ମହିଳା ଦିବସରେ ସଫଳତା ହାସଲ କରିଥିବା ମହିଳାଙ୍କୁ ପୁରସ୍କୃତ
ଦାରିଙ୍ଗବାଡି,୮।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ପଡ଼ିଆରେ ଶୁକ୍ରବାର ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ନାରୀମହାସଙ୍ଘର ସଭାନେତ୍ରୀ ଲୁସିମୀନ ପ୍ରଧାନ ଅତିଥିଙ୍କୁ ଆସନ ଗ୍ରହଣ କରାଇଥିଲେ। ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଠ ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସାଙ୍ଗୁଡ଼ିମାହା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ନାରୀ ନେତ୍ରୀ ସୁବାସିନୀ ସିଂ ମହିଳା ଦିବସ ପାଳନ ସମ୍ପର୍କରେ […] The post ମହିଳା ଦିବସରେ ସଫଳତା ହାସଲ କରିଥିବା ମହିଳାଙ୍କୁ ପୁରସ୍କୃତ appeared first on Dharitri Odia News.
ଦାରିଙ୍ଗବାଡି,୮।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ପଡ଼ିଆରେ ଶୁକ୍ରବାର ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ନାରୀମହାସଙ୍ଘର ସଭାନେତ୍ରୀ ଲୁସିମୀନ ପ୍ରଧାନ ଅତିଥିଙ୍କୁ ଆସନ ଗ୍ରହଣ କରାଇଥିଲେ। ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଠ ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ଦେଇଥିଲେ।
ଏହି ଅବସରରେ ସାଙ୍ଗୁଡ଼ିମାହା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ନାରୀ ନେତ୍ରୀ ସୁବାସିନୀ ସିଂ ମହିଳା ଦିବସ ପାଳନ ସମ୍ପର୍କରେ ଅବଗତ କରାଇଥିଲେ। ନାରୀମହାସଙ୍ଘ ସଭାନେତ୍ରୀ ଲୁସିମା ପ୍ରଧାନଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଡ଼ିଓ ଗଦାଧର ପାତ୍ର, ସମ୍ମାନିତ ଅତିଥି ଭାବେ ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର, ସବଇନ୍ସପେକ୍ଟର ବାସନ୍ତି ବେହେରା, ଲକ୍ଷ୍ମୀ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ।
ଆର୍ଥତ୍କ ବିକାଶରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ମୁଖ୍ୟ ବକ୍ତା ତଥା ବିଡ଼ିଓ କହିଥିଲେ। ସେହିପରି ମହିଳା ପୋଲିସ ଅଧିକାରୀ ଲକ୍ଷ୍ମୀ ମାଝୀ ମୁଁ ଜଣେ ମହିଳା, ଆଜି ଲୋକଙ୍କ ସେବା କରିବା ପାଇଁ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା କହିଥିଲେ।
ସେହିପରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳା ନେତ୍ରୀ ତଥା ବ୍ୟବସାୟୀ ଝରଣା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। ଏପରିକି ବିତିକା ପ୍ରଧାନ, ପ୍ରେମନ୍ତି ପ୍ରଧାନ, ସରସ୍ବତୀ ପ୍ରଧାନ, ସୁପ୍ରିୟା ନାୟକ, ସରିତା ପ୍ରଧାନ, ଗ୍ରେସ ସ୍ବୟଂ ସହାୟକ ଗୋଷ୍ଠୀ, ସୁଶାନ୍ତି ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସଭା ଓ ଶୋଭାଯାତ୍ରାରେ ମଧ୍ୟମରେ ଜନସଚେତନ କରାଯାଇଥିଲା। ନାରୀନେତ୍ରୀ ସୁବାସିନୀ ସିଂ ଧନ୍ୟବାଦ ଦେଇଥିଲେ।
The post ମହିଳା ଦିବସରେ ସଫଳତା ହାସଲ କରିଥିବା ମହିଳାଙ୍କୁ ପୁରସ୍କୃତ appeared first on Dharitri Odia News.