ମହିଳା ଟି୨୦ ବିଶ୍ୱକପ୍‌: ବାଂଲାଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ଆଇସିସିର ନଜର

ନୂଆଦିଲ୍ଲୀ, ୨୦ା୭: ଆସନ୍ତା ଅକ୍ଟୋବରରେ ବାଂଲାଦେଶରେ ଟି୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଏଥିଯୋଗୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହି ଦେଶର ସୁରକ୍ଷା ପରିସ୍ଥିତି ଉପରେ ନଜର ରଖିଛି। ସରକାରୀ ଚାକିରି ପାଇଁ କୋଟା ବ୍ୟବସ୍ଥା ଉପରେ ସଂସ୍କାର ଦାବିରେ ଦେଶର ରାଜଧାନୀରେ ଛାତ୍ର ଆନ୍ଦୋଳନ ତେଜିବାରେ ଲାଗିଛି। ଏହା ଦେଶର ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଲାଣି। ଢାକାରେ ବାଂଲାଦେଶ ପୋଲିସ କର୍ଫ୍ୟୁ ଜାରି କରିଥିବା ବେଳେ ସେନା ମୁତୟନ କରାଯାଇଛି। ମହିଳା ଟି୨୦ ବିଶ୍ୱକପ୍‌ରେ ସବୁଠାରୁ […] The post ମହିଳା ଟି୨୦ ବିଶ୍ୱକପ୍‌: ବାଂଲାଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ଆଇସିସିର ନଜର appeared first on Dharitri Odia News.

ମହିଳା ଟି୨୦ ବିଶ୍ୱକପ୍‌: ବାଂଲାଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ଆଇସିସିର ନଜର

ନୂଆଦିଲ୍ଲୀ, ୨୦ା୭: ଆସନ୍ତା ଅକ୍ଟୋବରରେ ବାଂଲାଦେଶରେ ଟି୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଏଥିଯୋଗୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହି ଦେଶର ସୁରକ୍ଷା ପରିସ୍ଥିତି ଉପରେ ନଜର ରଖିଛି। ସରକାରୀ ଚାକିରି ପାଇଁ କୋଟା ବ୍ୟବସ୍ଥା ଉପରେ ସଂସ୍କାର ଦାବିରେ ଦେଶର ରାଜଧାନୀରେ ଛାତ୍ର ଆନ୍ଦୋଳନ ତେଜିବାରେ ଲାଗିଛି।

ଏହା ଦେଶର ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଲାଣି। ଢାକାରେ ବାଂଲାଦେଶ ପୋଲିସ କର୍ଫ୍ୟୁ ଜାରି କରିଥିବା ବେଳେ ସେନା ମୁତୟନ କରାଯାଇଛି। ମହିଳା ଟି୨୦ ବିଶ୍ୱକପ୍‌ରେ ସବୁଠାରୁ ସଫଳ ଦଳ ଭାବେ ଅଷ୍ଟ୍ରେଲିଆ ୨୦୧୦, ୨୦୧୨, ୨୦୧୪, ୨୦୧୮, ୨୦୨୦ ଓ ୨୦୨୩ରେ ରେକର୍ଡ ସର୍ବାଧିକ ୬ଥର ଟାଇଟଲ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଥରେ ଲେଖାଏ ଚାମ୍ପିୟନ ହୋଇପାରିଛନ୍ତି।

ହରମନପ୍ରୀତ କୌରଙ୍କ ଅଧୀନରେ ଭାରତ ପ୍ରଥମ ଟାଇଟଲ ସନ୍ଧାନରେ ଅଛି। ଭାରତ ବର୍ତ୍ତମାନ ଶ୍ରୀଲଙ୍କାର ଦାମ୍ବୁଲାଠାରେ ମହିଳା ଏସିଆ କପ୍‌ ଖେଳୁଛି। ପେସ୍‌ ବୋଲର ରେଣୁକା ସିଂ କହିଛନ୍ତି, ଦଳ ଏହି ଟୁର୍ନାମେଣ୍ଟକୁ ଆଇସିସି ମେଗା ଇଭେଣ୍ଟ ଲାଗି ଏକ ପ୍ରସ୍ତୁତି ରୂପେ ବିବେଚନା କରୁଛି। ଏସିଆ କପ୍‌ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ଟି ୨୦ ବିଶ୍ୱକପ୍‌ ପୂର୍ବରୁ ଆମ ପାଖରେ ଆଉ ଅଧିକ ମ୍ୟାଚ ରହିବ ନାହିଁ। ଆମକୁ କେବଳ ଅଭ୍ୟାସ ଉପରେ ନିର୍ଭର କରିବାକୁ ପଡ଼ିବ।

The post ମହିଳା ଟି୨୦ ବିଶ୍ୱକପ୍‌: ବାଂଲାଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ଆଇସିସିର ନଜର appeared first on Dharitri Odia News.