ମହିଳା ବ୍ରିଗେଡଙ୍କୁ ନବୀନଙ୍କ ଗୁରୁମନ୍ତ୍ର : ଆହୁରି ଅଧିକ ସଂଗଠିତ ଓ ସୁଦୃଢ ହେବ ବିଜୁ ମହିଳା ଜନତା ଦଳ
ଭୁବନେଶ୍ବର: ଆହୁରି ଅଧିକ ସଂଗଠିତ ଓ ସୁଦୃଢ ହେବ ବିଜୁ ମହିଳା ଜନତା ଦଳ । ଗାଁ ଗାଁରେ ବିଜେପି ସରକାର ପ୍ରତାରଣା ନେଇ ଲୋକଙ୍କୁ କରିବ ସଚେତନ । ଏଥିପାଇଁ ଆଜି ଶଙ୍ଖ ଭବନରେ ଆୟୋଜିତ ହୋଇଛି ବିଜୁ ମହିଳା ଜନତା ଦଳର ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ । କାର୍ଯ୍ଯକ୍ରମରେ ବିଜୁ ମହିଳା ଜନତା ଦଳର ବରିଷ୍ଠ ନେତ୍ରୀଙ୍କ ସମେତ ସାଙ୍ଗଠନିକ ଦାୟିତ୍ୱରେ ଥିବା କର୍ମକର୍ତ୍ତା ଯୋଗ ଦେଇଛନ୍ତି । ବିଭିନ୍ନ ଜିଲ୍ଲାର ମହିଳା ସଭାନେତ୍ରୀ […]

ଭୁବନେଶ୍ବର: ଆହୁରି ଅଧିକ ସଂଗଠିତ ଓ ସୁଦୃଢ ହେବ ବିଜୁ ମହିଳା ଜନତା ଦଳ । ଗାଁ ଗାଁରେ ବିଜେପି ସରକାର ପ୍ରତାରଣା ନେଇ ଲୋକଙ୍କୁ କରିବ ସଚେତନ । ଏଥିପାଇଁ ଆଜି ଶଙ୍ଖ ଭବନରେ ଆୟୋଜିତ ହୋଇଛି ବିଜୁ ମହିଳା ଜନତା ଦଳର ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ । କାର୍ଯ୍ଯକ୍ରମରେ ବିଜୁ ମହିଳା ଜନତା ଦଳର ବରିଷ୍ଠ ନେତ୍ରୀଙ୍କ ସମେତ ସାଙ୍ଗଠନିକ ଦାୟିତ୍ୱରେ ଥିବା କର୍ମକର୍ତ୍ତା ଯୋଗ ଦେଇଛନ୍ତି । ବିଭିନ୍ନ ଜିଲ୍ଲାର ମହିଳା ସଭାନେତ୍ରୀ ଓ ବ୍ଲକ ସଭାନେତ୍ରୀମାନେ ମଧ୍ଯ ଉପସ୍ଥିତ ଅଛନ୍ତି । କାର୍ଯ୍ଯକ୍ରମରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗଦେଇ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ଦଳର ମହିଳା ସଂଗଠନ କିଭଳି ଆହୁରି ସୁଦୃଢ଼ ହେବ ସେନେଇ ଆଲୋଚନା କରାଯାଇଛି । ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତି ସରକାରକୁ ଆସିବା ପରେ ପୂରଣ କରୁ ନଥିବାରୁ ତୃଣମୂଳସ୍ତରରେ ଏନେଇ ଅଧିକ ସଚେତନତା କରାଯିବ । ବିଜେପି ସରକାରର ଭତ୍ତା ଓ ସୁଭଦ୍ରା ପ୍ରତାରଣା ସମ୍ପର୍କରେ ଗାଁ ଗାଁରେ ସଚେତନ କରିବେ ମହିଳା କର୍ମୀ ।
