ମହିଳାଙ୍କ ମୁହଁରେ ହସ ଫୁଟାଇବେ ଭାଜପା ସରକାର: ମହିଳାଙ୍କୁ ମିଳିବ ୨,୧୦୦ ଟଙ୍କା

ରୋହତକ,୨୦ା୯:ହରିୟାଣାରେ ଭାଜପା ପୁନର୍ବାର କ୍ଷମତାସୀନ ହେଲେ ମହିଳାମାନଙ୍କୁ ମାସିକ ୨,୧୦୦ ଟଙ୍କା ଓ କୃଷକଙ୍କୁ ୨୪ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ କରାଯିବ ବୋଲି ଘୋଷଣା କରିଛି। ଅନ୍ୟପକ୍ଷେ କଂଗ୍ରେସ ଏହାକୁ ଭାଜପାର ଜୁମ୍‌ଲା ଆଖ୍ୟା ଦେଇ ସମାଲୋଚନା କରିଛି। ଅକ୍ଟୋବର ୫ରେ ହରିୟାଣା ବିଧାନସଭାର ୯୦ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ବୁଧବାର ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ ପାଇଥିଲା। ଏହାର ଦିନକ ପରେ ଭାଜପା […] The post ମହିଳାଙ୍କ ମୁହଁରେ ହସ ଫୁଟାଇବେ ଭାଜପା ସରକାର: ମହିଳାଙ୍କୁ ମିଳିବ ୨,୧୦୦ ଟଙ୍କା appeared first on Dharitri Odia News.

ମହିଳାଙ୍କ ମୁହଁରେ ହସ ଫୁଟାଇବେ ଭାଜପା ସରକାର: ମହିଳାଙ୍କୁ ମିଳିବ ୨,୧୦୦ ଟଙ୍କା

ରୋହତକ,୨୦ା୯:ହରିୟାଣାରେ ଭାଜପା ପୁନର୍ବାର କ୍ଷମତାସୀନ ହେଲେ ମହିଳାମାନଙ୍କୁ ମାସିକ ୨,୧୦୦ ଟଙ୍କା ଓ କୃଷକଙ୍କୁ ୨୪ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ କରାଯିବ ବୋଲି ଘୋଷଣା କରିଛି। ଅନ୍ୟପକ୍ଷେ କଂଗ୍ରେସ ଏହାକୁ ଭାଜପାର ଜୁମ୍‌ଲା ଆଖ୍ୟା ଦେଇ ସମାଲୋଚନା କରିଛି।
ଅକ୍ଟୋବର ୫ରେ ହରିୟାଣା ବିଧାନସଭାର ୯୦ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ବୁଧବାର ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ ପାଇଥିଲା। ଏହାର ଦିନକ ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ରୋହତକରେ ଦଳୀୟ ଇସ୍ତାହାର (ସଂକଳ୍ପ ପତ୍ର) ଉନ୍ମୋଚନ କରିଛନ୍ତି। ଏଥିରେ ମୁଖ୍ୟତଃ ୨୦ଟି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ସମସ୍ତ ମହିଳାଙ୍କୁ ଲାଡୋ ଲକ୍ଷ୍ମୀ ଯୋଜନାରେ ମାସିକ ୨,୧୦୦ ଟଙ୍କା ସହାୟତା ଦିଆଯିବ। ରାଜ୍ୟରେ ୧୦ଟି ଔଦ୍ୟୋଗିକ ସହର ନିର୍ମାଣ କରାଯିବ। ପ୍ରତି ସହରର ୫୦ ହଜାର ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯିବ। ଚିରାୟୁ ଆୟୁଷ୍ମାନ ଯୋଜନାରେ ପରିବାର ପିଛା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ ହେବ। କୃଷକଙ୍କ ଉତ୍ପାଦିତ ୨୪ଟି ଫସଲ ପାଇଁ ଏମ୍‌ଏସ୍‌ପି, ସହରାଞ୍ଚଳ ଓ ଗ୍ରାମାଞ୍ଚଳ କ୍ଷେତ୍ରରେ ୫ ଲକ୍ଷ ଆବାସ, ସରକାରୀ ହସ୍ପିଟାଲରେ ମାଗଣାରେ ଡାଏଲିସିସ୍‌, ପ୍ରତି ଜିଲାରେ ଅଲିମ୍ପିକ୍‌ ନର୍ସରୀ, ଗୃହିଣୀଙ୍କୁ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଭଳି ମନଲୋଭା ପ୍ରତିଶ୍ରୁତି ଦେଇଛି ଭାଜପା। କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ଼ା ଏନେଇ କହିଛନ୍ତି, ଭାଜପା ୨୦୧୪ ଏବଂ ୨୦୧୯ରେ ଦେଇଥିବା ପ୍ରତିଶ୍ରୁତିକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରି ନ ଥିବାବେଳେ ସେଗୁଡ଼ିକୁ ଏଥିରେ ଦୋହରାଇଛି। ଭାଜପା ସରକାର ଏପରି କରି ନିଜ ବିଫଳତାକୁ ପରୋକ୍ଷରେ ସ୍ବୀକାର କରିଥିବା ହୁଡ଼ା ସମାଲୋଚନା କରିଛନ୍ତି। ସଂକଳ୍ପପତ୍ର ଜାରି ବେଳେ ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ଓ ଦଳର ଅନ୍ୟ ନେତାମାନେ ଉପସ୍ଥିତ ରହିଥିଲେ।

The post ମହିଳାଙ୍କ ମୁହଁରେ ହସ ଫୁଟାଇବେ ଭାଜପା ସରକାର: ମହିଳାଙ୍କୁ ମିଳିବ ୨,୧୦୦ ଟଙ୍କା appeared first on Dharitri Odia News.