ମହିଳାଙ୍କୁ ଧକ୍କା ଦେବାରୁ ଅଭିନେତ୍ରୀ ରବିନା ଟଣ୍ଡନ ଓ ଡ୍ରାଇଭରଙ୍କୁ ଆକ୍ରମଣ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ ଓ ତାଙ୍କ ଡ୍ରାଇଭର ଆକ୍ରମଣର ଶିକାର ହୋଇଛନ୍ତି। ବାନ୍ଦ୍ରାର କାର୍ଟର ରୋଡ୍ରେ ରବିନା ଯାଉଥିବା କାର୍ଟି ରିଜିଭି କଲେଜ୍ ନିକଟରେ କେତେକ ଲୋକଙ୍କୁ ଧକ୍କା ଦେଇଥିଲା। ଏହି ଘଟଣାରେ ପ୍ରଥମେ ରବିନାଙ୍କ ଗାଡ଼ି ଚାଳକ ଓ ଧକ୍କା ହୋଇଥିବା ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ପ୍ରାୟ ୨୦-୩୦ ଜଣ ମହିଳା ରବିନା ଓ ତାଙ୍କ ଗାଡ଼ିଚାଳକଙ୍କୁ ଘେରି ଯାଇଥିଲେ। ରବିନା ନିଜର ପରିଚୟ ଦେଇ ଉଗ୍ର ମହିଳାଙ୍କୁ ବୁଝାଇବାକୁ […]

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ ଓ ତାଙ୍କ ଡ୍ରାଇଭର ଆକ୍ରମଣର ଶିକାର ହୋଇଛନ୍ତି। ବାନ୍ଦ୍ରାର କାର୍ଟର ରୋଡ୍ରେ ରବିନା ଯାଉଥିବା କାର୍ଟି ରିଜିଭି କଲେଜ୍ ନିକଟରେ କେତେକ ଲୋକଙ୍କୁ ଧକ୍କା ଦେଇଥିଲା। ଏହି ଘଟଣାରେ ପ୍ରଥମେ ରବିନାଙ୍କ ଗାଡ଼ି ଚାଳକ ଓ ଧକ୍କା ହୋଇଥିବା ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ପ୍ରାୟ ୨୦-୩୦ ଜଣ ମହିଳା ରବିନା ଓ ତାଙ୍କ ଗାଡ଼ିଚାଳକଙ୍କୁ ଘେରି ଯାଇଥିଲେ। ରବିନା ନିଜର ପରିଚୟ ଦେଇ ଉଗ୍ର ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ରବିନାଙ୍କୁ ଠେଲାପେଲା କରିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆକ୍ରମଣ କରିଥିବା ମହିଳାଙ୍କ ଅଭିଯୋଗ ଅନୁସାରେ, ଧକ୍କା ଦେବା ପରେ ରବିନାଙ୍କ ଗାଡ଼ିଚାଳକ ଜଣେ ବୃଦ୍ଧ ମହିଳାଙ୍କ ସମେତ ତିନିଜଣଙ୍କୁ ବାଡ଼େଇଥିଲେ। ପରେ, ନିକଟସ୍ଥ ଥାନାରେ ଉଭୟ ପରସ୍ପରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପୁଲିସର ସୂଚନା ଅନୁସାରେ, ଉଭୟ ପକ୍ଷ ବୁଝାମଣା କରି ନେଇଛନ୍ତି ଓ କାହାରି ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ। ତଥାପି ରବିନାଙ୍କ ଗାଡ଼ି ଚାଳକ ଆକ୍ରମଣ କରିଥିବା ଅଭିଯୋଗର ତଦନ୍ତ କରାଯାଉଛି ଓ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ।