ମହିଳାଙ୍କୁ ପାହାଡ଼ରେ ଗଣବଳାତ୍କାର

କବିସୂର୍ଯ୍ୟନଗର, ୧୧ା୭ (କୃପାସିନ୍ଧୁ ସ୍ବାଇଁ)ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଜଣେ ମହିଳା ଗଣବଳାତ୍କାରର ଶିକାର ହୋଇଛନ୍ତି। ଖଇରାପଲ୍ଳୀ ଗ୍ରାମସ୍ଥିତ ହ୍ରଦ ନିକଟରୁ ବୁଧବାର ସକାଳେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି କବିସୂର୍ଯ୍ୟନଗର ଡାକ୍ତରଖାନାରେ ଭର୍ତ୍ତି କରିଛି। ପୀଡ଼ିତା ଜଣକ ବୁଗୁଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ବାବନପୁର ଅଞ୍ଚଳର ୨ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ତଦନ୍ତରେ ବାଧା ଉପୁଜିବା ଦର୍ଶାଇ ପୋଲିସ କିଛି ମୁହଁ ଖୋଲୁନାହିଁ। ପୀଡ଼ିତାଙ୍କ କହିବାନୁସାରେ, ମଙ୍ଗଳବାର […] The post ମହିଳାଙ୍କୁ ପାହାଡ଼ରେ ଗଣବଳାତ୍କାର appeared first on Dharitri Odia News.

ମହିଳାଙ୍କୁ ପାହାଡ଼ରେ ଗଣବଳାତ୍କାର

କବିସୂର୍ଯ୍ୟନଗର, ୧୧ା୭ (କୃପାସିନ୍ଧୁ ସ୍ବାଇଁ)ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଜଣେ ମହିଳା ଗଣବଳାତ୍କାରର ଶିକାର ହୋଇଛନ୍ତି। ଖଇରାପଲ୍ଳୀ ଗ୍ରାମସ୍ଥିତ ହ୍ରଦ ନିକଟରୁ ବୁଧବାର ସକାଳେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି କବିସୂର୍ଯ୍ୟନଗର ଡାକ୍ତରଖାନାରେ ଭର୍ତ୍ତି କରିଛି। ପୀଡ଼ିତା ଜଣକ ବୁଗୁଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ବାବନପୁର ଅଞ୍ଚଳର ୨ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ତଦନ୍ତରେ ବାଧା ଉପୁଜିବା ଦର୍ଶାଇ ପୋଲିସ କିଛି ମୁହଁ ଖୋଲୁନାହିଁ। ପୀଡ଼ିତାଙ୍କ କହିବାନୁସାରେ, ମଙ୍ଗଳବାର ଅପରାହ୍ନରେ ୪ଜଣ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ତାଙ୍କୁ ଖଇରପଲ୍ଲୀ ପାହାଡ଼ ଉପରକୁ ଉଠାଇ ନେଇଥିଲେ। ତାଙ୍କୁ ସେଠାରେ ମାଡ଼ମାରିବା ସହ ଗଣବଳାତ୍କାର କରି ଯୌନାଙ୍ଗରେ ମଦ ବୋତଲ ପୂରାଇ ଦେଇଥିବା ମହିଳା ଜଣକ କହିଛନ୍ତି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି l ପୋଲିସ ଏ ନେଇ ମାମଲା (୧୬୭/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ରକରି ମହିଳାଙ୍କୁ ବଳାତ୍କାର ପରେ ମାଡ଼ ମରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

The post ମହିଳାଙ୍କୁ ପାହାଡ଼ରେ ଗଣବଳାତ୍କାର appeared first on Dharitri Odia News.