ମହିଳାଙ୍କୁ ଦୁଷ୍କର୍ମ ପରେ ଯୌନ ନିର୍ଯାତନା: ଅଟୋ ଡ୍ରାଇଭର ଗିରଫ
ମୁମ୍ବାଇ: ମୁମ୍ବାଇରେ ପୁଣି ଏକ ଦୁଷ୍କର୍ମ ଘଟଣା ମାୟାନଗରିକୁ ଦୋହଲାଇ ଦେଇଛି। ଜଣେ ୨୦ ବର୍ଷୀୟା ମହିଳାଙ୍କୁ ଜଣେ ଅଟୋ ଡ୍ରାଇଭର ଦୁଷ୍କର୍ମ କରିବା ସହ ତାଙ୍କୁ ନୃଶଂସ ଭାବେ ଯୌନ ନିର୍ଯାତନା ଦେଇଛି। ଘଟଣାରେ ପୁଲିସ ସନ୍ଦିଗ୍ଧ ଅଟୋ ଡ୍ରାଇଭରକୁ ଗିରଫ କରିଛି। ପୁଲିସର ସୂଚନା ଅନୁସାରେ, ମୁମ୍ବାଇ ପୁଲିସ ମଙ୍ଗଳବାର ରାତିରେ(୨୧ ଜାନୁଆରୀ) ଗୋରେଗାଓଁର ରାମ ମନ୍ଦିର ରେଳ ଷ୍ଟେସନ ନିକଟରୁ ଆହତ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲା। ତାଙ୍କ ବୟସ ୨୦ ହୋଇଥିବା ବେଳେ ସେ ମହାରାଷ୍ଟ୍ରର ପାଲଘର ଜିଲ୍ଲାର ନାଲାସୋପାରାର ବାସିନ୍ଦା ବୋଲି ଜଣାପଡ଼ିଥିଲା। ପୁଲିସର ଗିରଫ ପରେ ମହିଳା ଜଣଙ୍କ ତାଙ୍କ ସହିତ ଘଟିଥିବା ସମସ୍ତ ଘଟଣା ପୁଲିସ ପାଖରେ କହିଥିଲେ। ଘଟଣା ଘଟିବା ପୂର୍ବରୁ ମହିଳା ଜଣଙ୍କ ଟ୍ରେନ୍ରେ ଯାତ୍ରା କରୁଥିଲେ ବୋଲି ସେ କହିଥିଲେ। ମହିଳାଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ହେବା ସହିତ ଗୁପ୍ତାଙ୍ଗରୁ ବ୍ଲେଡ୍ ଓ ପଥରକୁ ସର୍ଜରି କରି ବାହାର କରାଯାଇଛି। ସେ ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଅଟୋ ରିକ୍ସା ଡ୍ରାଇଭର ବିରୋଧରେ ମାମଲା ରୁଜୁ କରିଛି। ମହିଳାଙ୍କ ଠାରୁ ଅଭିଯୋଗ ପାଇବା ପରେ ପୁଲିସ ସନ୍ଦିଗ୍ଧକୁ ଧରିବାକୁ ଲାଗିପଡ଼ିଥିଲା। ଏହାପରେ ଶୁକ୍ରବାର ତାକୁ ଗିରଫ କରିଥିଲା।
ମୁମ୍ବାଇ: ମୁମ୍ବାଇରେ ପୁଣି ଏକ ଦୁଷ୍କର୍ମ ଘଟଣା ମାୟାନଗରିକୁ ଦୋହଲାଇ ଦେଇଛି। ଜଣେ ୨୦ ବର୍ଷୀୟା ମହିଳାଙ୍କୁ ଜଣେ ଅଟୋ ଡ୍ରାଇଭର ଦୁଷ୍କର୍ମ କରିବା ସହ ତାଙ୍କୁ ନୃଶଂସ ଭାବେ ଯୌନ ନିର୍ଯାତନା ଦେଇଛି। ଘଟଣାରେ ପୁଲିସ ସନ୍ଦିଗ୍ଧ ଅଟୋ ଡ୍ରାଇଭରକୁ ଗିରଫ କରିଛି।
ପୁଲିସର ସୂଚନା ଅନୁସାରେ, ମୁମ୍ବାଇ ପୁଲିସ ମଙ୍ଗଳବାର ରାତିରେ(୨୧ ଜାନୁଆରୀ) ଗୋରେଗାଓଁର ରାମ ମନ୍ଦିର ରେଳ ଷ୍ଟେସନ ନିକଟରୁ ଆହତ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲା। ତାଙ୍କ ବୟସ ୨୦ ହୋଇଥିବା ବେଳେ ସେ ମହାରାଷ୍ଟ୍ରର ପାଲଘର ଜିଲ୍ଲାର ନାଲାସୋପାରାର ବାସିନ୍ଦା ବୋଲି ଜଣାପଡ଼ିଥିଲା।
ପୁଲିସର ଗିରଫ ପରେ ମହିଳା ଜଣଙ୍କ ତାଙ୍କ ସହିତ ଘଟିଥିବା ସମସ୍ତ ଘଟଣା ପୁଲିସ ପାଖରେ କହିଥିଲେ। ଘଟଣା ଘଟିବା ପୂର୍ବରୁ ମହିଳା ଜଣଙ୍କ ଟ୍ରେନ୍ରେ ଯାତ୍ରା କରୁଥିଲେ ବୋଲି ସେ କହିଥିଲେ।
ମହିଳାଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ହେବା ସହିତ ଗୁପ୍ତାଙ୍ଗରୁ ବ୍ଲେଡ୍ ଓ ପଥରକୁ ସର୍ଜରି କରି ବାହାର କରାଯାଇଛି। ସେ ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି।
ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଅଟୋ ରିକ୍ସା ଡ୍ରାଇଭର ବିରୋଧରେ ମାମଲା ରୁଜୁ କରିଛି। ମହିଳାଙ୍କ ଠାରୁ ଅଭିଯୋଗ ପାଇବା ପରେ ପୁଲିସ ସନ୍ଦିଗ୍ଧକୁ ଧରିବାକୁ ଲାଗିପଡ଼ିଥିଲା। ଏହାପରେ ଶୁକ୍ରବାର ତାକୁ ଗିରଫ କରିଥିଲା। ମାମଲାରେ ପରବର୍ତ୍ତି ତଦନ୍ତ ଜାରି ରହିଛି।
ଏହା ପୂର୍ବରୁ ଗତବର୍ଷ ଅଗଷ୍ଟରେ ମହାରାଷ୍ଟ୍ରର ବଦଲାପୁର ମାମଲା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା ଗୁଜାରଟ ଠାରୁ ମରାଠା ଓ ବଙ୍ଗ ଯାଏ ଏହି ମାମଲାକୁ ନେଇ ରାଜନୀତି ତେଜିଥିଲା। ବଦଲାପୁରରର ଏକ ସ୍କୁଲ୍ରେ ଦୁଇଜଣ ନାବାଳିକାଙ୍କ ସହିତ ଯୌନ ଉତ୍ପୀଡ଼ନ ମାମଲାରେ ପୁଲିସ ସେହି ସ୍କୁଲ୍ରେ କାମ କରୁଥିବା ଜଣେ ଯୁବକକୁ ଗିରଫ କରିଥିଲା।