ମହିଳା ପ୍ରିମିୟର ଲିଗ୍: ଆର୍ସିବିକୁ ମାତ୍ ଦେଇ ଗୁଜରାଟ୍ର ପ୍ରଥମ ବିଜୟ
ନୂଆଦିଲ୍ଲୀ, ୦୭/୦୩: ମହିଳା ପ୍ରିମିୟର ଲିଗ୍ରେ ଗୁଜରାଟ ଜାଏଣ୍ଟ୍ସ ପ୍ରଥମ ବିଜୟ । ପ୍ରଥମ ୪ଟି ମ୍ୟାଚ୍ରେ ପରାଜିତ ହୋଇଥିବା ଗୁଜରାଟ ଜାଏଣ୍ଟ୍ସ ୧୩ତମ ଲିଗ୍ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୯ ରନ୍ରେ ପରାସ୍ତ କରିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ୍ ଜାଏଣ୍ଟ୍ସ ନିର୍ଦ୍ଧାରିତ ଓଭରରେ ୫ୱିକେଟ୍ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା । ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ୮ୱିକେଟ୍ ହରାଇ ୧୮୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଗୁଜରାଟ ଜାଏଣ୍ଟ୍ସ ଆଜି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ଲୌରା ଉଭଭାର୍ଟ ଓ ବେଥ୍ ମୁନି ପ୍ରାରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବୋଲରମାନେ ଏହି ଯୋଡି ଭାଙ୍ଗି ପାରି ନଥିଲେ । ଉଭୟ ବ୍ୟାଟର ଦର୍ଶନୀୟ ସଟ୍ମାନ ଖେଳି ଅର୍ଦ୍ଧଶତକ ଅର୍ଜନ କରିବା ସହ ପ୍ରଥମ ୱିକେଟ୍ରେ ୧୪୦ ରନ୍ ସଂଗ୍ରହ କରିଥିଲେ । ୧୩ତମ ଓଭରରେ ପ୍ରଥମ ୱିକେଟ୍ର ପତନ ଘଟିଥିଲା । ଉଲଭାର୍ଟ ୪୫ଟି ବଲ୍ରୁ ୧୩ଚୌକା ବଳରେ ବ୍ୟକ୍ତିଗତ ୭୬ ରନ କରି ଆଉଟ୍ ହୋଇଥିଲେ । ଏହାପରେ ଦଳ ଆଉ ୪ଟି ୱିକେଟ୍ ହରାଇଥିଲା । ମାତ୍ର ମୁନିଙ୍କୁ ଅପରାଜିତ ରହି ଦଳୀୟ ସ୍କୋରକୁ ୧୯୯ରେ ପହଞ୍ଚାଇଥିଲେ । ୫୧ଟି ବଲ୍ରୁ ୧୨ଚୌକା ଓ ୧ ଛକା ବଳରେ ମୁନି ୮୫ ରନ୍ କରିଥିଲେ । wp:embed {"url":"https://www.prameyanews7.com/india-and-
ନୂଆଦିଲ୍ଲୀ, ୦୭/୦୩: ମହିଳା ପ୍ରିମିୟର ଲିଗ୍ରେ ଗୁଜରାଟ ଜାଏଣ୍ଟ୍ସ ପ୍ରଥମ ବିଜୟ । ପ୍ରଥମ ୪ଟି ମ୍ୟାଚ୍ରେ ପରାଜିତ ହୋଇଥିବା ଗୁଜରାଟ ଜାଏଣ୍ଟ୍ସ ୧୩ତମ ଲିଗ୍ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୯ ରନ୍ରେ ପରାସ୍ତ କରିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ୍ ଜାଏଣ୍ଟ୍ସ ନିର୍ଦ୍ଧାରିତ ଓଭରରେ ୫ୱିକେଟ୍ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା । ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ୮ୱିକେଟ୍ ହରାଇ ୧୮୦ ରନ୍ କରିବାକୁ ସକ୍ଷମ ହୋଇଥିଲା ।
ଗୁଜରାଟ ଜାଏଣ୍ଟ୍ସ ଆଜି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ଲୌରା ଉଭଭାର୍ଟ ଓ ବେଥ୍ ମୁନି ପ୍ରାରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବୋଲରମାନେ ଏହି ଯୋଡି ଭାଙ୍ଗି ପାରି ନଥିଲେ । ଉଭୟ ବ୍ୟାଟର ଦର୍ଶନୀୟ ସଟ୍ମାନ ଖେଳି ଅର୍ଦ୍ଧଶତକ ଅର୍ଜନ କରିବା ସହ ପ୍ରଥମ ୱିକେଟ୍ରେ ୧୪୦ ରନ୍ ସଂଗ୍ରହ କରିଥିଲେ । ୧୩ତମ ଓଭରରେ ପ୍ରଥମ ୱିକେଟ୍ର ପତନ ଘଟିଥିଲା । ଉଲଭାର୍ଟ ୪୫ଟି ବଲ୍ରୁ ୧୩ଚୌକା ବଳରେ ବ୍ୟକ୍ତିଗତ ୭୬ ରନ କରି ଆଉଟ୍ ହୋଇଥିଲେ । ଏହାପରେ ଦଳ ଆଉ ୪ଟି ୱିକେଟ୍ ହରାଇଥିଲା । ମାତ୍ର ମୁନିଙ୍କୁ ଅପରାଜିତ ରହି ଦଳୀୟ ସ୍କୋରକୁ ୧୯୯ରେ ପହଞ୍ଚାଇଥିଲେ । ୫୧ଟି ବଲ୍ରୁ ୧୨ଚୌକା ଓ ୧ ଛକା ବଳରେ ମୁନି ୮୫ ରନ୍ କରିଥିଲେ ।
wp:embed {"url":"https://www.prameyanews7.com/india-and-england-5th-test-match-played-in-dharmasala-cricket-ground/","type":"wp-embed","providerNameSlug":"prameya-news-7"}
ଅନ୍ୟମାନଙ୍କ ମଧ୍ୟରେ ଫିଭି ଲିଚଫିଲ୍ଡ ୧୮ ରନ୍ କରିଥିଲେ । ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ସୋଫି ମୋଲିନ୍ୟୁ ଓ ଜର୍ଜିୟା ୱାରେହମ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ୪୨ ରନ୍ରେ ୨ ଓପନରଙ୍କୁ ହରାଇଥିଲା । ସ୍ମୃତି ମନ୍ଧନା ୧୬ ବଲ୍ରୁ ୨୪ ଓ ଏସ୍ ମେଘନା ୪ ରନ୍ କରି ଆଉଟ୍ ହୋଇଥିଲେ । ମଧ୍ୟକ୍ରମ ବ୍ୟାଟରମାନେ ଦ୍ରୁତ ରନ୍ ସଂଗ୍ରହ କରିବାକୁ ଯାଇ ବିଫଳ ହୋଇଥିଲା । ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଫଳରେ ରୟାଲ୍ ଚ୍ୟ।।ଲେଞ୍ଜର୍ସର ପରାଜୟ ହୋଇଛି ।