ହାତୀର ଫଟୋ ଉଠାଇବା ବେଳେ ଅଘଟଣ : ଶୁଣ୍ଢରେ ଠେଲି କଲା ଗୁରୁତର

ବିନିକା ୨୫।୧୨: ହାତୀର ଫଟୋ ଉଠାଇବା ହେଲା କାଳ l  ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି l  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ କେଉଟିପାଳି ବ୍ରିଜ୍ ନିକଟରେ ଏଭଳି ଘଟଣା ଘଟିଛି l ଗୁରୁତର ଜଣକ ହେଉଛନ୍ତି ଉଲୁଣ୍ଡା ବ୍ଲକ୍ ଏସପତ୍ରାପାଳି ପଞ୍ଚାୟତ କୁଦପାଳି ଗ୍ରାମର ସୁଶୀଲ ବାଗ l ସୂଚନାଯୋଗ୍ୟ ଯେ, କୁଦପାଲି ଗ୍ରାମର ସୁଶୀଲ ବାଗ୍ ଏକ ବାଇକ୍ ଯୋଗେ ଆଇଁଲାଛାଟ ଆସୁଥିଲେ l ସେହି ସମୟରେ ହାତୀ ପଲ କେଉଟିପାଲି ବ୍ରିଜ୍ ନିକଟରେ ରହିଥିଲେ । ଶହ ଶହ ଲୋକ ସେଠାରେ ଅଟକି ହାତୀ ପଲକୁ ଦେଖୁଥିଲେ l ସେଠାରେ ସୁଶୀଲ ମଧ୍ୟ ଅଟକି ଯାଇ ହାତୀର ଫଟୋ ଉଠାଇବା ପାଇଁ ଚାଲିଯାଇଥିଲେ l ଫଟୋ ଉଠାଉଥିବା ସମୟରେ ହାତୀଟି ଆକ୍ରମଣ କରି ଶୁଣ୍ଢରେ ଠେଲି ଦେଇଥିଲା l ଫଳରେ ସେ କିଛି ଦୂରକୁ ଛିଟିକି ପଡ଼ିଥିଲେ l ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି lYou Can Read:ସରକାର ବହୁତ କଥା ବିଚାର କରୁଛନ୍ତି ଆକ୍ସନ କାହିଁକି ନେଉନାହାନ୍ତି : ପ୍ରସନ୍ନ ଆଚାର୍ଯ୍ୟ

ହାତୀର ଫଟୋ ଉଠାଇବା ବେଳେ ଅଘଟଣ : ଶୁଣ୍ଢରେ ଠେଲି କଲା ଗୁରୁତର

ବିନିକା ୨୫।୧୨: ହାତୀର ଫଟୋ ଉଠାଇବା ହେଲା କାଳ l  ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି l  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ କେଉଟିପାଳି ବ୍ରିଜ୍ ନିକଟରେ ଏଭଳି ଘଟଣା ଘଟିଛି l ଗୁରୁତର ଜଣକ ହେଉଛନ୍ତି ଉଲୁଣ୍ଡା ବ୍ଲକ୍ ଏସପତ୍ରାପାଳି ପଞ୍ଚାୟତ କୁଦପାଳି ଗ୍ରାମର ସୁଶୀଲ ବାଗ l 

ସୂଚନାଯୋଗ୍ୟ ଯେ, କୁଦପାଲି ଗ୍ରାମର ସୁଶୀଲ ବାଗ୍ ଏକ ବାଇକ୍ ଯୋଗେ ଆଇଁଲାଛାଟ ଆସୁଥିଲେ l ସେହି ସମୟରେ ହାତୀ ପଲ କେଉଟିପାଲି ବ୍ରିଜ୍ ନିକଟରେ ରହିଥିଲେ । ଶହ ଶହ ଲୋକ ସେଠାରେ ଅଟକି ହାତୀ ପଲକୁ ଦେଖୁଥିଲେ l ସେଠାରେ ସୁଶୀଲ ମଧ୍ୟ ଅଟକି ଯାଇ ହାତୀର ଫଟୋ ଉଠାଇବା ପାଇଁ ଚାଲିଯାଇଥିଲେ l ଫଟୋ ଉଠାଉଥିବା ସମୟରେ ହାତୀଟି ଆକ୍ରମଣ କରି ଶୁଣ୍ଢରେ ଠେଲି ଦେଇଥିଲା l ଫଳରେ ସେ କିଛି ଦୂରକୁ ଛିଟିକି ପଡ଼ିଥିଲେ l ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

You Can Read:

ସରକାର ବହୁତ କଥା ବିଚାର କରୁଛନ୍ତି ଆକ୍ସନ କାହିଁକି ନେଉନାହାନ୍ତି : ପ୍ରସନ୍ନ ଆଚାର୍ଯ୍ୟ