ମହୁମାଛି ଆକ୍ରମଣରେ ୬ ମାସର ଶିଶୁ ମୃତ

ଝରିଗାଁ,୪ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଫୁଲଝରି ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ୬ ମାସର ଶିଶୁର ମୃତ୍ୟୁ ଘଟିଛି। ଉମରକୋଟ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳ ୮ଟାରେ ଶିଶୁର ମୃତ୍ୟୁ ହୋଇଛି। ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ଫୁଲଝରି ଗ୍ରାମର ଟିକିରାମ ମାଝି ଶନିବାର ସକାଳ ୧୦ଟାରେ ସ୍ତ୍ରୀ ତୁଲା ଓ ୩ ଝିଅଙ୍କ ସହ […] The post ମହୁମାଛି ଆକ୍ରମଣରେ ୬ ମାସର ଶିଶୁ ମୃତ appeared first on Dharitri Odia News.

ମହୁମାଛି ଆକ୍ରମଣରେ ୬ ମାସର ଶିଶୁ ମୃତ

ଝରିଗାଁ,୪ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଫୁଲଝରି ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ୬ ମାସର ଶିଶୁର ମୃତ୍ୟୁ ଘଟିଛି। ଉମରକୋଟ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳ ୮ଟାରେ ଶିଶୁର ମୃତ୍ୟୁ ହୋଇଛି। ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁଯାୟୀ, ଫୁଲଝରି ଗ୍ରାମର ଟିକିରାମ ମାଝି ଶନିବାର ସକାଳ ୧୦ଟାରେ ସ୍ତ୍ରୀ ତୁଲା ଓ ୩ ଝିଅଙ୍କ ସହ ମିଶି ଘରଠାରୁ କିଛି ଦୂରରେ ଥିବା ମହୁଲଗଛରୁ ଫୁଲ ସଂଗ୍ରହ କରିବାକୁ ଯାଇଥିଲେ। ମହୁଲଫୁଲ ସଂଗ୍ରହ ବେଳେ ହଠାତ୍‌ ମହୁଲଗଛରେ ଥିବା ମହୁ ଫେଣାକୁ ଏକ ଚଢ଼େଇ ଖୁମ୍ପି ଦେଇଥିଲା। ଫଳରେ ଗଛ ତଳେ ମହୁଲଫୁଲ ସଂଗ୍ରହ କରୁଥିବା ଟିକିରାମଙ୍କ ପରିବାରକୁ ମହୁମାଛି ଅତର୍କିତ ଆକ୍ରମଣ କରିଥିଲେ। ସମସ୍ତଙ୍କ ମୁହଁ ଓ ଶରୀରରେ ମହୁମାଛି ଆକ୍ରମଣ କରିବାରୁ ପ୍ରାଣ ବିକଳରେ ଟିକିରାମ ତୁରନ୍ତ ପରିବାର ଲୋକଙ୍କ ସହ ଘରକୁ ଦୌଡ଼ି ପଳାଇ ଆସିଥିଲେ। ଗ୍ରାମବାସୀ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ୬ ମାସର ଶିଶୁ ଅମ୍ବିକାର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉମରକୋଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ଅନ୍ୟ ୪ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ରବିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ୬ ମାସର ଶିଶୁ ଅମ୍ବିକାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଫୁଲଝରି ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ୬ ମାସର ଶିଶୁର ମୃତ୍ୟୁ ଘଟିଛି। ଉମରକୋଟ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳ ୮ଟାରେ ଶିଶୁର ମୃତ୍ୟୁ ହୋଇଛି। ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁଯାୟୀ, ଫୁଲଝରି ଗ୍ରାମର ଟିକିରାମ ମାଝି ଶନିବାର ସକାଳ ୧୦ଟାରେ ସ୍ତ୍ରୀ ତୁଲା ଓ ୩ ଝିଅଙ୍କ ସହ ମିଶି ଘରଠାରୁ କିଛି ଦୂରରେ ଥିବା ମହୁଲଗଛରୁ ଫୁଲ ସଂଗ୍ରହ କରିବାକୁ ଯାଇଥିଲେ। ମହୁଲଫୁଲ ସଂଗ୍ରହ ବେଳେ ହଠାତ୍‌ ମହୁଲଗଛରେ ଥିବା ମହୁ ଫେଣାକୁ ଏକ ଚଢ଼େଇ ଖୁମ୍ପି ଦେଇଥିଲା। ଫଳରେ ଗଛ ତଳେ ମହୁଲଫୁଲ ସଂଗ୍ରହ କରୁଥିବା ଟିକିରାମଙ୍କ ପରିବାରକୁ ମହୁମାଛି ଅତର୍କିତ ଆକ୍ରମଣ କରିଥିଲେ। ସମସ୍ତଙ୍କ ମୁହଁ ଓ ଶରୀରରେ ମହୁମାଛି ଆକ୍ରମଣ କରିବାରୁ ପ୍ରାଣ ବିକଳରେ ଟିକିରାମ ତୁରନ୍ତ ପରିବାର ଲୋକଙ୍କ ସହ ଘରକୁ ଦୌଡ଼ି ପଳାଇ ଆସିଥିଲେ। ଗ୍ରାମବାସୀ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ୬ ମାସର ଶିଶୁ ଅମ୍ବିକାର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉମରକୋଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ଅନ୍ୟ ୪ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ରବିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ୬ ମାସର ଶିଶୁ ଅମ୍ବିକାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

The post ମହୁମାଛି ଆକ୍ରମଣରେ ୬ ମାସର ଶିଶୁ ମୃତ appeared first on Dharitri Odia News.