ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା, ଗୃହରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ

ଭୁବନେଶ୍ୱର : ବିଧାନସଭାରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ଗୃହ ମଧ୍ୟଭାଗରେ ନାରାବାଜି । ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା ।  ପ୍ରଶ୍ନକାଳରେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ କଂଗ୍ରେସ ସଦସ୍ୟମାନେ ହୁଇସିଲ ବଜାଇ ପ୍ରତିବାଦ ଜଣାଇଥିଲେ ।  ହୁଇସିଲ ବଜାଇବାରୁ ବିରତ ରହିବାକୁ ବାଚସ୍ପତି ସୁରମା ପାଢ଼ୀ ନିବେଦନ କରିଥିଲେ ।  ତେବେ କଂଗ୍ରେସ ବିଧାୟକମାନେ ଏଥିରୁ ନିବୃତ୍ତ ରହିନଥିଲେ ।  ନାରୀ ସୁରକ୍ଷା ପ୍ରସଙ୍ଗରେ […] The post ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା, ଗୃହରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ appeared first on KNews Odisha.

ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା, ଗୃହରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ
ASSEMBLY

ଭୁବନେଶ୍ୱର : ବିଧାନସଭାରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ଗୃହ ମଧ୍ୟଭାଗରେ ନାରାବାଜି । ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା ।  ପ୍ରଶ୍ନକାଳରେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ କଂଗ୍ରେସ ସଦସ୍ୟମାନେ ହୁଇସିଲ ବଜାଇ ପ୍ରତିବାଦ ଜଣାଇଥିଲେ ।  ହୁଇସିଲ ବଜାଇବାରୁ ବିରତ ରହିବାକୁ ବାଚସ୍ପତି ସୁରମା ପାଢ଼ୀ ନିବେଦନ କରିଥିଲେ ।  ତେବେ କଂଗ୍ରେସ ବିଧାୟକମାନେ ଏଥିରୁ ନିବୃତ୍ତ ରହିନଥିଲେ ।  ନାରୀ ସୁରକ୍ଷା ପ୍ରସଙ୍ଗରେ ହଟ୍ଟଗୋଳ କରିବା ସହ ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଦାବି ଜଣାଇଥିଲେ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟ ସମ୍ଭବ ହୋଇନଥିଲା ।  ତେଣୁ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏ ମୁଲତବୀ ରଖିଛନ୍ତି ।

ଆଜି ବିଧାନସଭା ଆରମ୍ଭରେ ସୋନପୁରର ପୂର୍ବତନ ବିଧାୟକ ଦେବରାଜ ସେଠଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଶୋକ ପ୍ରସ୍ତାବ ଆଗତ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।  ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ଏହାପରେ ପ୍ରଶ୍ନକାଳରେ ବିରୋଧୀ କଂଗ୍ରେସ ବିଧାୟକମାନେ ହୁଇସିଲ ବଜାଇବାରୁ ବିଧାନସଭାକୁ ଦିନ ୧୨ଟା ଯାଏ ମୁତଲବୀ ରଖାଯାଇଛି ।

ଆହୁରି ପଢ଼ନ୍ତୁ : ଜେସିବି ଲଗାଇ ଏଟିଏମ ତାଡ଼ି ନେଲେ ଦୁର୍ବୃତ୍ତ

The post ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା, ଗୃହରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ appeared first on KNews Odisha.