ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍ ଚକା
ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍ ଚକା ଜଣେ ମହିଳାଙ୍କ ଗୋଡ଼ ଉପରେ ଚଢି ଯାଇଥିଲା। ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ହିଞ୍ଜିଳି ଥାନା କିର୍ତ୍ତିପୁର ଗ୍ରାମର ରଙ୍ଗବତୀ ସ୍ବାଇଁ (୬୫) । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ […] The post ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍ ଚକା appeared first on Dharitri Odia News.
ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍ ଚକା ଜଣେ ମହିଳାଙ୍କ ଗୋଡ଼ ଉପରେ ଚଢି ଯାଇଥିଲା। ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ହିଞ୍ଜିଳି ଥାନା କିର୍ତ୍ତିପୁର ଗ୍ରାମର ରଙ୍ଗବତୀ ସ୍ବାଇଁ (୬୫) ।
ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ମହିଳା ଜଣଙ୍କ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ମେଡିକାଲକୁ ଯିବା ପାଇଁ ପିତଳ ଛକ ନିକଟରେ ବସ୍କୁ ଅପେକ୍ଷା କରିଥିଲେ। ବସ୍ଟି ପୋଲସରାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ସେଥିରେ ମହିଳା ଜଣଙ୍କ ଚଢୁଥିବା ବେଳେ ତଳକୁ ଖସି ପଡ଼ିଥିଲେ। ବସ୍ର ପଛ ଚକ ମହିଳାଙ୍କ ଗୋଡ଼ ଉପରେ ଚଢି ଯାଇଥିଲା।
The post ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍ ଚକା appeared first on Dharitri Odia News.