ମହୁମାଛି ଆକ୍ରମଣରେ ଜଣେ ମୃତ
ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୂଳି ପଞ୍ଚାୟତ ନିକଟସ୍ଥ ବରଗଛରୁ ମହୁମାଛି ବାହାରି ବାଟୋଇ ବାରିଆଥାନା ଅଞ୍ଚଳ ତୁକୁଡ଼ିହା ଗ୍ରାମର ହିରୋ ବେହେରା (୪୪)ଙ୍କୁ ଗତ ୧୬ ତାରିଖ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଥିଲେ। ତାଙ୍କୁ ଗତକାଲି ମଧ୍ୟାହ୍ନରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଗତ ସନ୍ଧ୍ୟା ୬ଟା ପରେ ପରେ ସେ ମୃତ୍ୟୁବରଣ କରିଛନ୍ତି। ତୁରୁମୁଙ୍ଗା ଥାନା ଏଏସଆଇ ଦେବେନ୍ଦ୍ର ମୁର୍ମୁ ଆଜି କେନ୍ଦୁଝର ଯାଇ ମୃତକର ଶବ ବ୍ୟବଚ୍ଛେଦ କରାଇ ମର […]

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୂଳି ପଞ୍ଚାୟତ ନିକଟସ୍ଥ ବରଗଛରୁ ମହୁମାଛି ବାହାରି ବାଟୋଇ ବାରିଆଥାନା ଅଞ୍ଚଳ ତୁକୁଡ଼ିହା ଗ୍ରାମର ହିରୋ ବେହେରା (୪୪)ଙ୍କୁ ଗତ ୧୬ ତାରିଖ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଥିଲେ। ତାଙ୍କୁ ଗତକାଲି ମଧ୍ୟାହ୍ନରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଗତ ସନ୍ଧ୍ୟା ୬ଟା ପରେ ପରେ ସେ ମୃତ୍ୟୁବରଣ କରିଛନ୍ତି। ତୁରୁମୁଙ୍ଗା ଥାନା ଏଏସଆଇ ଦେବେନ୍ଦ୍ର ମୁର୍ମୁ ଆଜି କେନ୍ଦୁଝର ଯାଇ ମୃତକର ଶବ ବ୍ୟବଚ୍ଛେଦ କରାଇ ମର ଶରୀର ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।