ମା’ ତାରାତାରିଣୀ ପୀଠ : ଉଠିଗଲାଣି ଟାଇଲ, ଜଳୁନି ଲାଇଟ୍ । ଭୂତକୋଠି ହେଲାଣି ଚାରିମହଲା କୋଠା

କନକ ବ୍ୟୁରୋ: ରାଜ୍ୟର ପ୍ରସିଦ୍ଧ ଶକ୍ତିପୀଠ ମା ତାରା ତାରିଣୀ ମନ୍ଦିରରୁ ଚୋରି ମାମଲା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ବିଶ୍ବସ୍ତରୀୟ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ଦିରରୁ କେମିତି ଚୋରି ହେଲା ସେ ନେଇ ପ୍ରଶ୍ନ ଉଠିଛି। ଏହାରି ଭିତରେ ମନ୍ଦିର ପରିସରରେ ତିଆରି ହୋଇଥିବା କୋଟି କୋଟି ଟଙ୍କାର କୋଠା ଭୂତ କୋଠି ପାଲଟିଥିବା ସାମନାକୁ ଆସିଛି। ପାହାଡ ଉପରେ ଥିବା ତାରାତାରିଣୀ ମନ୍ଦିରର ୪ ମହଲା କୋଠାରେ  ଯାତ୍ରୀ ଓ ମନ୍ଦିର ପ୍ରଶାସନ ପାଇଁ ଅନେକ ବ୍ୟବସ୍ଥା କରାଯାଇଥିଲା, ହେଲେ ଏହି କୋଠା ଏବେ ପରିତ୍ୟକ୍ତ ସ୍ଥଳ ପାଲଟିଛି । ଅସମାଜିକ ଲୋକଙ୍କ କବଜାରେ ରହିଛି କୋଠା । ଏଠାରେ ରହିଛି ମନ୍ଦିର କାର୍ଯ୍ୟାଳୟ, ବୈଠକ ଘର , ସେବାୟତ ମାନଙ୍କ ରହିବା ପାଇଁ ଘର ଓ ପ୍ରସାଦ ସେବନ ପାଇଁ ଘର । କିନ୍ତୁ ଏହା ଏବେ କୌଣସି କାମରେ ଲାଗୁନାହିଁ ।  ପାହାଡ ଉପରେ ୭ ରୁ ୮ ହଜାର ଫୁଟ ଜାଗାରେ ଏହି ୪ ମହଲା ବିଶିଷ୍ଟ କୋଠା ଏବେ ଭୂତକୋଠି ପାଲଟିଛି । ଖାଲି ଏତିକି ନୁହେଁ ମନ୍ଦିରର ଉନ୍ନତିକରଣ ସହ ଭ୍ୟୁ ପଏଣ୍ଟ, ଉନ୍ନତମାନର ଶୌଚାଳୟ କରାଯାଇଥିଲେ ବି ଏହା କାମରେ ଲାଗୁନାହିଁ । କୋଟି କୋଟି ଟଙ୍କା ପାଣିରେ ପଡିଛି । ମନ୍ଦିର ପ୍ରଶାସନ ଦେଉଛି ଭିନ୍ନ ଯୁକ୍ତି କୋଠା କମିଟିକୁ ହସ୍ତାନ୍ତର ନ କରିବା ପଛରେ କିଏ? ଯାତ୍ରୀ ଓ ମନ୍ଦିରର ସୁବିଧା ପାଇଁ ତିଆରି ହୋଇଥିବା କୋଠାର ଟାଇଲ ଗୁଡିକ ଭାଙ୍ଗିଗଲାଣି। ଲାଇଟ ବି ଜଳୁନାହି

ମା’ ତାରାତାରିଣୀ ପୀଠ : ଉଠିଗଲାଣି ଟାଇଲ, ଜଳୁନି ଲାଇଟ୍ । ଭୂତକୋଠି ହେଲାଣି ଚାରିମହଲା କୋଠା

କନକ ବ୍ୟୁରୋ: ରାଜ୍ୟର ପ୍ରସିଦ୍ଧ ଶକ୍ତିପୀଠ ମା ତାରା ତାରିଣୀ ମନ୍ଦିରରୁ ଚୋରି ମାମଲା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ବିଶ୍ବସ୍ତରୀୟ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ଦିରରୁ କେମିତି ଚୋରି ହେଲା ସେ ନେଇ ପ୍ରଶ୍ନ ଉଠିଛି। ଏହାରି ଭିତରେ ମନ୍ଦିର ପରିସରରେ ତିଆରି ହୋଇଥିବା କୋଟି କୋଟି ଟଙ୍କାର କୋଠା ଭୂତ କୋଠି ପାଲଟିଥିବା ସାମନାକୁ ଆସିଛି।

