ମହିଳାମାନଙ୍କ ପୋଷାକ ପିନ୍ଧିବା ଉପରେ ଲାଗିଲା ପ୍ରତିବନ୍ଧକ, ଏହି ଦେଶରେ ତେଜିଲା ବିବାଦ

ନୂଆଦିଲ୍ଲୀ ୨୬/୦୭: ବାଂଲାଦେଶରେ ଆରମ୍ଭ ହୋଇଯାଇଛି ‘ତାଲିବାନୀ ଶାସନ’ । ଡ୍ରେସ୍ କୋଡକୁ ନେଇ ସୃଷ୍ଟି ହୋଇଛି ଏକ ବଡ଼ ବିବାଦ । ମହିଳାଙ୍କ ପୋଷାକ ଉପରେ କଟକଣା ଓ ସରକାରଙ୍କ ବିରୋଧରେ କର୍ମଚାରୀଙ୍କ ଆନ୍ଦୋଳନ ଅଧିକାର ରଦ୍ଦ ପାଇଁ ରାତି ଅଧିଆ ଏକ ଗୋପନୀୟ ଅଧ୍ୟାଦେଶ ଅଣାଯିବା ଘଟଣାକୁ ନେଇ ବିବାଦ ହୋଇଛି। ଏଭଳି କାର୍ଯ୍ୟପନ୍ଥା ପାଇଁ ବାଂଲାଦେଶରେ ମହମ୍ମଦ ୟୁନୁସ୍‌ ସରକାରକୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନା କରାଯାଇଛି । ବାଂଲାଦେଶ ସରକାରଙ୍କ ଏହି କାର୍ଯ୍ୟକୁ ଆଫଗାନିସ୍ତାନରେ ତାଲିବାନ ଶାସନ ସହ ତୁଳନା କରାଯାଉଛି। ଚଳିତ ସପ୍ତାହରେ ବାଂଲାଦେଶ ବ୍ୟାଙ୍କରେ ‌ଛୋଟ ପୋଷାକ ପିନ୍ଧି ଆସିଥିବା ମହିଳା କର୍ମଚାରୀଙ୍କ ଉପରେ କଟକଣା ଲଗାଯାଇଥିଲା। କର୍ମଚାରୀମାନଙ୍କୁ ଶାଢ଼ି ଏବଂ ସାଲୱାର କମିଜ୍‌ ପିନ୍ଧି ଆସିବାପାଇଁ କୁହାଯାଇଥିଲା।ବାଂଲାଦେଶରେ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶାବଳି ଅନୁଯାୟୀ ମହିଳାମାନେ ହେଡ୍‌ସ୍କାର୍ଫ ଏବଂ ହିଜାବ୍‌ ପିନ୍ଧିବେ। ଏଥିସହ ସେମାନେ ଫର୍ମାଲ୍‌ ଜୋତା ଏବଂ ସାଣ୍ଡାଲ୍‌ ପିନ୍ଧିବେ। ସେହିପରି ପୁରୁଷ କର୍ମଚାରୀଙ୍କ ପାଇଁ ଜିନ୍ସ ଏବଂ ଚିନୋ ଟ୍ରାଉଜର ମନା କରାଯାଇଛି।  ତେବେ ମହିଳାଙ୍କ ପୋଷାକ ଉପରେ କଟକଣା ଲଗାଇବା ଘଟଣାକୁ ‌ନେଇ ଦେଶବ୍ୟାପୀ ତୀବ୍ର ଉତ୍ତେଜନା ଦେଖାଦେଇଛି। ସାଧାରଣ ନାଗରିକ ଏବଂ ସାମ୍ବାଦିକମାନେ ସୋସିଆଲ ମିଡିଆ ପୋଷ୍ଟ୍‌ କରି ବାଂଲାଦେଶ ସରକ

