ଉଚିତ୍ ସମୟରେ ସରକାରଙ୍କ ହସ୍ତକ୍ଷେପ ଯୋଗୁ ମଣିପୁର ସ୍ଥିତି ସୁଧୁରିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମଣିପୁର ଦଙ୍ଗା ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଠିକ୍ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ହସ୍ତକ୍ଷେପ ଦ୍ୱାରା ସଂଘର୍ଷପୂର୍ଣ୍ଣ ମଣିପୁର ସ୍ଥିତିରେ ସୁଧାର ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦୀ କହିଛନ୍ତି “ ମୁଁ ଏ ବିଷୟରେ ସଂସଦରେ ମଧ୍ୟ କହି ସାରିଛି। ଏହି ସଂଘର୍ଷର ସମାଧାନ ପାଇଁ ଆମେ ଆମର ସର୍ବୋତ୍ତମ ସାଧନ ଓ ପ୍ରଶାସନ ବ୍ୟବସ୍ଥା ଲଗାଇ ଦେଇଥିଲୁ। ଉଚିତ୍ ସମୟରେ ଭାରତ ସରକାର ଓ ମଣିପୁର ସରକାରଙ୍କ ହସ୍ତକ୍ଷେପ ଯୋଗୁ ସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିଛି।” ଆସାମ ଟ୍ରିବ୍ୟୁନ୍ ଖବରକାଗଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଂଘର୍ଷ ଯେତେବେଳେ ଚରମସୀମାରେ ଥିଲା ସେତେବେଳେ ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁରରେ ବିଭିନ୍ନ ଅଧିକାରୀ ଓ ପକ୍ଷଙ୍କ ସହ ୧୫ରୁ ଅଧିକ ବୈଠକ କରିଥିଲେ।  ମୋଦୀ ଆହୁରି କହିଛନ୍ତି “ ରାଜ୍ୟ ସରକାରଙ୍କୁ ଯାହା ଦରକାର ଥିଲା କେନ୍ଦ୍ର ସରକାର ନିୟମିତ ସହଯୋଗ କରୁଥିଲେ। ରିଲିଫ୍ ଓ ଥଇଥାନ ପ୍ରକ୍ରିୟା ଜାରି ରହିଛି। ରିଲିଫ ଓ ଥଇଥାନ ପାଇଁ ଆର୍ଥିକ ସହଯୋଗ କରାଯାଉଛି।”ପଢ଼ନ୍ତୁ-୭୦ ହଜାର ବିରୋଧୀ ନେତା ଧରିଛନ୍ତି ପଦ୍ମ, ଲୋକସଭା ନିର୍ବାଚନ ପୂର୍ବରୁ ପାର୍ଟିର ବଡ଼ ଦାବିମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ସମୟ

ଉଚିତ୍ ସମୟରେ ସରକାରଙ୍କ ହସ୍ତକ୍ଷେପ ଯୋଗୁ ମଣିପୁର ସ୍ଥିତି ସୁଧୁରିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମଣିପୁର ଦଙ୍ଗା ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଠିକ୍ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ହସ୍ତକ୍ଷେପ ଦ୍ୱାରା ସଂଘର୍ଷପୂର୍ଣ୍ଣ ମଣିପୁର ସ୍ଥିତିରେ ସୁଧାର ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ମୋଦୀ କହିଛନ୍ତି “ ମୁଁ ଏ ବିଷୟରେ ସଂସଦରେ ମଧ୍ୟ କହି ସାରିଛି। ଏହି ସଂଘର୍ଷର ସମାଧାନ ପାଇଁ ଆମେ ଆମର ସର୍ବୋତ୍ତମ ସାଧନ ଓ ପ୍ରଶାସନ ବ୍ୟବସ୍ଥା ଲଗାଇ ଦେଇଥିଲୁ। ଉଚିତ୍ ସମୟରେ ଭାରତ ସରକାର ଓ ମଣିପୁର ସରକାରଙ୍କ ହସ୍ତକ୍ଷେପ ଯୋଗୁ ସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିଛି।” ଆସାମ ଟ୍ରିବ୍ୟୁନ୍ ଖବରକାଗଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଂଘର୍ଷ ଯେତେବେଳେ ଚରମସୀମାରେ ଥିଲା ସେତେବେଳେ ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁରରେ ବିଭିନ୍ନ ଅଧିକାରୀ ଓ ପକ୍ଷଙ୍କ ସହ ୧୫ରୁ ଅଧିକ ବୈଠକ କରିଥିଲେ।  

ମୋଦୀ ଆହୁରି କହିଛନ୍ତି “ ରାଜ୍ୟ ସରକାରଙ୍କୁ ଯାହା ଦରକାର ଥିଲା କେନ୍ଦ୍ର ସରକାର ନିୟମିତ ସହଯୋଗ କରୁଥିଲେ। ରିଲିଫ୍ ଓ ଥଇଥାନ ପ୍ରକ୍ରିୟା ଜାରି ରହିଛି। ରିଲିଫ ଓ ଥଇଥାନ ପାଇଁ ଆର୍ଥିକ ସହଯୋଗ କରାଯାଉଛି।”

ପଢ଼ନ୍ତୁ-୭୦ ହଜାର ବିରୋଧୀ ନେତା ଧରିଛନ୍ତି ପଦ୍ମ, ଲୋକସଭା ନିର୍ବାଚନ ପୂର୍ବରୁ ପାର୍ଟିର ବଡ଼ ଦାବି


ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ସମୟରେ ନିରବ ରହିଥିଲେ।  ଶତାଧିକ ଲୋକଙ୍କର ମୃତ୍ୟୁ ହେବା ପରେ ବି ମୋଦୀ ମୁହଁ ଖୋଲି ନଥିଲେ। ଏଥିପାଇଁ ବିରୋଧୀ ତାଙ୍କୁ ନାନା ସମାଲୋଚନା କରିଥିଲେ। ଏମିତିକି ଦଙ୍ଗା ପରଠାରୁ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ସମସ୍ତ ନେତା ମଣିପୁର ଯାଇଥିଲେ ବି ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ସେଠାକୁ ଯାଇ ନାହାନ୍ତି। 

ସୂଚନା ଥାଉକି ମଣିପୁରରେ ମୈତେଇ ସମ୍ପ୍ରଦାୟର ଏସ୍‌ଟି କୋଟା ଦାବି କରି ଏକ ଶୋଭାଯାତ୍ରାର ଆୟୋଜନ କରିଥିଲା। ଯାହାକୁ ବିରୋଧ କରିଥିଲା କୁକୀ ସମ୍ପ୍ରଦାୟ। ମାର୍ଚ୍ଚ ୩ ତାରିଖରେ ଶୋଭାଯାତ୍ରାରେ ହିଁ ଦଙ୍ଗା ଆରମ୍ଭ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏକାଧିକ ନାରୀ ଧର୍ଷଣ, ନଗ୍ନ ପରେଡ୍‌ ଶିଶୁ ହତ୍ୟା ଭଲି ମାମଲା ଦେଖିବାକୁ ମିଳିଥିଲା।