆବର୍ଷରେ ବଢ଼ିବ ଉପଭୋକ୍ତା ଚାହିଦା, ନିବେଶକଙ୍କ ଆସ୍ଥା ହେବ ମଜଭୁତ

ନୂଆଦିଲ୍ଲୀ ୦୧/୦୧: ନୂଆବର୍ଷରେ ଟ୍ରାକ୍‌କୁ ଫେରିବ ଭାରତୀୟ ଅର୍ଥବ୍ୟବସ୍ଥା । ଉପଭୋକ୍ତା ଚାହିଦା ବଢ଼ିବ ।  ଭାରତ ବଜାରକୁ ନେଇ ନିବେଶକଙ୍କ  ଆସ୍ଥା ହେବ ମଜଭୁତ । ଏଭଳି ଆଶା  ପ୍ରକାଶ କରିଛନ୍ତି ଭାରତୀୟ ରିଜର୍ଭ  ବ୍ୟାଙ୍କ(ଆର୍‌ବିଆଇ)ର ନବନିଯୁକ୍ତ  ଗଭର୍ଣ୍ଣର ସଞ୍ଜୟ ମଲ୍‌ହୋତ୍ରା । ୨୦୨୪ରେ ଅଭିବୃଦ୍ଧି କ୍ଷେତ୍ରରେ  ଭାରତକୁ ନିରାଶ ହେବାକୁ ପଡ଼ିଥିଲା ।  ସେପ୍ଟେମ୍ବର ତ୍ରୟମାସରେ ୨ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଥିଲା ଦେଶର  ବିକାଶ ହାର । କିନ୍ତୁ ଦ୍ୱିତୀୟାର୍ଦ୍ଧ ଦେଶ ପାଇଁ  ଅତ୍ୟନ୍ତ ଭଲ ରହିବ । ଭାରତୀୟ ଅର୍ଥନୀତି ସୁଧାର ପଥରେ ମାଡ଼ିଚାଲିବ ବୋଲି ଶ୍ରୀ  ମଲ୍‌ହୋତ୍ରା ପ୍ରକାଶ କରିଛନ୍ତି ।  ବିଶ୍ୱ ଅର୍ଥନୈତିକ ଅସ୍ଥିରତା ସତ୍ତେ୍ୱ ଚଳିତ ଆର୍ଥିକବର୍ଷର ଦ୍ୱିତୀୟାର୍ଦ୍ଧରେ  ଭାରତୀୟ ଅର୍ଥନୀତି ଦ୍ରୁତ ବେଗରେ  ବଢ଼ିବ । ଉପଭୋକ୍ତା ଚାହିଦା ବୃଦ୍ଧି ପାଇବ । ଭାରତ ବଜାରକୁ ନେଇ ବ୍ୟବସାୟିକ ସଂସ୍ଥାଗୁଡ଼ିକର ଆଶା ଦୃଢ଼ ହେବ ।  କମ୍ପାନିଗୁଡ଼ିକର ବାଲାନ୍ସ ସିଟ୍‌ ବଢ଼ିଛି । ସେମାନଙ୍କ ଲାଭ ମଧ୍ୟ ଆଶାନୁରୂପକ  ରହିଛି । ଫଳରେ କମ୍ପାନିଗୁଡ଼ିକ ବଡ଼  ଆକାରରେ ନିବେଶ କରିବେ । ଏହା  ଅଭିବୃଦ୍ଧିକୁ ବଳ ଦେବ ବୋଲି କହିଛନ୍ତି  ଆର୍‌ବିଆଇର ୨୬ତମ ଗଭର୍ଣ୍ଣର । ସୂଚନାଯୋଗ୍ୟ, ଚଳିତ ଆର୍ଥିକବର୍ଷର ସେପ୍ଟେମ୍ବର ତ୍ରୟମାସରେ ଦେଶର  ଅର୍ଥନୈତିକ ଅଭିବୃଦ୍ଧି ହାର ରହିଛି  ୫.୪% । ପ୍ରଥମାର୍ଦ୍ଧରେ ଜିଡିପି ଅଭିବୃଦ୍ଧି  ୬% ରହିଛି । ମ

