ମହିଳା ଓକିଲଙ୍କୁ ବନ୍ଧୁକ ମୁନରେ ନିବସ୍ତ୍ର କଲେ, ପ୍ରବଳ ପିଟିଲେ

କିଛି ଦୁର୍ବୃତ୍ତ ଜଣେ ମହିଳା ଓକିଲଙ୍କ ଘରେ ପଶି ତାଙ୍କୁ ପ୍ରବଳ ପିଟିଥିବା ଅଭିଯୋଗ ହୋଇଛି। ଏଥିସହ ବନ୍ଧୁକ ମୁନରେ ସେମାନେ ତାଙ୍କୁ ନିବସ୍ତ୍ର କରି ଭିଡିଓ କରିବାକୁ ଉଦ୍ୟମ କରୁଥିବା ବି ଅଭିଯୋଗ ହୋଇଛି।

ମହିଳା ଓକିଲଙ୍କୁ ବନ୍ଧୁକ ମୁନରେ ନିବସ୍ତ୍ର କଲେ, ପ୍ରବଳ ପିଟିଲେ

ବିହାରର ସହରସା ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । କିଛି ଦୁର୍ବୃତ୍ତ ଜଣେ ମହିଳା ଓକିଲଙ୍କ ଘରେ ପଶି ତାଙ୍କୁ ପ୍ରବଳ ପିଟିଥିବା ଅଭିଯୋଗ ହୋଇଛି। ଏଥିସହ ବନ୍ଧୁକ ମୁନରେ ସେମାନେ ତାଙ୍କୁ ନିବସ୍ତ୍ର କରି ଭିଡିଓ କରିବାକୁ ଉଦ୍ୟମ କରୁଥିବା ବି ଅଭିଯୋଗ ହୋଇଛି। ଏଥିରେ ମହିଳାଜଣକ ଗୁରୁତର ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୀଡ଼ିତାଜଣକ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତକାଲି ସକାଳେ ସେ ଘରେ ପୂଜା କରୁଥିଲେ। ଏହି ସମୟରେ ତାଙ୍କ କଲିଂବେଲ୍‌ ବାଜିଥିଲା। କବାଟ ଖୋଲିବାରୁ ୪ ଯୁବକ ତାଙ୍କ ଘରେ ଜବରଦସ୍ତି ପଶି ଯାଇଥିଲେ।

ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ପ୍ରବଳ ପିଟିଥିଲେ। ଏହାପରେ ବନ୍ଧୁକ ମୁନରେ ଜବରଦସ୍ତି ଉଲଗ୍ନ କରି ତାଙ୍କ ଭିଡିଓ କରିଥିଲେ। ଘରେ ଥିବା ତାଙ୍କ ମା’ ଏହାର ବିରୋଧ କରିବାରୁ ସେମାନେ ତାଙ୍କୁ ବି ପିଟିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

କିଛି ଦିନ ପୂର୍ବେ ତାଙ୍କର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ସହ ଝଗଡ଼ା ହୋଇଥିଲା। ଏହି ଘଟଣା କ୍ରମଶଃ ଉଗ୍ର ରୂପ ଧାରଣ କରିଥିଲେ। ତେଣୁ ଏହି ବିବାଦ ପଛରେ ଉକ୍ତ ଘଟଣାର ଲିଙ୍କ ଥିବା ସେ କହିଛନ୍ତି।

ଏନେଇ ମହିଳାଜଣକ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ମାମଲାରେ ପୁଲିସ୍ କାହାକୁ ଗିରଫ କରି ନ ଥିବା ଜଣାଯାଇଛି।