ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଅଟୋ, ୬ ଛାତ୍ରଛାତ୍ରୀ ଆହତ
ସୋର ୩୦।୧୨; ସୋର କୁପାରୀ ରାସ୍ତା କୋଚିଆକୋଇଲି ଠାରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଲା ଅଟୋ। ଅଟୋରେ ୬ ଜଣ ଥିଲେ । ଆହତ ଛାତ୍ରଛାତ୍ରୀଙ୍କୁ ଖଇରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା, କଳିହା ଓ ଗଣ୍ଡିବେଡ଼ ଗାଁରୁ ୬ ଜଣ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଅଟୋ ଅର୍ଜୁନପୁରସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଟିଉସନ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଅଟୋରେ ମୋଟ୬ ଜଣ ଛାତ୍ରଛାତ୍ରୀ ଥିଲେ । ଅଟୋଟି ସୋର କୁପାରୀ ରାସ୍ତା କୋଚିଆକୋଇଲି ଠାରେ ଅଟୋଟି ରାସ୍ତା ତଳକୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକ ମାନେ ଦେଖି ତୁରନ୍ତ ପିଲା ମାନଙ୍କୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଖଇରା ମେଡିକାଲରେ ଭର୍ତ୍ତି କରିଛନ୍ତି l ସୋର ଖଇରା ରାସ୍ତା ଦୂରାବସ୍ଥା ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ସୋର ୩୦।୧୨; ସୋର କୁପାରୀ ରାସ୍ତା କୋଚିଆକୋଇଲି ଠାରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଲା ଅଟୋ। ଅଟୋରେ ୬ ଜଣ ଥିଲେ । ଆହତ ଛାତ୍ରଛାତ୍ରୀଙ୍କୁ ଖଇରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା, କଳିହା ଓ ଗଣ୍ଡିବେଡ଼ ଗାଁରୁ ୬ ଜଣ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଅଟୋ ଅର୍ଜୁନପୁରସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଟିଉସନ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଅଟୋରେ ମୋଟ୬ ଜଣ ଛାତ୍ରଛାତ୍ରୀ ଥିଲେ । ଅଟୋଟି ସୋର କୁପାରୀ ରାସ୍ତା କୋଚିଆକୋଇଲି ଠାରେ ଅଟୋଟି ରାସ୍ତା ତଳକୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକ ମାନେ ଦେଖି ତୁରନ୍ତ ପିଲା ମାନଙ୍କୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଖଇରା ମେଡିକାଲରେ ଭର୍ତ୍ତି କରିଛନ୍ତି l ସୋର ଖଇରା ରାସ୍ତା ଦୂରାବସ୍ଥା ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।