ନୂଆବର୍ଷରେ ବଢ଼ିବ ଉପଭୋକ୍ତା ଚାହିଦା, ନିବେଶକଙ୍କ ଆସ୍ଥା ହେବ ମଜଭୁତ

ନୂଆଦିଲ୍ଲୀ ୦୧/୦୧: ନୂଆବର୍ଷରେ ଟ୍ରାକ୍‌କୁ ଫେରିବ ଭାରତୀୟ ଅର୍ଥବ୍ୟବସ୍ଥା । ଉପଭୋକ୍ତା ଚାହିଦା ବଢ଼ିବ ।  ଭାରତ ବଜାରକୁ ନେଇ ନିବେଶକଙ୍କ  ଆସ୍ଥା ହେବ ମଜଭୁତ । ଏଭଳି ଆଶା  ପ୍ରକାଶ କରିଛନ୍ତି ଭାରତୀୟ ରିଜର୍ଭ  ବ୍ୟାଙ୍କ(ଆର୍‌ବିଆଇ)ର ନବନିଯୁକ୍ତ  ଗଭର୍ଣ୍ଣର ସଞ୍ଜୟ ମଲ୍‌ହୋତ୍ରା । ୨୦୨୪ରେ ଅଭିବୃଦ୍ଧି କ୍ଷେତ୍ରରେ  ଭାରତକୁ ନିରାଶ ହେବାକୁ ପଡ଼ିଥିଲା ।  

ସେପ୍ଟେମ୍ବର ତ୍ରୟମାସରେ ୨ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଥିଲା ଦେଶର  ବିକାଶ ହାର । କିନ୍ତୁ ଦ୍ୱିତୀୟାର୍ଦ୍ଧ ଦେଶ ପାଇଁ  ଅତ୍ୟନ୍ତ ଭଲ ରହିବ । ଭାରତୀୟ ଅର୍ଥନୀତି ସୁଧାର ପଥରେ ମାଡ଼ିଚାଲିବ ବୋଲି ଶ୍ରୀ  ମଲ୍‌ହୋତ୍ରା ପ୍ରକାଶ କରିଛନ୍ତି ।  ବିଶ୍ୱ ଅର୍ଥନୈତିକ ଅସ୍ଥିରତା ସତ୍ତେ୍ୱ ଚଳିତ ଆର୍ଥିକବର୍ଷର ଦ୍ୱିତୀୟାର୍ଦ୍ଧରେ  ଭାରତୀୟ ଅର୍ଥନୀତି ଦ୍ରୁତ ବେଗରେ  ବଢ଼ିବ । ଉପଭୋକ୍ତା ଚାହିଦା ବୃଦ୍ଧି ପାଇବ । ଭାରତ ବଜାରକୁ ନେଇ ବ୍ୟବସାୟିକ ସଂସ୍ଥାଗୁଡ଼ିକର ଆଶା ଦୃଢ଼ ହେବ ।  

