ମହିଳା ମାଓବାଦୀଙ୍କୁ ଗଣବଳାତ୍କାର ପରେ ହତ୍ୟା: ପ୍ରତିବାଦରେ ଲାଗିଲା ପୋଷ୍ଟର

ମାଲକାନଗିରି, ୨୮ା୮(ଦୁର୍ଯ୍ୟୋଧନ ପାତ୍ର): ମହିଳା ମାଓବାଦୀ ବନ୍ତୀ ରାଧାଙ୍କୁ ଗଣବଳାତ୍କାର ପରେ ପ୍ରଜାକୋର୍ଟରେ ହତ୍ୟା ଘଟଣାକୁ ବିରୋଧକରି ଆଣ୍ଟି ମାଓବାଦୀ ପିପୁଲ ପିସ୍‌ ଫୋର୍ସ ପକ୍ଷରୁ ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ଗ୍ରାମରେ ବୁଧବାର ମାଓବାଦୀ ବିରୋଧୀ ପୋଷ୍ଟର ଲଗାଯାଇଛି। ମାଓବାଦୀ ସଚିବ ଗଣେଶ ଏବଂ ଅନ୍ୟ ୭ ସହଯୋଗୀ ସାଥୀଙ୍କ ଦ୍ୱାରା ରାଧାଙ୍କୁ ବଳାତ୍କାର ପରେ ନିର୍ମମ ହତ୍ୟା ଘଟଣାକୁ ଏହି ପୋଷ୍ଟରରେ ନିନ୍ଦା କରାଯାଇଥିବା ଉଲ୍ଲେଖ ରହିଛି। ରାଧାଙ୍କୁ ହତ୍ୟାର କାରଣ ପୋଲିସ […] The post ମହିଳା ମାଓବାଦୀଙ୍କୁ ଗଣବଳାତ୍କାର ପରେ ହତ୍ୟା: ପ୍ରତିବାଦରେ ଲାଗିଲା ପୋଷ୍ଟର appeared first on Dharitri Odia News.

ମହିଳା ମାଓବାଦୀଙ୍କୁ ଗଣବଳାତ୍କାର ପରେ ହତ୍ୟା: ପ୍ରତିବାଦରେ ଲାଗିଲା ପୋଷ୍ଟର

ମାଲକାନଗିରି, ୨୮ା୮(ଦୁର୍ଯ୍ୟୋଧନ ପାତ୍ର): ମହିଳା ମାଓବାଦୀ ବନ୍ତୀ ରାଧାଙ୍କୁ ଗଣବଳାତ୍କାର ପରେ ପ୍ରଜାକୋର୍ଟରେ ହତ୍ୟା ଘଟଣାକୁ ବିରୋଧକରି ଆଣ୍ଟି ମାଓବାଦୀ ପିପୁଲ ପିସ୍‌ ଫୋର୍ସ ପକ୍ଷରୁ ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ଗ୍ରାମରେ ବୁଧବାର ମାଓବାଦୀ ବିରୋଧୀ ପୋଷ୍ଟର ଲଗାଯାଇଛି। ମାଓବାଦୀ ସଚିବ ଗଣେଶ ଏବଂ ଅନ୍ୟ ୭ ସହଯୋଗୀ ସାଥୀଙ୍କ ଦ୍ୱାରା ରାଧାଙ୍କୁ ବଳାତ୍କାର ପରେ ନିର୍ମମ ହତ୍ୟା ଘଟଣାକୁ ଏହି ପୋଷ୍ଟରରେ ନିନ୍ଦା କରାଯାଇଥିବା ଉଲ୍ଲେଖ ରହିଛି। ରାଧାଙ୍କୁ ହତ୍ୟାର କାରଣ ପୋଲିସ ସୂଚନାଦାତା ବୋଲି ମାଓବାଦୀ ସଙ୍ଗଠନ ପକ୍ଷରୁ କୁହାଯାଇଥିଲା। ଘଟଣାର ତଦନ୍ତ ପରେ ପିପୁଲ ପିସ୍‌ ଫୋର୍ସ ଏହା ବଳାତ୍କାର ପରେ ହତ୍ୟା ହୋଇଥିବା ଜାଣିବାକୁ ପାଇଥିଲା।
ବନ୍ତୀ ରାଧା ହତ୍ୟା ଘଟଣାର କିଛିଦିନ ପୂର୍ବରୁ ଛତିଶଗଡ଼ ଜିଲା କିଷ୍ଟାରାମ ଘଞ୍ଚ ଜଙ୍ଗଲରେ ମାଓବାଦୀ ନେତାଙ୍କ ଦ୍ୱାରା ରାଧାଙ୍କୁ ବଳାତ୍କାର କରାଯାଇଥିଲା। ସେ ଏହାକୁ ବିରୋଧ କରିବାରୁ ତାଙ୍କୁ ଗତ ୧୯ ତାରିଖରେ ଛତିଶଗଡ଼ କିଷ୍ଟାରାମଠାରେ ପ୍ରଜାକୋର୍ଟରେ ସର୍ବ ସମ୍ମୁଖରେ ହତ୍ୟା କରାଯାଇଥିଲା ବୋଲି ଆଣ୍ଟି ମାଓବାଦୀ ପିପୁଲ ପିସ୍‌ ଫୋର୍ସ ପକ୍ଷରୁ ପୋଷ୍ଟରରେ ଉଲ୍ଲେଖ ରହିଛି। ମାଓବାଦୀ ଆନ୍ଦୋଳନରେ ସାମିଲ ସମସ୍ତ ମହିଳାଙ୍କୁ ଆତ୍ମସମର୍ପଣ କରି ସାଧାରଣ ଜୀବନଯାପନ ନିମନ୍ତେ ଆଣ୍ଟି ମାଓବାଦୀ ପିପୁଲ ପିସ୍‌ ଫୋର୍ସ ପକ୍ଷରୁ ଅପିଲ କରାଯାଇଛି। ଏହି ଆନ୍ଦୋଳନରେ ସାମିଲ ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଆଣ୍ଟି ମାଓବାଦୀ ପିପୁଲ ପିସ୍‌ ଫୋର୍ସ ବିରୋଧ କରୁଛି। ଏହାର ଜବାବ ମାଓବାଦୀ ଅପରେଶନରେ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

The post ମହିଳା ମାଓବାଦୀଙ୍କୁ ଗଣବଳାତ୍କାର ପରେ ହତ୍ୟା: ପ୍ରତିବାଦରେ ଲାଗିଲା ପୋଷ୍ଟର appeared first on Dharitri Odia News.