ମହିଳାଙ୍କ ପରେ ପୁରୁଷ ଦଳ ବି ରଚିଲା ଇତିହାସ, ଜିତିଲେ ଖୋ ଖୋ ବିଶ୍ୱକପ୍
ନୂଆଦିଲ୍ଲୀ: ଭାରତୀୟ ମହିଳାଙ୍କ ପରେ ପୁରୁଷ ଦଳ ବି ଖୋ ଖୋ ବିଶ୍ୱକପ୍ ଚାମ୍ପିଅନ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଖୋ ଖୋ ବିଶ୍ୱକପରେ ଭାରତୀୟ ମହିଳା ଏବଂ ପୁରୁଷ ଦଳ ବିଜୟୀ ହୋଇଛନ୍ତି । ମହିଳା ଦଳ ନେପାଳକୁ ପରାସ୍ତ କରି ବିଶ୍ୱକପ ଟାଇଟଲ୍ ଜିତିଥିବାବେଳେ ପୁରୁଷ ଦଳ ବି ନେପାଳକୁ ପରାସ୍ତ କରି ବିଶ୍ୱକପ ଟ୍ରଫି ଜିତିବାରେ ସଫଳ ହୋଇଛି । ଭାରତୀୟ ପୁରୁଷ ଦଳ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିବା ସହ ଚାମ୍ପିଅନ ହୋଇ ନିଜ ଯାତ୍ରା ଶେଷ କରିଛି । ଟିମ୍ ଇଣ୍ଡିଆ ନେପାଳ ବିପକ୍ଷରେ ଟାଇଟଲ୍ ମ୍ୟାଚକୁ ୫୪-୩୬ ବ୍ୟବଧାନରେ ଜିତିଛି ।ଖୋ ଖୋ ବିଶ୍ୱକପ୍ ୨୦୨୫ ପୁରୁଷ ଫାଇନାଲ ମ୍ୟାଚ୍ରେ ଭାରତୀୟ ଦଳ ନେପାଳ ବିପକ୍ଷରେ ଭଲ ଆରମ୍ଭ କରିଥିଲା । ପ୍ରଥମ ଟର୍ମରେ ଭାରତ ୨୬ ପଏଣ୍ଟ ହାସଲ କରିଥିଲା ଏବଂ ନେପାଳକୁ ଖାତା ଖୋଲିବାର ସୁଯୋଗ ମଧ୍ୟ ଦେଇନଥିଲା । ଦ୍ୱିତୀୟ ଟର୍ମରେ ନେପାଳ ଦଳ ସାମାନ୍ୟ ପ୍ରତ୍ୟାବର୍ତ୍ତନ କରି ୧୮ ପଏଣ୍ଟ ହାସଲ କରିଥିଲା । କିନ୍ତୁ ଟିମ୍ ଇଣ୍ଡିଆ ୮ ପଏଣ୍ଟ ଅଗ୍ରଣୀ ବଜାୟ ରଖିବାରେ ସଫଳ ହୋଇଥିଲା । ତେବେ ତୃତୀୟ ଟର୍ମରେ ଭାରତୀୟ ପୁରୁଷ ଖୋ ଖୋ ଦଳ ଚମତ୍କାର କରିଥିଲା ଏବଂ ପଏଣ୍ଟ ସ୍କୋରକୁ ୫୦ରୁ ଅଧିକକୁ ନେଇଥିଲେ ।ନେପାଳ ବିପକ୍ଷ ଫାଇନାଲ ମ୍ୟାଚ୍ରେ ଭାରତୀୟ ପୁରୁଷ ଖୋ ଖୋ ଦଳ ନିଜର ଅଗ୍ରଣୀ ବଜାୟ ରଖିବାରେ ସଫଳ ହୋଇଥିଲା । ଚତୁର୍ଥ ଟର୍ମ ପରେ ଟିମ୍ ଇଣ୍ଡିଆ ମ୍ୟାଚ୍କୁ ୫
