ମହିଳାଙ୍କୁ ମରଣାନ୍ତକ ଆକ୍ରମଣ
ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭାଜପା କର୍ମୀମାନେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୁଦୁଲିପଡ଼ା ଥାନାରେ ଅଭିଯୋଗ ହୋଇଛି। ଗୁରୁତର ଜଣକ ହେଲେ ଲକ୍ଷ୍ମୀ ବାଙ୍କିଆ। ଏନେଇ ମହିଳାଙ୍କ ପରିବାର ପକ୍ଷରୁ ମୁଦୁଲିପଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ନଂ.୫୩/୨୪ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ପ୍ରଧାନ କହିଛନ୍ତି। ପ୍ରକାଶ ଯେ, ଖଇରିପୁଟ ବ୍ଲକ […] The post ମହିଳାଙ୍କୁ ମରଣାନ୍ତକ ଆକ୍ରମଣ appeared first on Dharitri Odia News.
ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭାଜପା କର୍ମୀମାନେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୁଦୁଲିପଡ଼ା ଥାନାରେ ଅଭିଯୋଗ ହୋଇଛି। ଗୁରୁତର ଜଣକ ହେଲେ ଲକ୍ଷ୍ମୀ ବାଙ୍କିଆ। ଏନେଇ ମହିଳାଙ୍କ ପରିବାର ପକ୍ଷରୁ ମୁଦୁଲିପଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ନଂ.୫୩/୨୪ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରଶ୍ମୀରଞ୍ଜନ ପ୍ରଧାନ କହିଛନ୍ତି।
ପ୍ରକାଶ ଯେ, ଖଇରିପୁଟ ବ୍ଲକ ସଦରରେ ରହୁଥିବା ଲକ୍ଷ୍ମୀ ବାଙ୍କିଆ ଓ ମନ ବାଙ୍କିଆଙ୍କ ଘର ସମ୍ମୁଖରେ ଭାଜପା କର୍ମୀମାନେ ପୋଷ୍ଟର ଲଗାଉଥିଲେ। ଏହା ଜାଣିବା ପରେ ଘର ଭିତରୁ ଲକ୍ଷ୍ମୀ ଓ ମନ ବାହାରକୁ ଆସି ଭାଜପା କର୍ମୀଙ୍କୁ ବିରୋଧ କରିଥିଲେ। କହିିଥିଲେ ଯେ, ଆମ ଘର ଭଗ୍ନ ଅବସ୍ଥାରେ ରହିଥିବା ସତ୍ତ୍ୱେ ଆମକୁ କେନ୍ଦ୍ରୀୟ ଯୋଜନାରେ କୌଣସି ସରକାରୀ ସହାୟତା ମିଳିନାହିଁ। ଦୀର୍ଘବର୍ଷ ଧରି ଆମେ ଏପରି ଅବସ୍ଥାରେ ରହି ଆସୁଥିଲେ ମଧ୍ୟ ସରକାର ଆମ ଭଳି ଲୋକଙ୍କ ପାଇଁ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରି ପୋଷ୍ଟର ଲଗାଇବାକୁ ମନା କରିଥିଲେ। ଏହାକୁ ନେଇ ଭାଜପା କର୍ମୀମାନଙ୍କ ସହ ତାଙ୍କର ବଚସା ହୋଇଥିଲା। ଉଭୟଙ୍କ ମଧ୍ୟରେ ବଚସା ବଢ଼ିଥିବା ବେଳେ ଜଣେ ଭାଜପା କର୍ମୀ ଲକ୍ଷ୍ମୀଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଏଥିରେ ସେ ଆହତ ହୋଇଥିବା ବେଳେ ତାଙ୍କୁ ପରିବାର ଲୋକେ ଖଇରପୁଟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।
The post ମହିଳାଙ୍କୁ ମରଣାନ୍ତକ ଆକ୍ରମଣ appeared first on Dharitri Odia News.