ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଡିଓ ମନୋଜ କୁମାର ନାୟକ, ତହସିଲଦାର ଲୋପାମୁଦ୍ରା ରଥ, ଭାଟକୁମରଡା ସରପଞ୍ଚ ମନମୋହନ ପଲେଇ, ସମିତି ସଭ୍ୟ କୋରାନାଥ ସ୍ବାଇଁ ଯୋଗ ଯୋଗଦେଇଥିଲେ। ଏହି ଅବସରରେ ବିଡିଓ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ବୈଷୟିକ […] The post ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ appeared first on Dharitri Odia News.

ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଡିଓ ମନୋଜ କୁମାର ନାୟକ, ତହସିଲଦାର ଲୋପାମୁଦ୍ରା ରଥ, ଭାଟକୁମରଡା ସରପଞ୍ଚ ମନମୋହନ ପଲେଇ, ସମିତି ସଭ୍ୟ କୋରାନାଥ ସ୍ବାଇଁ ଯୋଗ ଯୋଗଦେଇଥିଲେ।

ଏହି ଅବସରରେ ବିଡିଓ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ବୈଷୟିକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିବାବେଳେ ପିଲାଙ୍କ ମଧ୍ୟରେ ରହିଥିବା ଅନ୍ତଃନିର୍ହିତ ଗୁଣାବଳୀ ଓ ଦକ୍ଷତାର ବିକାଶ ଲାଗି ଶିକ୍ଷକ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏଣୁ ଏ ଦିଗରେ ଶିକ୍ଷୟତ୍ରୀ ଶିକ୍ଷକମାନେ ଯତ୍ନବାନ ହେବା ଲାଗି ତହସିଲଦାର ପରାମର୍ଶ ଦେଇଥିଲେ। ଏହିଅବସରରେ ଅତିଥିମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୁତ କରିଥିବା ବେଳେ ଛାତ୍ରୀଛାତ୍ରୀମାନେ ସାଂସ୍କୁତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହାକୁ ଶିକ୍ଷୟତ୍ରୀ ରୋଜି ମିଶ୍ର ଓ ଅଙ୍କିତା ମୁଦୁଲି ପରିଚାଳନା କରିଥିଲେ।

The post ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ appeared first on Dharitri Odia News.