ମହିଳାଙ୍କ ସୁରକ୍ଷା ପାଇଁ ୯୫କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମମତା ସରକାର, ହେଲେ ବି କମୁନି ନିର୍ଯାତନା
କୋଲକାତା,୨୨।୮: କୋଲକାତା ଡାକ୍ତର ମଳାତ୍କାର ଓ ହତ୍ୟା ମାମଲାରେ ଦେଶ ଉଠୁଛି ପଡୁଛି। ବଳାତ୍କାର ମାମଲାରେ ତଦନ୍ତ ଯେତିକି ହେଉଛି, ହସ୍ପିଟାଲର କଳା ଇତିହାସର ଚିଠା ସେତିକି ଲମ୍ବି ଲମ୍ବି ଯାଉଛି। ଏହି ଘଟଣାକୁ ନେଇ ମମତା ସରକାରଙ୍କ ଉପରକୁ ପ୍ରଶ୍ନ ଉଠୁଥିବାବେଳେ ଏବେ ସରକାରଙ୍କ ଏକ ବଡ଼ ଯୋଜନାର ପର୍ଦ୍ଦାଫାଶ ହୋଇଛଇ। ୨୦୧୨ରେ ଦିଲ୍ଲୀରେ ନିର୍ଭୟା ଘଟଣା ପରେ ୨୦୧୩ରେ ନିର୍ଭୟା ପାଣ୍ଠି ଗଠନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ସାରା ଦେଶରେ ମହିଳାଙ୍କ ସୁରକ୍ଷା […] The post ମହିଳାଙ୍କ ସୁରକ୍ଷା ପାଇଁ ୯୫କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମମତା ସରକାର, ହେଲେ ବି କମୁନି ନିର୍ଯାତନା appeared first on Dharitri Odia News.
କୋଲକାତା,୨୨।୮: କୋଲକାତା ଡାକ୍ତର ମଳାତ୍କାର ଓ ହତ୍ୟା ମାମଲାରେ ଦେଶ ଉଠୁଛି ପଡୁଛି। ବଳାତ୍କାର ମାମଲାରେ ତଦନ୍ତ ଯେତିକି ହେଉଛି, ହସ୍ପିଟାଲର କଳା ଇତିହାସର ଚିଠା ସେତିକି ଲମ୍ବି ଲମ୍ବି ଯାଉଛି। ଏହି ଘଟଣାକୁ ନେଇ ମମତା ସରକାରଙ୍କ ଉପରକୁ ପ୍ରଶ୍ନ ଉଠୁଥିବାବେଳେ ଏବେ ସରକାରଙ୍କ ଏକ ବଡ଼ ଯୋଜନାର ପର୍ଦ୍ଦାଫାଶ ହୋଇଛଇ। ୨୦୧୨ରେ ଦିଲ୍ଲୀରେ ନିର୍ଭୟା ଘଟଣା ପରେ ୨୦୧୩ରେ ନିର୍ଭୟା ପାଣ୍ଠି ଗଠନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ସାରା ଦେଶରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ନିର୍ଭୟା ପାଣ୍ଠିର ୭୬ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇଛି।
ଏକ ଜାତୀୟ ଗଣମାଧ୍ୟର ରିପୋର୍ଟ ଅନୁଯାୟୀ, ୨୦୧୫ରେ ନିର୍ଭୟା ପାଣ୍ଠିର ଅର୍ଥ କିପରି ଖର୍ଚ୍ଚ ହେବ ସେନେଇ ଏକ କମିଟି ଗଠନ କରାଯାଇଥିଲା। କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏହି କମିଟି ଗଠନ କରାଯାଇଥିଲା। ତେବେ ସେବେଠାରୁ ଗତ ନଅ ବର୍ଷ ମଧ୍ୟରେ ଭାରତରେ ବଳାତ୍କାର ମାମଲା ମାତ୍ର ୯.୧ ପ୍ରତିଶତ ହ୍ରାସ ପାଇଛି।
ଚଳିତ ବର୍ଷ ଏପ୍ରିଲ ୨ରେ ଲୋକ ସଭାରେ ଦିଆଯାଇଥିବା ସୂଚନାରେ କେନ୍ଦ୍ର ସରକାର କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ଭୟା ପାଣ୍ଠିରୁ ୭୧୧୨.୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେଥିମଧ୍ୟରୁ ୫୫୧୨.୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୦ରେ କରୋନା ପ୍ରଭାବ ହେତୁ ବଳାତ୍କାର ମାମଲା ସାମାନ୍ୟ ହ୍ରାସ ପାଇଥିଲା।
କୋଲକାତାର ଆର.ଜି କର ହସ୍ପିଟାଲରେ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ପୁରା ଦେଶରେ ଅସନ୍ତୋଷର ବାତାବରଣ ଖେଳି ଯାଇଛି। ତେବେ ପଶ୍ଚିମବଙ୍ଗ, ୪ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଗୋଟିଏ ଯାହାକି ନିର୍ଭୟା ପାଣ୍ଠିରୁ ଅଧିକ ଅର୍ଥ ଖର୍ଚ୍ଚ କରିଛି। ନିର୍ଭୟା ପାଣ୍ଠିରୁ ପଶ୍ଚିମବଙ୍ଗକୁ ୧୦୪.୭୨ କୋଟି ଟଙ୍କା ଆବଣ୍ଟନ କରାଯାଇ। ତେବେ ରାଜ୍ୟରୁ ଏଥିରୁ ୯୫ କୋଟି ଟଙ୍କା ଖର୍ଚ୍ଚ କରିଛି।
The post ମହିଳାଙ୍କ ସୁରକ୍ଷା ପାଇଁ ୯୫କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମମତା ସରକାର, ହେଲେ ବି କମୁନି ନିର୍ଯାତନା appeared first on Dharitri Odia News.