ପରେ ବିଜୁ ମହିଳା ଜନତା ଦଳର ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀକୁ ନେଇ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆଜିର କାର୍ଯ୍ୟକ୍ରମରେ ସମସ୍ତ ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ, ବ୍ଲକ ସଭାନେତ୍ରୀ ବିଭିନ୍ନ ପଦପଦବୀରେ ଥିବା କର୍ମକର୍ତ୍ତା ଉପସ୍ଥିତି ଥିଲେ। ଜିଲ୍ଲାର ସଂଗଠନ, କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଛି। ୬ ଟି ପ୍ରସ୍ତାବ ପାରିତ, ୪ ଟି ରାଜନୈତିକ ପ୍ରସ୍ତାବ, ଗୋଟିଏ ସାଙ୍ଗଠନିକ ପ୍ରସ୍ତାବ, ଗୋଟିଏ ଧନ୍ୟବାଦ ପ୍ରସ୍ତାବ ଓ ଆଉ ଗୋଟିଏ ସଂକଳ୍ପ ପାରିତ ହୋଇଛି। ବିଜେପି ସରକାର ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ସୁଭଦ୍ରା ଯୋଜନାରେ ପ୍ରତି ୨ ବର୍ଷରେ ୫୦ ହଜାର ଟଙ୍କା ପ୍ରତ୍ୟେକ ମହିଳାଙ୍କୁ ଦେବାକୁ କୁହାଯାଇଥିଲା। କିନ୍ତୁ ପ୍ରତାରଣା କଲେଣି। ମିଛ ପ୍ରତିଶ୍ରୁତି ଦେଇ ଭୋଟ ନେବା ପରେ ବିଶ୍ୱାସଘାତକତା କଲେଣି। କିଭଳି ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନା ନ ମିଳିବ ସେ ନେଇ ହେଉଛି ଗାଇଡ଼ ଲାଇନ। ୨୧ ବର୍ଷରୁ ୬୦ ବର୍ଷ ଭିତରେ ମହିଳାଙ୍କୁ ଦେବେ। କିନ୍ତୁ ୧୮ ବର୍ଷୀୟ କିମ୍ବା ୬୦ ରୁ ଅଧିକ ବୟସର ମହିଳାଙ୍କୁ ଦେବେନି। ୩୦୦ ୟୁନିଟ ମାଗଣା ବିଜୁଳି ଦେବା କଥା କହିଥିଲେ, କୃଷକଙ୍କୁ ୩୧୦୦ ଟଙ୍କା କଥା କହିଥିଲେ। ୧୮ ରୁ ୬୦ ବର୍ଷୀୟ ମହିଳାଙ୍କୁ ୧୦୦୦ ଟଙ୍କା ଭତ୍ତା ଦେବାକୁ କହିଥଲେ। ଏହା ନ କଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି।
ଏକାସାଙ୍ଗରେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା, ୧୮ ରୁ ୬୦ ବର୍ଷ ମହିଳାଙ୍କୁ ହଜାରେ ଟଙ୍କା ନ ଦେଲେ ଆନ୍ଦୋଳନ ହେବ। ଲକ୍ଷ୍ମୀ ବସ ଯୋଜନା ଯୋଗୁ ଦୁରଦୁରାନ୍ତକୁ ଲୋକେ ବସରେ ବସି ବହୁ ଜାଗାକୁ କମରେ ଯାଇପାରୁଥିଲେ, ମୁକ୍ତା ଯୋଜନାରେ ସହରାଞ୍ଚଳରେ ଏସଏଚଜି ମହିଳା କାମ କରି ପରିବାର ପୋଷଣ କରୁଥିଲେ। ଏହାକୁ ବନ୍ଦ କରିଛନ୍ତି ବିଜେପି ସରକାର। ଏହାକୁ କାର୍ଯ୍ୟକାରୀ କରିବାକୁ ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି।
