ମହିଳା କିରାଣୀଙ୍କୁ ନିର୍ଯାତନା ଘଟଣା,ଅପସାରଣ ହେଲେ ଡେରାବିଶ CDPO

କେନ୍ଦ୍ରାପଡା ୩୦/୧୦: ଡେରାବିଶ CDPOଙ୍କ ଅଫିସରେ ମହିଳା କିରାଣୀଙ୍କୁ ନିର୍ଯାତନା ଘଟଣା । ସିଡିପିଓ ସ୍ନେହଲତା ସାହୁଙ୍କ ବିରୋଧରେ ନିଆଯାଇଛି କଡା ଆକ୍ସନ । CDPOଙ୍କୁ ବ୍ଲକ ଅଫିସରୁ ଅପସାରଣ କରାଯାଇଥିବା ନେଇ ସୋସିଆଲ ମିଡିଆ ସାଇଟ୍‌ ‘X’ ରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଡେରାବିଶରେ ପହଞ୍ଚି ତଦନ୍ତ କରୁଛି ଟିମ୍ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ CDPOଙ୍କୁ ଅଫିସରୁ ଅପସାରଣ କରାଯାଇଛି  । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ।ସେପଟେ ଘଟଣାର ଆରମ୍ଭ ହୋଇଯାଇଛି ଛାନ୍‌ଭିନ୍‌ । ଏକ ୩ ଜଣିଆ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଟିମରେ ତହସିଲଦାର ପ୍ରଜ୍ଞାପାରମିତା ପୃଷ୍ଟି,ସ୍ଥାନୀୟ ମେଡ଼ିକାଲ୍ ଅଫିସର ଚିତ୍ତରଞ୍ଜନ ବେହେରା ଓ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ ଅଛନ୍ତି।ମଙ୍ଗଳବାର ମହିଳା କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ସିଡିପିଓ ସ୍ନେହଲତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ସିଡିପିଓଙ୍କ ନିର୍ଯାତନା ଯୋଗୁ ତାଙ୍କ ଗର୍ଭ ନଷ୍ଟ ହୋଇଥିବା ସେ କହିଥିଲେ । ଗତ ୨୫ ତାରିଖରେ ଅଫିସରେ ଥିବା ବେଳେ ତାଙ୍କର ଗର୍ଭଯନ୍ତ୍ରଣା ହୋଇଥିଲା। ତେବେ ସିଡିପିଓ ତାଙ୍କୁ ମେଡିକାଲ ଛାଡିବା ତ ଦୂରର କଥା ବରଂ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ସେ ଅସୁସ୍ଥ ହୋଇପଡିଥିଲେ ଏବଂ ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କ ଗର୍ଭରେ ଥିବା ଶ

ମହିଳା କିରାଣୀଙ୍କୁ ନିର୍ଯାତନା ଘଟଣା,ଅପସାରଣ ହେଲେ ଡେରାବିଶ CDPO

କେନ୍ଦ୍ରାପଡା ୩୦/୧୦: ଡେରାବିଶ CDPOଙ୍କ ଅଫିସରେ ମହିଳା କିରାଣୀଙ୍କୁ ନିର୍ଯାତନା ଘଟଣା । ସିଡିପିଓ ସ୍ନେହଲତା ସାହୁଙ୍କ ବିରୋଧରେ ନିଆଯାଇଛି କଡା ଆକ୍ସନ । CDPOଙ୍କୁ ବ୍ଲକ ଅଫିସରୁ ଅପସାରଣ କରାଯାଇଥିବା ନେଇ ସୋସିଆଲ ମିଡିଆ ସାଇଟ୍‌ ‘X’ ରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଡେରାବିଶରେ ପହଞ୍ଚି ତଦନ୍ତ କରୁଛି ଟିମ୍ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ CDPOଙ୍କୁ ଅଫିସରୁ ଅପସାରଣ କରାଯାଇଛି  । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ।

ସେପଟେ ଘଟଣାର ଆରମ୍ଭ ହୋଇଯାଇଛି ଛାନ୍‌ଭିନ୍‌ । ଏକ ୩ ଜଣିଆ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଟିମରେ ତହସିଲଦାର ପ୍ରଜ୍ଞାପାରମିତା ପୃଷ୍ଟି,ସ୍ଥାନୀୟ ମେଡ଼ିକାଲ୍ ଅଫିସର ଚିତ୍ତରଞ୍ଜନ ବେହେରା ଓ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ ଅଛନ୍ତି।ମଙ୍ଗଳବାର ମହିଳା କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ସିଡିପିଓ ସ୍ନେହଲତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ସିଡିପିଓଙ୍କ ନିର୍ଯାତନା ଯୋଗୁ ତାଙ୍କ ଗର୍ଭ ନଷ୍ଟ ହୋଇଥିବା ସେ କହିଥିଲେ । ଗତ ୨୫ ତାରିଖରେ ଅଫିସରେ ଥିବା ବେଳେ ତାଙ୍କର ଗର୍ଭଯନ୍ତ୍ରଣା ହୋଇଥିଲା। ତେବେ ସିଡିପିଓ ତାଙ୍କୁ ମେଡିକାଲ ଛାଡିବା ତ ଦୂରର କଥା ବରଂ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ସେ ଅସୁସ୍ଥ ହୋଇପଡିଥିଲେ ଏବଂ ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କ ଗର୍ଭରେ ଥିବା ଶିଶୁର ମୃତ୍ୟୁ ହୋଇସାରିଥିବା ଡାକ୍ତର କହିଥିଲେ। ସେପଟେ ବର୍ଷାଙ୍କ ଅଭଯୋଗକୁ ଖଣ୍ଡନ କରିଛନ୍ତି  ସିଡିପିଓ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଘଟଣା ନେଇ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ କଥା ହେବା ସହିତ ଏହାରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।