ଓ୍ବକଫ୍‌ ବିଲ୍‌ କେବଳ ଧ୍ରୁବୀକରଣକୁ ପ୍ରୋତ୍ସାହନ-ସମ୍ବିଧାନ ଉପରେ ଆକ୍ରମଣ ପାଇଁ: ସୋନିଆ

ନୂଆଦିଲ୍ଲୀ,୩।୪: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଯେ ୱକଫ୍‌ ସଂଶୋଧନ ବିଲ୍‌- ୨୦୨୪ ବୁଧବାର ଲୋକ ସଭାରେ ଗୃହୀତ ହୋଇଛି । ଏହାକୁ ଗୁରୁବାର ରାଜ୍ୟ ସଭାରେ ଆଗତ କରାଯିବ। ଏହି ବିଲ୍‌କୁ ବଳପୂର୍ବକ ଗୃହୀତ କରାଯାଇଛି। ଆମ ଦଳର ମତ ସ୍ପଷ୍ଟ। ଏହି ବିଲ ସମ୍ବିଧାନ ଉପରେ ଆକ୍ରମଣ। ୱକଫ ସଂଶୋଧନ ବିଲ କେବଳ ସାମ୍ପ୍ରଦାୟିକ ଧ୍ରୁବୀକରଣ ପାଇଁ। ଏହା ଭାଜପାର ସୁଚିନ୍ତିତ ରଣନୀତିର ଏକ ଅଂଶ। ସେମାନେ ଦେଶକୁ ଏକ […] The post ଓ୍ବକଫ୍‌ ବିଲ୍‌ କେବଳ ଧ୍ରୁବୀକରଣକୁ ପ୍ରୋତ୍ସାହନ-ସମ୍ବିଧାନ ଉପରେ ଆକ୍ରମଣ ପାଇଁ: ସୋନିଆ appeared first on Dharitri Odia News.

ଓ୍ବକଫ୍‌ ବିଲ୍‌ କେବଳ ଧ୍ରୁବୀକରଣକୁ ପ୍ରୋତ୍ସାହନ-ସମ୍ବିଧାନ ଉପରେ ଆକ୍ରମଣ ପାଇଁ: ସୋନିଆ

ନୂଆଦିଲ୍ଲୀ,୩।୪: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଯେ ୱକଫ୍‌ ସଂଶୋଧନ ବିଲ୍‌- ୨୦୨୪ ବୁଧବାର ଲୋକ ସଭାରେ ଗୃହୀତ ହୋଇଛି । ଏହାକୁ ଗୁରୁବାର ରାଜ୍ୟ ସଭାରେ ଆଗତ କରାଯିବ। ଏହି ବିଲ୍‌କୁ ବଳପୂର୍ବକ ଗୃହୀତ କରାଯାଇଛି। ଆମ ଦଳର ମତ ସ୍ପଷ୍ଟ। ଏହି ବିଲ ସମ୍ବିଧାନ ଉପରେ ଆକ୍ରମଣ। ୱକଫ ସଂଶୋଧନ ବିଲ କେବଳ ସାମ୍ପ୍ରଦାୟିକ ଧ୍ରୁବୀକରଣ ପାଇଁ। ଏହା ଭାଜପାର ସୁଚିନ୍ତିତ ରଣନୀତିର ଏକ ଅଂଶ। ସେମାନେ ଦେଶକୁ ଏକ ନିରୀକ୍ଷଣ ରାଜ୍ୟରେ ପରିଣତ କରୁଛନ୍ତି।

ସିପିପିର ସାଧାରଣ ସଭା ବୈଠକରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ କହିଛନ୍ତି ଯେ ମୋଦି ସରକାର ଦେଶକୁ ଏପରି ରସାତଳକୁ ନେଇଯାଉଛି, ଯେଉଁଠାରେ ସମ୍ବିଧାନ କେବଳ କାଗଜପତ୍ରରେ ରହିବ। ସେ କହିଛନ୍ତି ଯେ ’ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍‌ ମଧ୍ୟ ସମ୍ବିଧାନର ଉଲ୍ଲଂଘନ। ଆମେ ଏହି ଆଇନର ଦୃଢ଼ ବିରୋଧ କରୁଛୁ। ଅର୍ଥନୀତି ଖରାପ ଅବସ୍ଥାରେ ଅଛି। ଚାଇନାରୁ ଆମଦାନୀ ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ସୋନିଆ କହିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ବିରୋଧୀ ଦଳ ନେତାଙ୍କୁ ଲୋକ ସଭାରେ କହିବାକୁ ଦିଆଯାଉନାହିଁ। ଏହା ଆମ ଗଣତନ୍ତ୍ର ପାଇଁ ଗମ୍ଭୀର ଚିନ୍ତାର ବିଷୟ। ସେହିପରି ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଖାର୍ଗେଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ, କହିବାକୁ ଅନୁମତି ଦିଆଯାଉନାହିଁ। ମୁଁ ମଧ୍ୟ ସାକ୍ଷୀ ଅଛି ଯେ କିପରି ଗୃହ ଆମ ଯୋଗୁନୁହେଁ, ବରଂ ଶାସକ ଦଳର ବିରୋଧ ଯୋଗୁ ମୁଲତବୀ ହୋଇଛି।

ସୋନିଆ ଏମ୍‌ପିମାନଙ୍କୁ ଶୁଳ୍କ ପ୍ରସଙ୍ଗକୁ ପ୍ରମୁଖ ଭାବରେ ଉଠାଇବାକୁ କହିଛନ୍ତି। ସେ କହିଛନ୍ତି ଯେ ଯଦି ଭାଜପା ନେତାମାନେ ଶୂନ୍ୟ କାଳରେ ବିରୋଧୀ ଏବଂ ପୂର୍ବ ସରକାରଙ୍କୁ ଟାର୍ଗେଟ କରନ୍ତି, ତେବେ ଆମକୁ ମଧ୍ୟ ଜବାବ ଦେବା ଉଚିତ।

ପ୍ରାୟ ୧୨ ଘଣ୍ଟାର ମାରାଥନ ଆଲୋଚନା ପରେ, ୱକଫ ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ ହୋଇଛି। ବିଲ୍‌ ସପକ୍ଷରେ ୨୮୮ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨୩୨ଟି ଭୋଟ ପଡ଼ିଥିଲା। ଏବେ ରାଜ୍ୟ ସଭାର ପାଳି। ଗୁରୁବାର ଏହି ବିଲ୍‌ ରାଜ୍ୟ ସଭାରେ ଉପସ୍ଥାପିତ ହେବ। ରାଜ୍ୟ ସଭାରେ ଏହି ବିଲ୍‌ ଉପରେ ଆଲୋଚନା ପାଇଁ ୮ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି। ଅପରାହ୍ନ ୧ଟାରୁ ରାଜ୍ୟ ସଭାରେ ବିଲ୍‌ ଉପରେ ଆଲୋଚନା ହେବ।

The post ଓ୍ବକଫ୍‌ ବିଲ୍‌ କେବଳ ଧ୍ରୁବୀକରଣକୁ ପ୍ରୋତ୍ସାହନ-ସମ୍ବିଧାନ ଉପରେ ଆକ୍ରମଣ ପାଇଁ: ସୋନିଆ appeared first on Dharitri Odia News.