କମ୍ପାନିଗୁଡ଼ିକର ବାଲାନ୍ସ ସିଟ୍‌ ବଢ଼ିଛି । ସେମାନଙ୍କ ଲାଭ ମଧ୍ୟ ଆଶାନୁରୂପକ  ରହିଛି । ଫଳରେ କମ୍ପାନିଗୁଡ଼ିକ ବଡ଼  ଆକାରରେ ନିବେଶ କରିବେ । ଏହା  ଅଭିବୃଦ୍ଧିକୁ ବଳ ଦେବ ବୋଲି କହିଛନ୍ତି  ଆର୍‌ବିଆଇର ୨୬ତମ ଗଭର୍ଣ୍ଣର । ସୂଚନାଯୋଗ୍ୟ, ଚଳିତ ଆର୍ଥିକବର୍ଷର ସେପ୍ଟେମ୍ବର ତ୍ରୟମାସରେ ଦେଶର  ଅର୍ଥନୈତିକ ଅଭିବୃଦ୍ଧି ହାର ରହିଛି  ୫.୪% । ପ୍ରଥମାର୍ଦ୍ଧରେ ଜିଡିପି ଅଭିବୃଦ୍ଧି  ୬% ରହିଛି । ମନ୍ଥର ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତିରେ ସୁଧାର ଯୋଗୁ ଆଗାମୀ  ମୁଦ୍ରାନୀତି ସମୀକ୍ଷା ବୈଠକରେ ଆର୍‌ବିଆଇ ଏହାର ପ୍ରମୁଖ ସୁଧ ହାର ରେପୋରେଟ୍‌କୁ ଖସାଇପାରେ ବୋଲି  ଅନୁମାନ କରାଯାଇଛି ।  

ଶ୍ରୀ ମଲ୍‌ହୋତ୍ରା କହିଛନ୍ତି ଯେ, ଦେଶର ବିତ୍ତୀୟ କ୍ଷେତ୍ର ନିୟନ୍ତ୍ରକମାନେ  ସଂସ୍କାର ବଢ଼ାଉଛନ୍ତି  । ଏହାର ସୁଫଳ  ଅର୍ଥନୀତିରେ ଦେଖିବାକୁ ମିଳିବ । ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ୍‌ ବିତ୍ତୀୟ  ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡ଼ିକର ପୁଞ୍ଜି ସ୍ୱଚ୍ଛଳତା ହାର ବଢ଼ିଛି । ଆଗକୁ ମଧ୍ୟ ଏମାନଙ୍କ ସ୍ଥିତିରେ ଆହୁରି ସୁଧାର  ଆସିବ ବୋଲି ଆର୍‌ବିଆଇ ଗଭର୍ଣ୍ଣର  ପ୍ରକାଶ କରିଛନ୍ତି । ଭାରତରେ ଆଧୁନିକ  ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ବିକାଶ କରିବା ପାଇଁ  ଆର୍‌ବିଆଇ ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ମୁଦ୍ରାସ୍ଫୀତିରେ ହ୍ରାସ ଘଟୁଛି ।  

ଆଗକୁ ଏହା ଆର୍‌ବିଆଇର ଧାର୍ଯ୍ୟ  ସୀମା ସହ ସମାନ୍ତରାଳ ହେବ ବୋଲି  ଶ୍ରୀ ମଲ୍‌ହୋତ୍ରା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ, ନିକଟରେ ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ କହିଥିଲେ ଯେ, ଦେଶର ଜିଡିପି ତୃତୀୟ ତ୍ରୈମାସରେ  ପୁଣି ଥରେ ସ୍ଥିତାବସ୍ଥାକୁ ଫେରିବ ।  ଧାର୍ଯ୍ୟ ୧୧.୧୧ ଲକ୍ଷ କୋଟିର ପୁଞ୍ଜି ଖର୍ଚ୍ଚ  ମଧ୍ୟରୁ ସରକାର ପ୍ରଥମାର୍ଦ୍ଧରେ ୩୭.୩%  ବିନିଯୋଗ କରିଛନ୍ତି । ଭାରତୀୟଙ୍କ କ୍ରୟ  ଶକ୍ତି ବଢ଼ୁଛି । ସେହିଭଳି ସରକାରଙ୍କ  ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି  ଅନନ୍ତ ନାଗେଶ୍ୱରନ କହିଛନ୍ତି, ଘରୋଇ  ବଜାର ଦୃଢ଼ତା ବଜାୟ ରଖିବ । ଅଭିବୃଦ୍ଧି  ଧାରା ଜାରି ରହିବ ।