ମହିଳା କନଷ୍ଟେବଳଙ୍କ ସହ ହୋଟେଲ୍‌ରୁ ଧରାପଡ଼ିଲେ ପୋଲିସ୍‌ ଅଧିକାରୀ, ଏବେ…

ନୂଆଦିଲ୍ଲୀ, ୨୩।୬: ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସହ ହୋଟେଲରେ ଧରାପଡିଥିବା ସର୍କଲ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ପୁଣିଥରେ ସର୍କଳ ଅଫିସରରୁ କନଷ୍ଟେବଳ ରାଙ୍କକୁ ଖସାଇ ଦିଆଯଆଇଛି । ଏହି ଘଟଣା ଉତ୍ତର ପ୍ରଦେଶର କାନପୁରରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ପୋଲିସ୍‌ ଅଧିକାରୀ କ୍ରିପା ଶଙ୍କର ବିଗାପୁର ସର୍କଲ ଅଫିସର ଥିବା ବେଳେ ଏପରି କାଣ୍ଡ ଘଟାଇଥିଲେ । ଜୁଲାଇ ୨୦୨୧ରେ ଛୁଟି ନେବା ପରେ କ୍ରିପାଶଙ୍କର କେଉଁ […] The post ମହିଳା କନଷ୍ଟେବଳଙ୍କ ସହ ହୋଟେଲ୍‌ରୁ ଧରାପଡ଼ିଲେ ପୋଲିସ୍‌ ଅଧିକାରୀ, ଏବେ… appeared first on Dharitri Odia News.

ମହିଳା କନଷ୍ଟେବଳଙ୍କ ସହ ହୋଟେଲ୍‌ରୁ ଧରାପଡ଼ିଲେ ପୋଲିସ୍‌ ଅଧିକାରୀ, ଏବେ…

ନୂଆଦିଲ୍ଲୀ, ୨୩।୬: ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସହ ହୋଟେଲରେ ଧରାପଡିଥିବା ସର୍କଲ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ପୁଣିଥରେ ସର୍କଳ ଅଫିସରରୁ କନଷ୍ଟେବଳ ରାଙ୍କକୁ ଖସାଇ ଦିଆଯଆଇଛି । ଏହି ଘଟଣା ଉତ୍ତର ପ୍ରଦେଶର କାନପୁରରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ ପୋଲିସ୍‌ ଅଧିକାରୀ କ୍ରିପା ଶଙ୍କର ବିଗାପୁର ସର୍କଲ ଅଫିସର ଥିବା ବେଳେ ଏପରି କାଣ୍ଡ ଘଟାଇଥିଲେ । ଜୁଲାଇ ୨୦୨୧ରେ ଛୁଟି ନେବା ପରେ କ୍ରିପାଶଙ୍କର କେଉଁ ଆଡ଼େ ଗାଏବ୍‌ ହୋଇଯାଇଥିଲେ । ପାରିବାରିକ କାରଣ ଦର୍ଶାଇ ତତ୍କାଳୀନ ଉନ୍ନାଓ ଏସ୍ପିଙ୍କ ଠାରୁ କ୍ରିପାଶଙ୍କର ୬ ଜୁଲାଇ ୨୦୨୧ରେ ପୁଣି ଛୁଟି ମାଗିଥିଲେ। କିନ୍ତୁ ଛୁଟି ମଞ୍ଜୁର ହେବା ପରେ ଘରକୁ ଯିବା ପରିବର୍ତ୍ତେ ସେ ଅନ୍ୟତ୍ର ଚାଲି ଯାଇଥିଲେ। ସେ କାନପୁରର ଏକ ହୋଟେଲରେ ଚେକ୍‌ ଇନ୍‌ କରିଥିଲେ । ତାଙ୍କ ସହିତ ଜଣେ ମହିଳା କନଷ୍ଟେବଳ ମଧ୍ୟ ଥିଲେ। ଏହି ସମୟ ମଧ୍ୟରେ ସେ ଉଭୟ ବ୍ୟକ୍ତିଗତ ଏବଂ ସରକାରୀ ମୋବାଇଲ ନମ୍ବର ବନ୍ଦ କରିଦେଇଥିଲେ । ତାଙ୍କର ଦୁଇଟି ଯାକ ନମ଼୍ବର ବନ୍ଦ ରହିଥିବାରୁ ଚିନ୍ତାରେ ପଡ଼ିଥିଲେ ତାଙ୍କ ସ୍ତ୍ରୀ ।

ଏହା ପରେ ସେନ ଜାଣିବାକୁ ପାଇଲେ ଯେ ସ଼୍ବାମୀ ଛୁଟି ନେଇ ଘରକୁ ଯାଇଛନ୍ତି। କିନ୍ତୁ ସେ ଘରେ ମଧ୍ୟ ପହଞ୍ଚି ନଥିଲେ। ତେଣୁ ପତ୍ନୀ ଉନ୍ନାଓ ଏସପିଙ୍କୁ ଭେଟି ତାଙ୍କ ସ଼୍ବାମୀଙ୍କୁ ଖୋଜିବାରେ ସାହାଯ୍ୟ ମାଗିଥିଲେ। ପରେ ଏସ୍‌ପି ତାଙ୍କ ମୋବାଇଲ ନମ଼୍ବର ଟ୍ରେସ୍‌ କରିବାକୁ ଆଦେଶ ଦେଇଥିଲେ ଏବଂ ସେ ହୋଟେଲରେ ଥିବା ଜଣାପଡ଼ିଥିଲା । ଜଣେ ମହିଳା କର୍ମଚାରୀଙ୍କ ସହ ତାଙ୍କୁ ହୋଟେଲରୁ ରଙ୍ଗେହାତ ଧରା ହୋଇଥିଲା । ତେବେ ଏନେଇ ପୋଲିସ୍‌ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

The post ମହିଳା କନଷ୍ଟେବଳଙ୍କ ସହ ହୋଟେଲ୍‌ରୁ ଧରାପଡ଼ିଲେ ପୋଲିସ୍‌ ଅଧିକାରୀ, ଏବେ… appeared first on Dharitri Odia News.