ପ୍ରଥମଥର କ୍ଲାସକୁ ପଢାଇବାକୁ ଆସିଲେ ଏଆଇ ଶିକ୍ଷୟିତ୍ରୀ
ଥିରୁଭାନନ୍ତପୁରମ,୬।୩: କେରଳର ଥିରୁଭାନନ୍ତପୁରମର ଏକ କ୍ଲାସ୍ରେ ପ୍ରଥମଥର ଏଆଇ ଶିକ୍ଷୟିତ୍ରୀ ଆଇରିସ ପଢାଇବାକୁ ଆସିଥିଲେ। ଏହା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ବୋଲି ବିବେଚନା କରାଯାଉଛି। ମେକର୍ ଲ୍ୟାବ୍ସ ଏଡୁଟେକ କମ୍ପାନୀ ସହଯୋଗରେ ବିକଶିତ ହୋଇଥିବା ଆଇରିସ ହେଉଛି ରାଜ୍ୟ ତଥା ସମ୍ଭବତଃ ସମଗ୍ର ଦେଶରେ ପ୍ରଥମ ହ୍ୟୁମାନୋଇଡ ରୋବଟ ଶିକ୍ଷୟିତ୍ରୀ। KTCT ଉଚ୍ଚ ମାଧ୍ୟମିକ ସ୍କୁଲକୁ ଶିକ୍ଷୟିତ୍ରୀ ଆଇରିସ ପଢାଇବାକୁ ଆସିଥିଲେ। କଡୁଭାଇଲ ଥାଙ୍ଗଲ ଚାରିଟେବୁଲ ଟ୍ରଷ୍ଟର ଏକ ପଦକ୍ଷେପ। ଆଇରିସ ଅଟଳ ଟିଙ୍କରିଂ […] The post ପ୍ରଥମଥର କ୍ଲାସକୁ ପଢାଇବାକୁ ଆସିଲେ ଏଆଇ ଶିକ୍ଷୟିତ୍ରୀ appeared first on Dharitri Odia News.
ଥିରୁଭାନନ୍ତପୁରମ,୬।୩: କେରଳର ଥିରୁଭାନନ୍ତପୁରମର ଏକ କ୍ଲାସ୍ରେ ପ୍ରଥମଥର ଏଆଇ ଶିକ୍ଷୟିତ୍ରୀ ଆଇରିସ ପଢାଇବାକୁ ଆସିଥିଲେ। ଏହା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ବୋଲି ବିବେଚନା କରାଯାଉଛି। ମେକର୍ ଲ୍ୟାବ୍ସ ଏଡୁଟେକ କମ୍ପାନୀ ସହଯୋଗରେ ବିକଶିତ ହୋଇଥିବା ଆଇରିସ ହେଉଛି ରାଜ୍ୟ ତଥା ସମ୍ଭବତଃ ସମଗ୍ର ଦେଶରେ ପ୍ରଥମ ହ୍ୟୁମାନୋଇଡ ରୋବଟ ଶିକ୍ଷୟିତ୍ରୀ। KTCT ଉଚ୍ଚ ମାଧ୍ୟମିକ ସ୍କୁଲକୁ ଶିକ୍ଷୟିତ୍ରୀ ଆଇରିସ ପଢାଇବାକୁ ଆସିଥିଲେ। କଡୁଭାଇଲ ଥାଙ୍ଗଲ ଚାରିଟେବୁଲ ଟ୍ରଷ୍ଟର ଏକ ପଦକ୍ଷେପ। ଆଇରିସ ଅଟଳ ଟିଙ୍କରିଂ ଲ୍ୟାବ (ATL) ପ୍ରକଳ୍ପର ଏକ ଅଂଶ। ୨୦୨୧ ନୀତି ଆୟୋଗ ପଦକ୍ଷେପ, ଯାହାକି ସ୍କୁଲରେ ବର୍ହିଭୂତ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ପରିକଳ୍ପିତ।
ଏହି ବହୁଭାଷୀ ଏଆଇ ଶିକ୍ଷୟିତ୍ରୀଙ୍କ ସାମର୍ଥ୍ୟ ଇନଷ୍ଟାଗ୍ରାମରେ ମେକର୍ ଲ୍ୟାବ ଦ୍ୱାରା ଶେୟାର ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳେ। ଆଇରିସ ବିଭିନ୍ନ ପ୍ରସଙ୍ଗରେ ଜଟିଳ ପ୍ରଶ୍ନର ଉତ୍ତର ଦେଇପାରେ, ବ୍ୟକ୍ତିଗତ ସ୍ବର ସହାୟତା ପ୍ରଦାନ କରିପାରେ ଏବଂ ପାରସ୍ପରିକ ଶିକ୍ଷଣ ଅଭିଜ୍ଞତାକୁ ସହଜ କରିପାରେ।
The post ପ୍ରଥମଥର କ୍ଲାସକୁ ପଢାଇବାକୁ ଆସିଲେ ଏଆଇ ଶିକ୍ଷୟିତ୍ରୀ appeared first on Dharitri Odia News.