ମହିଳାଙ୍କ ଉପରେ ମାଡ଼ିଗଲା 'ମୋ ବସ୍': ସ୍ୱାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ
ଭୁବନେଶ୍ୱର: 'ମୋ ବସ୍' ଧକ୍କାରେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ଜଣଙ୍କ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ଧାଇପୁର ଗ୍ରାମର ମାନସ ପ୍ରଧାନଙ୍କ ସ୍ତ୍ରୀ କାଜଲ ପ୍ରଧାନ। ଆଠଗଡ଼ ବସଷ୍ଟାଣ୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ମହିଳାଙ୍କ ସ୍ଵାମୀ ଓ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଵାମୀ, ସ୍ତ୍ରୀ ଓ ଦୁଇ ବର୍ଷର ପୁଅ ବସ୍ ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ 'ମୋ ବସ୍' ପଛୁଆ ଆସି ଧକ୍କା ଦେଇଥିଲା। ଗୁରୁତରଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି।ସେହିପରି ଶନିବାର ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଯୁବତୀଙ୍କ ଉପରେ ଚଢିଯାଇଥିଲା 'ମୋ ବସ୍'। ଫଳରେ ଯୁବତୀଙ୍କ ହାତ ଓ କାନ୍ଧ ହାଡ ଭାଙ୍ଗିଯାଇଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାକୁ ଆସୁଥିବା ପ୍ରାୟ ୨୦ରୁ ଅଧିକ ମୋ ବସ୍କୁ ଅଟକାଇଥିଲେ ଲୋକେ। ପରିସ୍ଥିତି ଅଣାୟତ୍ତ ହେବାରୁ ନିୟନ୍ତ୍ରଣ ପାଇଁ ଚନ୍ଦ୍ରଶେଖରପୁର ଥାନା ଓ ଇନଫୋସିଟି ଥାନା ପୋଲିସ ପହଞ୍ଚିଥିଲେ।
ଭୁବନେଶ୍ୱର: 'ମୋ ବସ୍' ଧକ୍କାରେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ଜଣଙ୍କ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ଧାଇପୁର ଗ୍ରାମର ମାନସ ପ୍ରଧାନଙ୍କ ସ୍ତ୍ରୀ କାଜଲ ପ୍ରଧାନ। ଆଠଗଡ଼ ବସଷ୍ଟାଣ୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି।
ତେବେ ମହିଳାଙ୍କ ସ୍ଵାମୀ ଓ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଵାମୀ, ସ୍ତ୍ରୀ ଓ ଦୁଇ ବର୍ଷର ପୁଅ ବସ୍ ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ 'ମୋ ବସ୍' ପଛୁଆ ଆସି ଧକ୍କା ଦେଇଥିଲା। ଗୁରୁତରଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି।
ସେହିପରି ଶନିବାର ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଯୁବତୀଙ୍କ ଉପରେ ଚଢିଯାଇଥିଲା 'ମୋ ବସ୍'। ଫଳରେ ଯୁବତୀଙ୍କ ହାତ ଓ କାନ୍ଧ ହାଡ ଭାଙ୍ଗିଯାଇଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ପ୍ରକାଶ ପାଇଥିଲା।
ସେଠାକୁ ଆସୁଥିବା ପ୍ରାୟ ୨୦ରୁ ଅଧିକ ମୋ ବସ୍କୁ ଅଟକାଇଥିଲେ ଲୋକେ। ପରିସ୍ଥିତି ଅଣାୟତ୍ତ ହେବାରୁ ନିୟନ୍ତ୍ରଣ ପାଇଁ ଚନ୍ଦ୍ରଶେଖରପୁର ଥାନା ଓ ଇନଫୋସିଟି ଥାନା ପୋଲିସ ପହଞ୍ଚିଥିଲେ।