ମହିଳାମାନଙ୍କ ପୋଷାକ ପିନ୍ଧିବା ଉପରେ ଲାଗିଲା ପ୍ରତିବନ୍ଧକ, ଏହି ଦେଶରେ ତେଜିଲା ବିବାଦ

ନୂଆଦିଲ୍ଲୀ ୨୬/୦୭: ବାଂଲାଦେଶରେ ଆରମ୍ଭ ହୋଇଯାଇଛି ‘ତାଲିବାନୀ ଶାସନ’ । ଡ୍ରେସ୍ କୋଡକୁ ନେଇ ସୃଷ୍ଟି ହୋଇଛି ଏକ ବଡ଼ ବିବାଦ । ମହିଳାଙ୍କ ପୋଷାକ ଉପରେ କଟକଣା ଓ ସରକାରଙ୍କ ବିରୋଧରେ କର୍ମଚାରୀଙ୍କ ଆନ୍ଦୋଳନ ଅଧିକାର ରଦ୍ଦ ପାଇଁ ରାତି ଅଧିଆ ଏକ ଗୋପନୀୟ ଅଧ୍ୟାଦେଶ ଅଣାଯିବା ଘଟଣାକୁ ନେଇ ବିବାଦ ହୋଇଛି। ଏଭଳି କାର୍ଯ୍ୟପନ୍ଥା ପାଇଁ ବାଂଲାଦେଶରେ ମହମ୍ମଦ ୟୁନୁସ୍‌ ସରକାରକୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନା କରାଯାଇଛି । 

ବାଂଲାଦେଶ ସରକାରଙ୍କ ଏହି କାର୍ଯ୍ୟକୁ ଆଫଗାନିସ୍ତାନରେ ତାଲିବାନ ଶାସନ ସହ ତୁଳନା କରାଯାଉଛି। ଚଳିତ ସପ୍ତାହରେ ବାଂଲାଦେଶ ବ୍ୟାଙ୍କରେ ‌ଛୋଟ ପୋଷାକ ପିନ୍ଧି ଆସିଥିବା ମହିଳା କର୍ମଚାରୀଙ୍କ ଉପରେ କଟକଣା ଲଗାଯାଇଥିଲା। କର୍ମଚାରୀମାନଙ୍କୁ ଶାଢ଼ି ଏବଂ ସାଲୱାର କମିଜ୍‌ ପିନ୍ଧି ଆସିବାପାଇଁ କୁହାଯାଇଥିଲା।

ବାଂଲାଦେଶରେ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶାବଳି ଅନୁଯାୟୀ ମହିଳାମାନେ ହେଡ୍‌ସ୍କାର୍ଫ ଏବଂ ହିଜାବ୍‌ ପିନ୍ଧିବେ। ଏଥିସହ ସେମାନେ ଫର୍ମାଲ୍‌ ଜୋତା ଏବଂ ସାଣ୍ଡାଲ୍‌ ପିନ୍ଧିବେ। ସେହିପରି ପୁରୁଷ କର୍ମଚାରୀଙ୍କ ପାଇଁ ଜିନ୍ସ ଏବଂ ଚିନୋ ଟ୍ରାଉଜର ମନା କରାଯାଇଛି।  ତେବେ ମହିଳାଙ୍କ ପୋଷାକ ଉପରେ କଟକଣା ଲଗାଇବା ଘଟଣାକୁ ‌ନେଇ ଦେଶବ୍ୟାପୀ ତୀବ୍ର ଉତ୍ତେଜନା ଦେଖାଦେଇଛି। ସାଧାରଣ ନାଗରିକ ଏବଂ ସାମ୍ବାଦିକମାନେ ସୋସିଆଲ ମିଡିଆ ପୋଷ୍ଟ୍‌ କରି ବାଂଲାଦେଶ ସରକାରଙ୍କୁ  ‘ଏକଛତ୍ରବାଦୀ’ ସରକାର ବୋଲି ଅଭିଯୋଗ କରିଛନ୍ତି। 

ବାଂଲାଦେଶ ମହିଳା ପରିଷଦ ସଭାପତି ଫୌଜିଆ  ମୋସଲେମ କହିଛନ୍ତି, ବାଂଲାଦେଶରେ ଏଭଳି ନିର୍ଦ୍ଦେଶନାମା ଅପ୍ରତ୍ୟାଶିତ ଏବଂ ମାନବାଧିକାର ବିରୋଧୀ   ଅନ୍ୟ ଏକ ଘଟଣାରେ ବୁଧବାର ରାତି‌ରେ ଏକ ଅଧ୍ୟାଦେଶ ଗୃହୀତ ହୋଇଛି ଯାହାଦ୍ବାରା ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କୁହାଯାଇଛି।