ମହିଳାଙ୍କଠାରୁ ଠକିନେଲେ କୋଟିଏ ଟଙ୍କା
ଯାଜପୁର ଟାଉନ,୨ା୭ (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) :ଜଣେ ଯୁବକ ପ୍ରଲୋଭନ ଦେଖାଇ ଶତାଧିକ ମହିଳାଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ କରିନେଇଥିବା ଅଭିଯୋଗ ହୋଇଥିଲା ା ସମ୍ପୃକ୍ତ ମହିଳାମାନେ ଜିଲା ପ୍ରଶାସନ ଓ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଯାଜପୁର ଟାଉନ୍ ଥାନା ଅଧିକାରୀ ବିଲ୍ବମଙ୍ଗଳ ସେଠୀ ଏହି ଠକେଇ ଘଟଣାର ମୁଖ୍ୟ କୁହାଯାଉଥିବା ତାଉଁତରା ଅଞ୍ଚଳର ଶୁଭକାନ୍ତ ମିଶ୍ରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ା ଏହି ଖବର ଜଣାପଡିବା ପରେ ମହିଳାମାନେ ସୋମବାର […] The post ମହିଳାଙ୍କଠାରୁ ଠକିନେଲେ କୋଟିଏ ଟଙ୍କା appeared first on Dharitri Odia News.
ଯାଜପୁର ଟାଉନ,୨ା୭ (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) :ଜଣେ ଯୁବକ ପ୍ରଲୋଭନ ଦେଖାଇ ଶତାଧିକ ମହିଳାଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ କରିନେଇଥିବା ଅଭିଯୋଗ ହୋଇଥିଲା ା ସମ୍ପୃକ୍ତ ମହିଳାମାନେ ଜିଲା ପ୍ରଶାସନ ଓ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଯାଜପୁର ଟାଉନ୍ ଥାନା ଅଧିକାରୀ ବିଲ୍ବମଙ୍ଗଳ ସେଠୀ ଏହି ଠକେଇ ଘଟଣାର ମୁଖ୍ୟ କୁହାଯାଉଥିବା ତାଉଁତରା ଅଞ୍ଚଳର ଶୁଭକାନ୍ତ ମିଶ୍ରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ା ଏହି ଖବର ଜଣାପଡିବା ପରେ ମହିଳାମାନେ ସୋମବାର ଥାନା ଘେରାଉ କରିବା ସହ ସେମାନଙ୍କ ଟଙ୍କା କିପରି ଫେରି ପାଇବେ ତା’ର ବ୍ୟବସ୍ଥା କରିବାକୁ ପୋଲିସକୁ ଅନୁରୋଧ କରିଥିଲେ ା ପରିସ୍ଥିତିକୁ ଦେଖି ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା ମହିଳାମାନଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ ଚାଲିଛି, ସମସ୍ତଙ୍କୁ ନ୍ୟାୟ ମିଳିବ ବୋଲି କହିଥିଲେ।
ସୂଚନାଯୋଗ୍ୟ, ଯାଜପୁର ଟାଉନ ଥାନା ଅଞ୍ଚଳର ଶତାଧିକ ମହିଳା ଋଣ କରି ଶୁଭକାନ୍ତଙ୍କୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଦେଇଥିଲେ। ସେ ମହିଳାଙ୍କ କିସ୍ତି ବାବଦ ଅର୍ଥ ଶୁଝିବା ଓ ମାସକୁ ୬୫୦ଟଙ୍କା ଦେବା ସହ ୫ଖଣ୍ଡ ଶାଢ଼ି ଦିଆଯିବ ବୋଲି କହିଥିଲେ। ଏପରି କି ଯଦି ଜଣେ ମହିଳା ୧ଲକ୍ଷ ଟଙ୍କା ଦେବେ ତାଙ୍କୁ ୧୦ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କହିଥିଲେ। ଏମିତି କିଛିମାସ ଚାଲିବା ପରେ ଶୁଭକାନ୍ତ ନିଜ ହାତରୁ କିସ୍ତି ଶୁଝିବା ପାଇଁ ମହିଳାମାନଙ୍କୁ କହିବା ସହ ଫେରାର ହୋଇଯାଇଥିଲେ ା ପୋଲିସ ଶୁଭକାନ୍ତଙ୍କୁ ଥାନାକୁ ଆଣି ଏହି ଘଟଣାର ତଦନ୍ତ କରୁଛି ା
The post ମହିଳାଙ୍କଠାରୁ ଠକିନେଲେ କୋଟିଏ ଟଙ୍କା appeared first on Dharitri Odia News.