ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌; ସ୍ତ୍ରୀ ମୃତ, ସ୍ବାମୀ, ପୁଅ ଆହତ

କେନ୍ଦ୍ରାପଡା,୨୪ା୨ (ଜଗନ୍ନାଥ ଧଳ): କଟକ ଚାନ୍ଦବାଲି ରାଜ୍ୟ ରାଜପଥ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ତିନିମୁହାଣୀ ନିକଟସୁ ଚଟିପୋଲ ଠାରେ ସୋମ‌ବାର ଏକ ସଡକ ଦୁର୍ଘଟଣା ହୋଇଛି। ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କ ଉପରେ ହାଇୱା ଚଢ଼ିଯିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ନାମ ଇପସିତା ସାହୁ (୩୦)। ଏଥିସହ ଏହି ସ୍କୁଟି (ନଂ ଓଡି ୨୯ କେ ୬୨୫୨)ରେ ଯାଉଥିବା ସ୍ବାମୀ କାମାକ୍ଷା ପ୍ରସାଦ ଓ ୮ ବର୍ଷର ପୁଅ ଗୁରୁତର ହୋଇଛନ୍ତି। […] The post ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌; ସ୍ତ୍ରୀ ମୃତ, ସ୍ବାମୀ, ପୁଅ ଆହତ appeared first on Dharitri Odia News.

ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌; ସ୍ତ୍ରୀ ମୃତ, ସ୍ବାମୀ, ପୁଅ ଆହତ

କେନ୍ଦ୍ରାପଡା,୨୪ା୨ (ଜଗନ୍ନାଥ ଧଳ): କଟକ ଚାନ୍ଦବାଲି ରାଜ୍ୟ ରାଜପଥ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ତିନିମୁହାଣୀ ନିକଟସୁ ଚଟିପୋଲ ଠାରେ ସୋମ‌ବାର ଏକ ସଡକ ଦୁର୍ଘଟଣା ହୋଇଛି। ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କ ଉପରେ ହାଇୱା ଚଢ଼ିଯିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

ତାଙ୍କ ନାମ ଇପସିତା ସାହୁ (୩୦)। ଏଥିସହ ଏହି ସ୍କୁଟି (ନଂ ଓଡି ୨୯ କେ ୬୨୫୨)ରେ ଯାଉଥିବା ସ୍ବାମୀ କାମାକ୍ଷା ପ୍ରସାଦ ଓ ୮ ବର୍ଷର ପୁଅ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ରିପୋର୍ଟ ଲେଖା ପର୍ଯ୍ୟନ୍ତ ଉତେଜନା ଲାଗିରହିଛି। ଗୁରୁତର ଦୁଇଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଏସମ୍ପର୍କରେ ମୃତକ ଇପସିତାଙ୍କ ଶଶୁର ଦୁର୍ବାସା କହିଛନ୍ତି ଯେ ଯେ ତାଙ୍କର ଘର ସହରର ମହିପାଳରେ । ସକାଳ ୯.୩୦ ମିନିଟରେ ପୁଅ, ବୋହୁ ଓ ନାତି ସ୍କୁଟିରେ ସ୍କୁଲକୁ ଯାଉଥିଲେ । ଏହି ସମୟରେ ପଛପଟୁ ଏକ ହାଇୱା ଧକ୍କା ମାରି ଫେରାର ହୋଇଯାଇଛି।

ଅପରପକ୍ଷରେ ଏହି ଦୁର୍ଘଟଣା ପରଠାରୁ ସ୍ଥାନୀୟ ଲୋକ ଉପଯୁକ୍ତ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଜିଲା ପୋଲିସ ଏଠାରେ ପହଞ୍ଚି ହାଲକା ଗାଡି ଓ ଯାତ୍ରୀଙ୍କୁ ବାଇପାସ ରାସ୍ତା ମାଧ୍ୟମରେ ଯିବାକୁ ପରାମର୍ଶ ଦେଇଛନ୍ତି । କୌଣସି ପ୍ରଶାସନିକ ଅଧିକାରୀ ଦିର୍ଘ ୩ ଘଣ୍ଟା ଧରି ପହଞ୍ଚି ନାହାନ୍ତି।

The post ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌; ସ୍ତ୍ରୀ ମୃତ, ସ୍ବାମୀ, ପୁଅ ଆହତ appeared first on Dharitri Odia News.