ମିଶନ ଶକ୍ତିକୁ ପୂର୍ବ ସରକାର ଗତିଶୀଳ କରିଥିଲେ କିନ୍ତୁ ଏବେ ସରକାର ଏହାକୁ ସ୍ଥାଣୁ କରିଛନ୍ତି। ୮୦ ଲକ୍ଷ ମହିଳା ଏଥିରେ ଉପକୃତ ହେଉଥିଲେ। ମିଶନ ଶକ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ଯାହା ଦେଇଥିଲେ ତାହା ଚାଲୁ ରହୁ ନ ହେଲେ ଆଗକୁ ଗଣ ଆନ୍ଦୋଳନ ହେବ। ସାଙ୍ଗଠନିକ ପ୍ରସ୍ତାବରେ ବ୍ଲକ, ୱାର୍ଡ, ଗାଁ ସ୍ତରରେ ବିଜୁ ମହିଳା ଜନତା ଦଳର ସଂଗଠନ ଆହୁରି ସୁଦୃଢ଼ ହେବ। ପ୍ରତ୍ୟେକ ମହିଳାଙ୍କୁ ଭେଟି ବିଜେଡି ମହିଳା ନେତ୍ରୀ କଥା ହେବେ। ପରିବାରରୁ ପରିବାର ଓ ପ୍ରତ୍ୟେକ ମହିଳାଙ୍କୁ ଦେଖାକରିବେ। ବିଜେପିର ଅତ୍ୟାଚାର ସମ୍ପର୍କରେ ବୁଝାଇବେ। ପୁଣିଥରେ ମହିଳାଙ୍କୁ ଶସକ୍ତ କରାଯିବ। ଏହି ସଂକଳ୍ପ ପାରିତ ହୋଇଛି।
ଓଡିଶାକୁ ବିଶ୍ୱରେ ଏକ ନମ୍ୱର ରାଜ୍ୟରେ ପରିଣତ କରିବାକୁ ଉଦ୍ୟମକୁ ନେଇ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ ମହିଳା ଜନତା ଦଳ। ବିଜୁ ମହିଳା ଜନତା ଦଳ ନବୀନଙ୍କ ସହ ଓ ଓଡ଼ିଶାର ମହିଳାଙ୍କ ସହ ରହିଛି। ବିଜୁ ମହିଳା ଜନତା ଦଳ ମହିଳାଙ୍କ ସ୍ୱର ହେବ। ମହିଳା ମାନଙ୍କର ଅର୍ଥନୈତିକ ସୁରକ୍ଷା, ସାମାଜିକ ସୁରକ୍ଷା ଓ ଓଡ଼ିଶାର ସମୃଦ୍ଧି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ। ସବୁବେଳେ ଲୋକଙ୍କ ସହ ରହିଥିଲୁ, ଏବେବି ରହିଛୁ। ମହିଳାଙ୍କ ପ୍ରତିବଧତା ପୂର୍ବ ଭଳି ରହୁ। ମହିଳା ଜନତା ଦଳ ନବୀନଙ୍କ ହାତ ମୁଠାକୁ ଟାଣ କରିବ। ନବୀନ ମହିଳାଙ୍କ ସହ ଛିଡା ହୋଇଥିବା କହିଛନ୍ତି। ଯେଉଁ ସେବା, ଅଙ୍ଗୀକାରବଧତା ଥିଲା ତାହା ଆଗକୁ ଜାରି ରହୁ। ମହିଳା ସଂଗଠନ ସହ ନବୀନ ରହିଥିବା କହିଛନ୍ତି। ସାହସ ଓ ଧୌର୍ଯ୍ୟ ଦେଇଛନ୍ତି। ବିଜେପିର ମିଛ ପ୍ରତାରଣା, ବିଶ୍ୱାସଘାତକତା ବିରୋଧରେ ସଚେତନତା ସୃଷ୍ଟି ପାଇଁ ଆହ୍ୱାନ। ଏହା ବିରୋଧରେ ଲଢେଇ ହେବ। ସବୁ ଅଞ୍ଚଳ ବୁଲିବା ସହ ଲୋକଙ୍କୁ ଭେଟିବାକୁ କହିଛନ୍ତି ନବୀନ। ଆଗାମୀ ଦିନରେ ଜିଲ୍ଲା, ବ୍ଲକ ସ୍ତରରେ ଏଭଳି ସମ୍ମିଳନୀ ହେବ ବୋଲି ସଂକଳ୍ପ ପାରିତ ହୋଇଛି ବୋଲି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ।