ମହିଳାମାନଙ୍କୁ ବଡ଼ ଉପହାର ଦେଲେ ମୋଦି: ପ୍ରତି ମାସରେ ମିଳିବ ଏତିକି ଟଙ୍କା…
ନୂଆଦିଲ୍ଲୀ,୧୦।୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡର ମହିଳାମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ସେ ମହତାରୀ ବନ୍ଦନ ଯୋଜନା ଆରମ୍ଭ କରିଥିଲେ ଏବଂ ଏହି ଯୋଜନାର ପ୍ରଥମ କିସ୍ତି ଛାଡିଥିଲେ। ଏହି ଯୋଜନା ଅନୁଯାୟୀ ବିବାହିତ ମହିଳାମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଧ୍ୟମରେ ୭୦୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ୭୦ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ମହତାରୀ ବନ୍ଦନ ଯୋଜନା ଆରମ୍ଭ କରି ପିଏମ କହିଛନ୍ତି, ପ୍ରତି ମାସରେ […] The post ମହିଳାମାନଙ୍କୁ ବଡ଼ ଉପହାର ଦେଲେ ମୋଦି: ପ୍ରତି ମାସରେ ମିଳିବ ଏତିକି ଟଙ୍କା… appeared first on Dharitri Odia News.
ନୂଆଦିଲ୍ଲୀ,୧୦।୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡର ମହିଳାମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ସେ ମହତାରୀ ବନ୍ଦନ ଯୋଜନା ଆରମ୍ଭ କରିଥିଲେ ଏବଂ ଏହି ଯୋଜନାର ପ୍ରଥମ କିସ୍ତି ଛାଡିଥିଲେ। ଏହି ଯୋଜନା ଅନୁଯାୟୀ ବିବାହିତ ମହିଳାମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଧ୍ୟମରେ ୭୦୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ୭୦ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ।
ମହତାରୀ ବନ୍ଦନ ଯୋଜନା ଆରମ୍ଭ କରି ପିଏମ କହିଛନ୍ତି, ପ୍ରତି ମାସରେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟରେ ବିନା କୌଣସି ଅସୁବିଧାରେ ଟଙ୍କା (୧୦୦୦ ଟଙ୍କା) ପାଇବ ଏବଂ ମୁଁ ଆପଣଙ୍କୁ ଏହି ଗ୍ୟାରେଣ୍ଟି ଦେଉଛି କାରଣ ଛତିଶଗଡର ଡବଲ ଇଞ୍ଜିନ ସରକାର ଉପରେ ମୋର ବିଶ୍ୱାସ ଅଛି। ଏହି ଯୋଜନା ଅଧୀନରେ ଛତିଶଗଡର ବିବାହିତ ମହିଳାଙ୍କ ଆକାଉଣ୍ଟକୁ ବାର୍ଷିକ ୧୨୦୦୦ ଟଙ୍କା ପଠାଯିବ। ଏହି ଯୋଜନାର ପ୍ରଥମ କିସ୍ତି ରବିବାର ପ୍ରକାଶ ପାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ ମୋଦି ଏହି ଯୋଜନା ଆରମ୍ଭ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନିର୍ବାଚନ ପୂର୍ବରୁ ଅନେକ ଦଳ ଅନେକ ବଡ଼ ପ୍ରତିଶୃତି ଦେଇଛନ୍ତି। ସେମାନେ ତୁମକୁ ଆକାଶରୁ ତାରା ଆଣିବାକୁ ପ୍ରତିଜ୍ଞା କରିଛନ୍ତି, କିନ୍ତୁ ଭାଜପା ପରି ଶୁଦ୍ଧ ଉଦ୍ଦେଶ୍ୟ ଥିବା ଏକ ଦଳ ତାର ପ୍ରତିଶ୍ରୁତି ପୂରଣ କରେ। ତେଣୁ ସରକାର ଗଠନ କରିବା ପରେ ଆମେ ମହତାରୀ ବନ୍ଦନ ଯୋଜନା ର ପ୍ରତିଶ୍ରୁତି ପୂରଣ କରିଛୁ।
The post ମହିଳାମାନଙ୍କୁ ବଡ଼ ଉପହାର ଦେଲେ ମୋଦି: ପ୍ରତି ମାସରେ ମିଳିବ ଏତିକି ଟଙ୍କା… appeared first on Dharitri Odia News.