ନୂଆଦିଲ୍ଲୀ: ଭାରତୀୟ ମହିଳାଙ୍କ ପରେ ପୁରୁଷ ଦଳ ବି ଖୋ ଖୋ ବିଶ୍ୱକପ୍ ଚାମ୍ପିଅନ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଖୋ ଖୋ ବିଶ୍ୱକପରେ ଭାରତୀୟ ମହିଳା ଏବଂ ପୁରୁଷ ଦଳ ବିଜୟୀ ହୋଇଛନ୍ତି । ମହିଳା ଦଳ ନେପାଳକୁ ପରାସ୍ତ କରି ବିଶ୍ୱକପ ଟାଇଟଲ୍ ଜିତିଥିବାବେଳେ ପୁରୁଷ ଦଳ ବି ନେପାଳକୁ ପରାସ୍ତ କରି ବିଶ୍ୱକପ ଟ୍ରଫି ଜିତିବାରେ ସଫଳ ହୋଇଛି । ଭାରତୀୟ ପୁରୁଷ ଦଳ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିବା ସହ ଚାମ୍ପିଅନ ହୋଇ ନିଜ ଯାତ୍ରା ଶେଷ କରିଛି । ଟିମ୍ ଇଣ୍ଡିଆ ନେପାଳ ବିପକ୍ଷରେ ଟାଇଟଲ୍ ମ୍ୟାଚକୁ ୫୪-୩୬ ବ୍ୟବଧାନରେ ଜିତିଛି ।
ଖୋ ଖୋ ବିଶ୍ୱକପ୍ ୨୦୨୫ ପୁରୁଷ ଫାଇନାଲ ମ୍ୟାଚ୍ରେ ଭାରତୀୟ ଦଳ ନେପାଳ ବିପକ୍ଷରେ ଭଲ ଆରମ୍ଭ କରିଥିଲା । ପ୍ରଥମ ଟର୍ମରେ ଭାରତ ୨୬ ପଏଣ୍ଟ ହାସଲ କରିଥିଲା ଏବଂ ନେପାଳକୁ ଖାତା ଖୋଲିବାର ସୁଯୋଗ ମଧ୍ୟ ଦେଇନଥିଲା । ଦ୍ୱିତୀୟ ଟର୍ମରେ ନେପାଳ ଦଳ ସାମାନ୍ୟ ପ୍ରତ୍ୟାବର୍ତ୍ତନ କରି ୧୮ ପଏଣ୍ଟ ହାସଲ କରିଥିଲା । କିନ୍ତୁ ଟିମ୍ ଇଣ୍ଡିଆ ୮ ପଏଣ୍ଟ ଅଗ୍ରଣୀ ବଜାୟ ରଖିବାରେ ସଫଳ ହୋଇଥିଲା । ତେବେ ତୃତୀୟ ଟର୍ମରେ ଭାରତୀୟ ପୁରୁଷ ଖୋ ଖୋ ଦଳ ଚମତ୍କାର କରିଥିଲା ଏବଂ ପଏଣ୍ଟ ସ୍କୋରକୁ ୫୦ରୁ ଅଧିକକୁ ନେଇଥିଲେ ।
ନେପାଳ ବିପକ୍ଷ ଫାଇନାଲ ମ୍ୟାଚ୍ରେ ଭାରତୀୟ ପୁରୁଷ ଖୋ ଖୋ ଦଳ ନିଜର ଅଗ୍ରଣୀ ବଜାୟ ରଖିବାରେ ସଫଳ ହୋଇଥିଲା । ଚତୁର୍ଥ ଟର୍ମ ପରେ ଟିମ୍ ଇଣ୍ଡିଆ ମ୍ୟାଚ୍କୁ ୫୪-୩୬ ବ୍ୟବଧାନରେ ଜିତି ନେଇଥିଲା । ଭାରତୀୟ ପୁରୁଷ ଖୋ ଖୋ ଦଳ ଏହି ବିଶ୍ୱକପରେ ଦ୍ୱିତୀୟ ଥର ପାଇଁ ନେପାଳ ଦଳକୁ ପରାସ୍ତ କରିଛି । ଏହା ପୂର୍ବରୁ ମହିଳା ଖୋ ଖୋ ଟିମ୍ ନେପାଳକୁ ୭୮-୪୦ ପଏଣ୍ଟରେ ପରାସ୍ତ କରିଥିଲା ।
Also read: ଖୋ ଖୋ ୱାର୍ଲଡ୍ କପ୍ ଜିତିଲା ଭାରତୀୟ ମହିଳା ଦଳ, ପ୍ରଥମ ବିଶ୍ୱକପ୍ରେ ନେପାଳକୁ ହରାଇ ହେଲା ଚାମ୍ପିଅନ