ପାହାଡ ଉପରେ ଥିବା ତାରାତାରିଣୀ ମନ୍ଦିରର ୪ ମହଲା କୋଠାରେ  ଯାତ୍ରୀ ଓ ମନ୍ଦିର ପ୍ରଶାସନ ପାଇଁ ଅନେକ ବ୍ୟବସ୍ଥା କରାଯାଇଥିଲା, ହେଲେ ଏହି କୋଠା ଏବେ ପରିତ୍ୟକ୍ତ ସ୍ଥଳ ପାଲଟିଛି । ଅସମାଜିକ ଲୋକଙ୍କ କବଜାରେ ରହିଛି କୋଠା । ଏଠାରେ ରହିଛି ମନ୍ଦିର କାର୍ଯ୍ୟାଳୟ, ବୈଠକ ଘର , ସେବାୟତ ମାନଙ୍କ ରହିବା ପାଇଁ ଘର ଓ ପ୍ରସାଦ ସେବନ ପାଇଁ ଘର । କିନ୍ତୁ ଏହା ଏବେ କୌଣସି କାମରେ ଲାଗୁନାହିଁ ।  ପାହାଡ ଉପରେ ୭ ରୁ ୮ ହଜାର ଫୁଟ ଜାଗାରେ ଏହି ୪ ମହଲା ବିଶିଷ୍ଟ କୋଠା ଏବେ ଭୂତକୋଠି ପାଲଟିଛି । ଖାଲି ଏତିକି ନୁହେଁ ମନ୍ଦିରର ଉନ୍ନତିକରଣ ସହ ଭ୍ୟୁ ପଏଣ୍ଟ, ଉନ୍ନତମାନର ଶୌଚାଳୟ କରାଯାଇଥିଲେ ବି ଏହା କାମରେ ଲାଗୁନାହିଁ । କୋଟି କୋଟି ଟଙ୍କା ପାଣିରେ ପଡିଛି ।

  • ମନ୍ଦିର ପ୍ରଶାସନ ଦେଉଛି ଭିନ୍ନ ଯୁକ୍ତି
  • କୋଠା କମିଟିକୁ ହସ୍ତାନ୍ତର ନ କରିବା ପଛରେ କିଏ?

ଯାତ୍ରୀ ଓ ମନ୍ଦିରର ସୁବିଧା ପାଇଁ ତିଆରି ହୋଇଥିବା କୋଠାର ଟାଇଲ ଗୁଡିକ ଭାଙ୍ଗିଗଲାଣି। ଲାଇଟ ବି ଜଳୁନାହିଁ । ଏ ବାବଦରେ ସଫେଇ ଦେଇ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ଉଦଘାଟନ ସରିଥିଲେ ମଧ୍ୟ ମନ୍ଦିରକୁ ଛାଡିଦେଲେ ଅନ୍ୟାନ୍ୟ ଜିନିଷ ଆଜି ପର୍ଯ୍ୟନ୍ତ ମନ୍ଦିର କମିଟିକୁ ହସ୍ତାନ୍ତର ହୋଇପାରିନି ।

କୋଟି କୋଟି ଟଙ୍କା ଖର୍ଚ୍ଚ କରି  ତାରାତାରିଣୀ ମନ୍ଦିରକୁ ନୂଆ ରୂପ ଦିଆଯାଇଥିଲା । ଜାକଜମକରେ ଉଦଘାଟନ ବି ହୋଇଥିଲା । ପ୍ରଶ୍ନ ଉଠୁଛି, ଯଦି ପ୍ରକଳ୍ପ କାମ ଯାତ୍ରୀଙ୍କ ସ୍ବାର୍ଥରେ ଲାଗିପାରୁନି, କାହା ସ୍ବାର୍ଥରେ ଏତେ ଟଙ୍କା ଖର୍ଚ୍ଚ କରାଯାଇଥିଲା? ନାଁ ଏହା ପଛରେ ରହିଛି ବଡ କେଳେଙ୍କାରୀ?