IPL 2024 : ୨୪. ୭୫ କୋଟିରେ କିଣିଥିଲା KKR, ୪ ଓଭରର ମାଡ ଖାଇଲେ ୫୩ ରନ୍

କୋଲକାତା ୨୪।୦୩ : ଆଇପିଏଲ୍‌ ୨୦୨୪ । ଶନିବାର ଏକ ରୋମାଞ୍ଚକ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ଶ୍ରେୟସ ଆୟରଙ୍କ ଟିମ୍‌ ୪ ରନ୍‌ରେ ବିଜୟୀ ହୋଇଛି । ହେଲେ ସୋସିଆଲ୍‌ ମିଡିଆରେ କୋଲକାତାର ବିଜୟ ନେଇ ଯେତିକି ଚର୍ଚ୍ଚା ହେଉନି, ତାଠାରୁ ଅଧିକ ମିଚେଲ୍‌ ଷ୍ଟାର୍କଙ୍କୁ ନେଇ ହେଉଛି । ତେବେ କଣ ହେଉଛି ଚର୍ଚ୍ଚା ଆସନ୍ତୁ ଜାଣିବା...ଆଇପିଏଲ୍‌ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହେଉଛନ୍ତି ମିଚେଲ୍‌ ଷ୍ଟାର୍କ । ବର୍ତ୍ତମାନ ଯାଏଁ କୌଣସି ଖେଳାଳି ଏତେ ଟଙ୍କା କିଣା ହୋଇନଥିଲେ । ଆଇପିଏଲ୍‌ ମିନି ନିଲାମରେ ୨୪.୭୫ କୋଟି ଟଙ୍କାରେ କିଣିଥିଲା କୋଲକାତା ନାଇଟ ରାଇଡର୍ସ । ତାଙ୍କ ଠାରୁ ବହୁତ କିଛି ଆଶା ମଧ୍ୟ ରଖିଥିଲା କୋଲକାତା ପ୍ରାଞ୍ଚାଇଜ୍‌ । ହେଲେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଅନେକ ଫ୍ୟାନ୍ସଙ୍କ ହୃହୟ ଭାଙ୍ଗିଯାଇଛି । ମିଚେଲ୍‌ ଷ୍ଟାର୍କ ୪ ଓଭର ବୋଲିଂ କରି ୫୩ ରନ୍‌ ଖର୍ଚ୍ଚ କରିଥିଲେ । ହେଲେ ଗୋଟିଏ ବି ହେଲେ ଓ୍ୱିକେଟ୍‌ ହାତେଇନଥିଲେ । ସନରାଇଜର୍ସ ହାଇଦ୍ରାବାଦ୍‌ର ବ୍ୟାଟରମାନେ ଖୁବ୍‌ ପ୍ରହାର କରିଥିଲେ । ଖାସ୍‌ କରି ୧୯ ତମ ଓଭରରରେ ମିଚେଲ୍‌ ଷ୍ଟାର୍କଙ୍କୁ ୪ ଛକା ମାରିଥିଲେ ହାଇଦ୍ରାବାଦ ବ୍ୟାଟର । ଏହି ଓଭରରେ ମୋଟ ୨୬ ରନ୍‌ ସଂଗ୍ରହ କରିଥିଲେ ହାଇଦ୍ରାବାଦୀ ବ୍ୟାଟର । ସୂଚନାଯୋଗ୍ୟ ଯେ, ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କୋଲକାତା ନାଇଟ ରାଇଡ

IPL 2024 : ୨୪. ୭୫ କୋଟିରେ କିଣିଥିଲା KKR, ୪ ଓଭରର ମାଡ ଖାଇଲେ ୫୩ ରନ୍

କୋଲକାତା ୨୪।୦୩ : ଆଇପିଏଲ୍‌ ୨୦୨୪ । ଶନିବାର ଏକ ରୋମାଞ୍ଚକ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ଶ୍ରେୟସ ଆୟରଙ୍କ ଟିମ୍‌ ୪ ରନ୍‌ରେ ବିଜୟୀ ହୋଇଛି । ହେଲେ ସୋସିଆଲ୍‌ ମିଡିଆରେ କୋଲକାତାର ବିଜୟ ନେଇ ଯେତିକି ଚର୍ଚ୍ଚା ହେଉନି, ତାଠାରୁ ଅଧିକ ମିଚେଲ୍‌ ଷ୍ଟାର୍କଙ୍କୁ ନେଇ ହେଉଛି । ତେବେ କଣ ହେଉଛି ଚର୍ଚ୍ଚା ଆସନ୍ତୁ ଜାଣିବା...

ଆଇପିଏଲ୍‌ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହେଉଛନ୍ତି ମିଚେଲ୍‌ ଷ୍ଟାର୍କ । ବର୍ତ୍ତମାନ ଯାଏଁ କୌଣସି ଖେଳାଳି ଏତେ ଟଙ୍କା କିଣା ହୋଇନଥିଲେ । ଆଇପିଏଲ୍‌ ମିନି ନିଲାମରେ ୨୪.୭୫ କୋଟି ଟଙ୍କାରେ କିଣିଥିଲା କୋଲକାତା ନାଇଟ ରାଇଡର୍ସ । ତାଙ୍କ ଠାରୁ ବହୁତ କିଛି ଆଶା ମଧ୍ୟ ରଖିଥିଲା କୋଲକାତା ପ୍ରାଞ୍ଚାଇଜ୍‌ । ହେଲେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଅନେକ ଫ୍ୟାନ୍ସଙ୍କ ହୃହୟ ଭାଙ୍ଗିଯାଇଛି । ମିଚେଲ୍‌ ଷ୍ଟାର୍କ ୪ ଓଭର ବୋଲିଂ କରି ୫୩ ରନ୍‌ ଖର୍ଚ୍ଚ କରିଥିଲେ । ହେଲେ ଗୋଟିଏ ବି ହେଲେ ଓ୍ୱିକେଟ୍‌ ହାତେଇନଥିଲେ । ସନରାଇଜର୍ସ ହାଇଦ୍ରାବାଦ୍‌ର ବ୍ୟାଟରମାନେ ଖୁବ୍‌ ପ୍ରହାର କରିଥିଲେ । ଖାସ୍‌ କରି ୧୯ ତମ ଓଭରରରେ ମିଚେଲ୍‌ ଷ୍ଟାର୍କଙ୍କୁ ୪ ଛକା ମାରିଥିଲେ ହାଇଦ୍ରାବାଦ ବ୍ୟାଟର । ଏହି ଓଭରରେ ମୋଟ ୨୬ ରନ୍‌ ସଂଗ୍ରହ କରିଥିଲେ ହାଇଦ୍ରାବାଦୀ ବ୍ୟାଟର । 

ସୂଚନାଯୋଗ୍ୟ ଯେ, ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୭ ଓ୍ୱିକେଟ୍‌ ହରାଇ ୨୦୮ ରନ୍‌ ସଂଗ୍ରହ କରିଥିଲା । ଏହା ଜବାବରେ ହାଇଦ୍ରାବାଦ ଟିମ୍‌ ୨୦ ଓଭରରେ ୭ ଓ୍ୱିକେଟ୍‌ ହରାଇ ୨୦୪ ରନ କରିବାରେ ସକ୍ଷମ ହୋଇଥିଲା । ଏହାଦ୍ୱାରା ଶ୍ରେୟସ ଆୟର ନେତୃତ୍ୱାଧୀନ କୋଲକାତା ନାଇଟ୍‌ ରାଇଡର୍ସ ବିଜୟ ସହ ସିଜିନ ଆରମ୍ଭ କରିଛି ।