ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଭୁବନେଶ୍ୱରରେ ଚାଲିବ ଡବଲ ଡେକର ବସ୍‌, ମଙ୍ଗଳବାର ପହଞ୍ଚିପାରେ

ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଭୁବନେଶ୍ୱରରେ ଚାଲିବ ଡବଲ ଡେକର ବସ୍ I ଏଥିପାଇଁ ମୁମ୍ବାଇରୁ ଆସୁଛି ୫ଟି ଇ- ଡବଲ ଡେକର ବସ୍‌। କାରଣ କ୍ରୁଟ ଦେଇଥିବା ଅର୍ଡର ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଆସୁଥିବା ୫ଟି ବସ୍‌ ମଙ୍ଗଳବାର ପହଞ୍ଚିପାରେ।ତେବେ ପୁରୀ-କୋଣାର୍କ-ଭୁବନେଶ୍ୱର କଟକରେ ଚାଲିବାକୁ ଥିବା ଏହି ଡବଲ ଡେକର ବସ୍‌ ଚଳାଚଳ ପାଇଁ ରୁଟ୍‌ ସର୍ଭେ ଚାଲିଛି। ଏଥିରେ ଦେଖିବାକୁ ମିଳିବ ଓଡ଼ିଶା କଳା ସଂସ୍କୃତି ଛାପ। କୋଣାର୍କ ଚକ୍ର, ଧଉଳି, ଓଡ଼ିଶୀ ନୃତ୍ୟର ଛାପ। ବସ୍‌ ପାଇଁ ସ୍ବତନ୍ତ୍ର ଚାର୍ଜିଂ ଷ୍ଟେସନ କରାଯିବ। ଲୋକାର୍ପଣ ପୂର୍ବରୁ ଟ୍ରାଏଲ ରନ୍ କରାଯିବାକୁ ନେଇ ମଧ୍ୟ ଯୋଜନା ରହିଛି। ସୂଚନାଥାଉକି, ଗତ ୧୦ ତାରିଖରେ କ୍ରୁଟ ପକ୍ଷରୁ ଡବଲ ଡେକର ବସ୍‌ ପାଇଁ ଟେଣ୍ଡର ଆହ୍ବାନ କରିଥିଲା। ପ୍ରଥମ ପର୍ଯ୍ୟାୟରେ ୫ଟି ଡବଲ୍ ଡେକର୍ ଆଣିବା ନେଇ ଯୋଜନା ରଖାଯାଇଥିବାବେଳେ। ଡବଲ୍ ଡେକର୍ ଇ-ବସ୍ ପାଇଁ ଘରୋଇ ସଂସ୍ଥା ସହ ୧୦ ବର୍ଷିଆ ଚୁକ୍ତି କରାଯିବ। ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ସଂପୃକ୍ତ ଘରୋଇ ସଂସ୍ଥା ଯୋଗାଇବ। ଆବଶ୍ୟକ ପଡ଼ିଲେ ଚୁକ୍ତିକୁ ଆହୁରି ୨ ବର୍ଷ ବଢ଼ା ଯାଇପାରେ ବୋଲି କ୍ରୁଟ ପକ୍ଷରୁ ଦର୍ଶାଯାଇଛି ।

ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଭୁବନେଶ୍ୱରରେ ଚାଲିବ ଡବଲ ଡେକର ବସ୍‌, ମଙ୍ଗଳବାର ପହଞ୍ଚିପାରେ

ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଭୁବନେଶ୍ୱରରେ ଚାଲିବ ଡବଲ ଡେକର ବସ୍ I ଏଥିପାଇଁ ମୁମ୍ବାଇରୁ ଆସୁଛି ୫ଟି ଇ- ଡବଲ ଡେକର ବସ୍‌। କାରଣ କ୍ରୁଟ ଦେଇଥିବା ଅର୍ଡର ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଆସୁଥିବା ୫ଟି ବସ୍‌ ମଙ୍ଗଳବାର ପହଞ୍ଚିପାରେ।

ତେବେ ପୁରୀ-କୋଣାର୍କ-ଭୁବନେଶ୍ୱର କଟକରେ ଚାଲିବାକୁ ଥିବା ଏହି ଡବଲ ଡେକର ବସ୍‌ ଚଳାଚଳ ପାଇଁ ରୁଟ୍‌ ସର୍ଭେ ଚାଲିଛି। ଏଥିରେ ଦେଖିବାକୁ ମିଳିବ ଓଡ଼ିଶା କଳା ସଂସ୍କୃତି ଛାପ। କୋଣାର୍କ ଚକ୍ର, ଧଉଳି, ଓଡ଼ିଶୀ ନୃତ୍ୟର ଛାପ। ବସ୍‌ ପାଇଁ ସ୍ବତନ୍ତ୍ର ଚାର୍ଜିଂ ଷ୍ଟେସନ କରାଯିବ। ଲୋକାର୍ପଣ ପୂର୍ବରୁ ଟ୍ରାଏଲ ରନ୍ କରାଯିବାକୁ ନେଇ ମଧ୍ୟ ଯୋଜନା ରହିଛି। 

ସୂଚନାଥାଉକି, ଗତ ୧୦ ତାରିଖରେ କ୍ରୁଟ ପକ୍ଷରୁ ଡବଲ ଡେକର ବସ୍‌ ପାଇଁ ଟେଣ୍ଡର ଆହ୍ବାନ କରିଥିଲା। ପ୍ରଥମ ପର୍ଯ୍ୟାୟରେ ୫ଟି ଡବଲ୍ ଡେକର୍ ଆଣିବା ନେଇ ଯୋଜନା ରଖାଯାଇଥିବାବେଳେ। ଡବଲ୍ ଡେକର୍ ଇ-ବସ୍ ପାଇଁ ଘରୋଇ ସଂସ୍ଥା ସହ ୧୦ ବର୍ଷିଆ ଚୁକ୍ତି କରାଯିବ। ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ସଂପୃକ୍ତ ଘରୋଇ ସଂସ୍ଥା ଯୋଗାଇବ। ଆବଶ୍ୟକ ପଡ଼ିଲେ ଚୁକ୍ତିକୁ ଆହୁରି ୨ ବର୍ଷ ବଢ଼ା ଯାଇପାରେ ବୋଲି କ୍ରୁଟ ପକ୍ଷରୁ ଦର୍ଶାଯାଇଛି ।