ପାଟଣା ଓ ସାହାରପଡା ରେ ୧୮ ଟି ଆଦର୍ଶ ବୁଥ

ପାଟଣା : ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ୯ଟି ଲେଖାଏଁ ମୋଟ ୧୮ ଟି ଆଦର୍ଶ ବୁଥ ବା ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ପାଟଣା ବ୍ଲକ ମୁଖ୍ୟାଳୟ ଜି. ଏନ ଉଚ୍ଚ ବିଦ୍ୟାଳୟରେ ଗୋଟିଏ ସଖୀ ବୁଥ ସ୍ଥାପନ କରାଯାଇଥିବା ବେଳେ ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨ ଟି ଓ ଟାଙ୍ଗରପଡା ରେ ୨ ଟି କୁ ମିଶାଇ ମୋଟ ୫ ଟି ସଖୀ ବୁଥ ସ୍ଥାପନ କରାଯାଇଛି । ଏହି ବୁଥ […]

ପାଟଣା ଓ ସାହାରପଡା ରେ ୧୮ ଟି ଆଦର୍ଶ ବୁଥ
ପାଟଣା : ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ୯ଟି ଲେଖାଏଁ ମୋଟ ୧୮ ଟି ଆଦର୍ଶ ବୁଥ ବା ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ପାଟଣା ବ୍ଲକ ମୁଖ୍ୟାଳୟ ଜି. ଏନ ଉଚ୍ଚ ବିଦ୍ୟାଳୟରେ ଗୋଟିଏ ସଖୀ ବୁଥ ସ୍ଥାପନ କରାଯାଇଥିବା ବେଳେ ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨ ଟି ଓ ଟାଙ୍ଗରପଡା ରେ ୨ ଟି କୁ ମିଶାଇ ମୋଟ ୫ ଟି ସଖୀ ବୁଥ ସ୍ଥାପନ କରାଯାଇଛି । ଏହି ବୁଥ ମାନଙ୍କରେ କେବଳ ମହିଳା ପ୍ରିଜାଇଡିଂ ଅଧିକାରୀ ଓ ପୁଲିଂ ଅଧିକାରୀ ରହିବେ । ସେହିପରି ପାଟଣା ବ୍ଲକର ମୁରୁସୁଆଁ ରେ ପରମ୍ପରା ସଂସ୍କୃତି ଅନୁକୂଳ ବୁଥ ସ୍ଥାପନ କରାଯାଇଥିବା ବେଳେ କେନ୍ଦେଇପଶି ରେ ପରିବେଶ ଅନୁକୂଳ ବୁଥ ସ୍ଥାପନ କରାଯାଇଛି।
ଅନ୍ୟ ପକ୍ଷରେ ଏହି ବ୍ଲକର ମଲ୍ଲିପଶି ଓ ଏରେଣ୍ଡେଇ ରେ ଯୁବଗୋଷ୍ଠିଙ୍କ ପାଇଁ ଆଦର୍ଶ ବୁଥ ସ୍ଥାପନ କରାଯାଇଛି। ସେହିପରି ସାହାରପଡା ବ୍ଲକର ବଳଭଦ୍ରପୂରରେ ଗୋଟିଏ, ହଳଦିବଟା ରେ ୧ଟି, ଭାଲିଆଡିହା ରେ ୧ଟି ଏବଂ ଗୋରାଣ୍ଡିଯୋଡି ରେ ୨ ଟିକୁ ମିଶାଇ ମୋଟ ୫ ଟି ସଖୀ ବୁଥ ସ୍ଥାପନ କରାଯାଇଛି । କମାରମରା ଓ ମାଛଗଡ ରେ ୨ ଟି ଯୁବଗୋଷ୍ଠି ବୁଥ ଟଭାସରୁଆ ରେ ପରିବେଶ ଅନୁକୂଳ ବୁଥ ଓ ଗଦଗଦି ରେ ବିଷୟ ଆଧାରିତ ବୁଥ ସ୍ଥାପନ କରାଯାଇଥିବା ଜଣାପଡିଛି।